ETV Bharat / bharat

ସାଇରସ୍ ମିସ୍ତ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ

author img

By

Published : Sep 6, 2022, 9:22 AM IST

Updated : Sep 6, 2022, 2:46 PM IST

ଆଜି ଟାଟା ସନ୍ସର ପୂର୍ବତନ ମୁଖ୍ୟ ସାଇରସ୍ ମିସ୍ତ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଦିନ ୧୧ଟାରେ ମୁମ୍ବାଇ ସ୍ଥିତ ୱର୍ଲିରେ ଶେଷକୃତ୍ୟ କରାଯାଇଛି । ଅଧିକ ପଢନ୍ତୁ

ଆଜି ସାଇରସ୍ ମିସ୍ତ୍ରୀଙ୍କ ଶେଷକୃତ୍ୟ
ଆଜି ସାଇରସ୍ ମିସ୍ତ୍ରୀଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀ: ଆଜି ପଞ୍ଚଭୂତରେ ବିଲୀନ ହେଲେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଟାଟା ସନ୍ସର ପୂର୍ବତନ ମୁଖ୍ୟ ସାଇରସ୍ ମିସ୍ତ୍ରୀ(Cyrus Mistry's funeral to take place Today) । ଆଜି ମୁମ୍ବାଇ ସ୍ଥିତ ୱର୍ଲି ଶ୍ମଶାନ ଠାରେ(Worli crematorium) ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଦିନ ୧୧ଟା ସମୟରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି । ଏଥିପାଇଁ ସୋମବାର ରାତିରେ ତାଙ୍କର କେତେକ ପରିବାର ସଦସ୍ୟ ମୁମ୍ବାଇରେ ପହଞ୍ଚିଥିଲେ । ସାଇରସ୍ ମିସ୍ତ୍ରୀଙ୍କ ପରିବାର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ରବିବାର ଦିନ ମହାରାଷ୍ଟ୍ରର ପାଲଘରଠାରେ ସଡକ ଦୁର୍ଘଟଣାରେ ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କର ଅକାଳ ନିଧନ ହୋଇଥିଲା । ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ପୋଷ୍ଟମୋର୍ଟମ ରିପୋର୍ଟରୁ ସୂଚନା ମିଳିଛି । ଏହା ସହିତ ଦ୍ରୁତ ଗତିରେ ଗାଡି ଚଳାଇବାରୁ ତାଙ୍କର ଦୁର୍ଘଟଣା ଘଟିଛି । ସେ ୯ ମିନିଟରେ ୨୦ କିଲୋମିଟର ରାସ୍ତା ଅତିକ୍ରମ କରିଥିଲେ ଏବଂ କାର୍‌ରେ ସିଟ୍‌ ବେଲ୍ଟ ପିନ୍ଧି ନଥିବା ଜଣାପଡିଛି । ଦୁର୍ଘଟଣା ଘଟିବା ପରେ ସାଇରସ ମିସ୍ତ୍ରୀ ଓ ତାଙ୍କ ବନ୍ଧୁଙ୍କୁ ଜାହାଙ୍ଗୀର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ଚେନ୍ନାଇରେ ସମଲିଙ୍ଗୀ ବିବାହ, ମିଳିଲା ପରିବାରର ଆର୍ଶୀବାଦ

ସାଇରସ୍ ମିସ୍ତ୍ରୀ ମର୍ସିଡିଜ ବେଞ୍ଜ କମ୍ପାନୀର ଦାମୀ କାର୍‌ରେ ଯାତ୍ରା କରୁଥିଲେ । ମର୍ସିଡିସ୍ ବେଞ୍ଜର ପଛ ଧାଡିରେ ସାଇରସ୍ ବସିଥିଲେ । ଗାଡିରେ ତାଙ୍କ ସହ ମୋଟ୍‌ ୪ ଜଣ ଅହମ୍ମଦାବାଦରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିଲେ । ପୋଲିସର ସୂଚନା ଅନୁଯାୟୀ, ତାଙ୍କର ଡ୍ରାଇଭର ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଡିଭାଇଡର ସହ ଧକ୍କା ଦେଇଥିଲେ । ମିସ୍ତ୍ରୀଙ୍କ ସମେତ ଅନ୍ୟଜଣଙ୍କୁ ମିଶାଇ ୨ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଅନ୍ୟ ଦୁଇ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ (Deputy Chirf Minister Devendra Fadnavis) ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଏହି ଦୁର୍ଘଟଣାର ସବିଶେଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶଥାଉ କି, ରତନ ଟାଟାଙ୍କ (Ratan Tata)ଅବସର ଘୋଷଣା ପରେ ୨୦୧୨ରେ ସାଇରସ ମିସ୍ତ୍ରୀ ଟାଟା ସନ୍ସର ଅଧ୍ୟକ୍ଷ ହୋଇଥିଲେ । ୨୦୧୬ ଡିସେମ୍ବରରେ ସେ ନିଜ ପଦ ଛାଡିଥିଲେ ।

Last Updated : Sep 6, 2022, 2:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.