ନୂଆଦିଲ୍ଲୀ: ଦାନିଶ ଅଲ୍ଲୀ-ରମେଶ ବିଧୁରୀ ବିବାଦରେ ନୂଆ ମୋଡ଼ । ବିଧୁରୀଙ୍କୁ ଦୁର୍ବ୍ୟବହାରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଓଲଟା ବିଏସପି ସାଂସଦ ଅଲ୍ଲୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ । ତାଙ୍କର ଅଭିଯୋଗ ଯେ, ବିଏସପି ସାଂସଦ ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ 'ନୀଚ' କହିଥିଲେ । ଏହାକୁ ପ୍ରତିବାଦ କରିବାରୁ 'ନୀଚକୁ ନୀଚ କହିବିନି ଆଉ କ'ଣ କହିବି' ବୋଲି ଦୋହରାଇ ଥିଲେ । ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏଭଳି ଅପଶବ୍ଦ ବ୍ୟବହାର କରାଯିବାକୁ ନେଇ ବିଧୁରୀ ରାଗି ଯାଇଥିଲେ ଓ ଅଲ୍ଲୀଙ୍କୁ ଗାଳିଗୁଲଜ କରିଥିଲେ ।
-
सांसद दानिश अली Habitual offender है,प्रधानमंत्री जी को लोकसभा में उन्होंने नीच कहा यह उन्होंने खुद माना,प्रधानमंत्री जी की लोकप्रियता,कार्यों व उनके उपर गरीब की आस्था के कारण ही हम चुनाव जीत कर आते हैं ।हिंदू धर्म को अंध विश्वासी व दक़ियानूसी की संज्ञा देकर जिस तरह संसद में रोज़… https://t.co/2EjbRfBfua
— Dr Nishikant Dubey (@nishikant_dubey) September 24, 2023 " class="align-text-top noRightClick twitterSection" data="
">सांसद दानिश अली Habitual offender है,प्रधानमंत्री जी को लोकसभा में उन्होंने नीच कहा यह उन्होंने खुद माना,प्रधानमंत्री जी की लोकप्रियता,कार्यों व उनके उपर गरीब की आस्था के कारण ही हम चुनाव जीत कर आते हैं ।हिंदू धर्म को अंध विश्वासी व दक़ियानूसी की संज्ञा देकर जिस तरह संसद में रोज़… https://t.co/2EjbRfBfua
— Dr Nishikant Dubey (@nishikant_dubey) September 24, 2023सांसद दानिश अली Habitual offender है,प्रधानमंत्री जी को लोकसभा में उन्होंने नीच कहा यह उन्होंने खुद माना,प्रधानमंत्री जी की लोकप्रियता,कार्यों व उनके उपर गरीब की आस्था के कारण ही हम चुनाव जीत कर आते हैं ।हिंदू धर्म को अंध विश्वासी व दक़ियानूसी की संज्ञा देकर जिस तरह संसद में रोज़… https://t.co/2EjbRfBfua
— Dr Nishikant Dubey (@nishikant_dubey) September 24, 2023
ତେବେ ବିଧୁରୀଙ୍କ ସାମ୍ପ୍ରଦାୟିକ ଟିପ୍ପଣୀ ପାଇଁ ନିଶିକାନ୍ତ ଦୁବେ ତାଙ୍କୁ କଡ଼ା ନିନ୍ଦା ମଧ୍ୟ କରିଛନ୍ତି । ସେ କହିଛନ୍ତି, "ବିଧୁରୀଙ୍କ ଦ୍ବାରା ବ୍ୟବହାର କରାଯାଇଥିବା ଶବ୍ଦ ଆଦୌ ଗ୍ରହଣୀୟ ନୁହେଁ । ଏହି ଘଟଣା ବେଳେ ମୁଁ ସଂସଦରେ ଉପସ୍ଥିତ ଥିଲି । ବିଏସପି ସାଂସଦ ଦାନିଶ ଅଲ୍ଲୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାରମ୍ବାର ନୀଚ କହି ସମ୍ବୋଧନ କରିଥିଲେ । ଯଦି ଜଣେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏଭଳି ଆପତ୍ତିଜନକ ଶବ୍ଦ କହିବ, ତାହେଲେ ସେହିଭଳି ପ୍ରତିକ୍ରିୟା ନିଶ୍ଚୟ ଆସିବ ।" ବିଏସ୍ପି ସାଂସଦଙ୍କ ଏହି ବ୍ୟବାହରର ତଦନ୍ତ କରାଯିବା ଉଚିତ୍ ବୋଲି ଦୁବେ କହିଛନ୍ତି ।
ଏଥିପାଇଁ ଗତକାଲି(ଶନିବାର) ସେ ଲୋକସଭା ବାଚସ୍ପତିଙ୍କୁ ଏକ ଚିଠି ଲେଖିଛନ୍ତି । ସଂସଦରେ ଆଲୋଚନା ସମୟରେ ବିଭିନ୍ନ ସଦସ୍ୟଙ୍କ ଦ୍ବାରା ଦିଆଯାଇଥିବା ବୟାନର ଯାଞ୍ଚ ପାଇଁ ଏକ ତଦନ୍ତ କମିଟି ଗଠନ କରିବାକୁ ବିଜେପି ସାଂସଦ ଦାବି କରିଛନ୍ତି । ଏଥିରେ ସୌଗତ ରାୟଙ୍କ ଦ୍ବାରା ଦିଆଯାଇଥିବା ଟିପ୍ପଣୀ ମଧ୍ୟ ସାମିଲ । ଗୃହରେ ସୌଗତ ରାୟ ଭଗବାନ ରାମଙ୍କ ଅସ୍ତିତ୍ବ ଉପରେ ପ୍ରଶ୍ନ ଉଠାଇଥିବା ସେ ଅଭିଯୋଗ କରିଛନ୍ତି । ଦାନିଶ ଅଲ୍ଲୀଙ୍କ ଭଳି ଲୋକ ଏବଂ କଂଗ୍ରେସ, ଡିଏମକେ ଓ ଟିଏମସିର କିଛି ନେତା ଅଭ୍ୟାସଗତ ଅପରାଧୀ ଅଟନ୍ତି । ଏମାନେ ବିଜେପି ସାଂସଦଙ୍କୁ ଉସକାଇବାକୁ ଆପତ୍ତିଜନକ ଟିପ୍ପଣୀ ଦେଇଥାଆନ୍ତି ବୋଲି ଦୁବେ କହିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ଲୋକସଭାରେ ଚନ୍ଦ୍ରଯାନ-୩ର ସଫଳତା ସମ୍ପର୍କରେ ଆଲୋଚନା ଚାଲିଥିବା ବେଳେ ବିଜେପି ସଦସ୍ୟ ବିଧୁରୀ ଦାନିଶ ଅଲ୍ଲୀଙ୍କ ବିରୋଧରେ ଉଗ୍ରବାଦୀ ଓ ଆତଙ୍କବାଦୀ ଭଳି ଅପଶବ୍ଦ ବ୍ୟବହାର କରିଥିଲେ । ଏହି ସମୟରେ ବିଜେପିର ଦୁଇ ଜଣ ପୂର୍ବତନ ମନ୍ତ୍ରୀ ହସିଥିଲେ । ଏହାକୁ ନେଇ ବିବାଦ ଜୋର ଧରିଥିବା ବେଳେ ଗତକାଲି ରାହୁଲ ଗାନ୍ଧୀ ବିଏସ୍ପି ସାଂସଦଙ୍କ ବାସଭବନରେ ପହଞ୍ଚି ତାଙ୍କୁ ସାକ୍ଷାତ କରିଥିଲେ ।