ରାୟପୁର: ରାଜ୍ୟରେ କୋଭିଡ ସଂକ୍ରମଣ ଏବଂ ଖାଦ୍ୟ ବିଷାକ୍ତ ରୋଗ ବଢିବାରେ ଲାଗିଛି । ଏଥିରୁ ବର୍ତ୍ତି ପାରିନାହାଁନ୍ତି ମାଓବାଦୀ । ମାଓବାଦୀ ନେତା ଓ ସେମାନଙ୍କ କ୍ୟାଡେଟଙ୍କ ମଧ୍ୟରେ ବ୍ୟାପିଯାଇଛି କୋରୋନା । ତେବେ ମାଓବାଦୀଙ୍କୁ ସଠିକ୍ ଚିକିତ୍ସା ପାଇଁ ଆତ୍ମସମର୍ପଣ କରିବାକୁ କହିଛନ୍ତି ଦାନ୍ତେୱାଡା ପୋଲିସ ।
ପୋଲିସ ଅଧୀକ୍ଷକ ଅଭିଷେକ ପାଲ୍ଲାଭ କହିଛନ୍ତି, ‘ ମାଓବାଦୀ ବରିଷ୍ଠ ନେତା ଫୁ଼ଡ ପଏଜନ ଓ କୋଭିଡ ରୋଗରେ ପୀଡିତ ଅଛନ୍ତି। ଟପ୍ ମାଓ ନେତ୍ରୀ ସୁଜାତା ନିଶ୍ବାସ ନେବାରେ ଅସୁବିଧା ଭୋଗୁଛନ୍ତି’ । ପାଲ୍ଲାଭ ଏହା ମଧ୍ୟ କହିଛନ୍ତି ଯେ ମାଓବାଦୀମାନେ ଚିକିତ୍ସା ନ ପାଇ ନିଜ ଜୀବନକୁ ବିପଦରେ ପକାଉଛନ୍ତି ଏବଂ ସଂକ୍ରମଣ ବିସ୍ତାର କରି ଗ୍ରାମବାସୀଙ୍କ ପାଇଁ ମଧ୍ୟ ବିପଦ ଆଣୁଛନ୍ତି । ଆହୁରି ଅନେକ ମଧ୍ୟ ଏହି ରୋଗରେ ପୀଡିତ ।
ତେଣୁ ସେମାନଙ୍କୁ ଆତ୍ମସମର୍ପଣ ଏବଂ ଚିକିତ୍ସା ପାଇଁ ନିବେଦନ କରିଛନ୍ତି ଦାନ୍ତେୱାଡା ପୋଲିସ ଅଧୀକ୍ଷକ। ଛତିଶଗଡ ପୋଲିସ ସେମାନଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରିବ ବୋଲି ସେ କହିଛନ୍ତି। ଅନ୍ୟଥା ସଂକ୍ରମଣ ହେତୁ ସେମାନେ ନିଜ ଜୀବନକୁ ବିପଦରେ ପକାଇବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ