ETV Bharat / bharat

Cyber Fraud: ବ୍ୟାଙ୍କକୁ ହ୍ୟାକ କରି ଲୁଟିନେଲେ ୧୨ କୋଟି

କୋଅପରେଟିଭ ବ୍ୟାଙ୍କକୁ ହ୍ୟାକ କରି ସାଇବର ଲୁଟେରା ଲୁଟି ନେଲେ ୧୨ କୋଟି ଟଙ୍କା । ଅଧିକ ପଢନ୍ତୁ

Cyber Fraud: ଏପି  ମହେଶ କୋଅପରେଟିଭ ବ୍ୟାଙ୍କରୁ  ୧୨କୋଟି ଲୁଟ

author img

By

Published : Jan 25, 2022, 11:16 AM IST

ହାଇଦ୍ରାବାଦ: ସାଇବର ଜାଲରେ ହାଇଦ୍ରାବାଦର ଏପି ମହେଶ କୋଅପରେଟିଭ ବ୍ୟାଙ୍କ । ବ୍ୟାଙ୍କର ସର୍ଭରକୁ ହ୍ୟାକ କରି ଅଦୃଶ୍ୟ ଲୁଟେରା ଲୁଟି ନେଲେ ୧୨ କୋଟି ଟଙ୍କା । ବ୍ୟାଙ୍କର ଜଣେ ଅଧିକାରୀଙ୍କ ଅଭିଯୋଗ ପରେ ସାମ୍ନାକୁ ଆସିଛି ସାଇବର ଠକଙ୍କ ଏଭଳି ବଡ ଧରଣର ଠକେଇ ଘଟଣା । ପୋଲିସ ଏକ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ପୋଲିସର ସୂଚନା ଅନୁଯାୟୀ ଗତ ସୋମବାର ସାଇବର ଠକ ବ୍ୟାଙ୍କର ସର୍ଭର ହ୍ୟାକ କରି ମେନ ଆକାଉଣ୍ଟକୁ ଲକ କରିଥିଲା । ଏହା ପରେ ୧୦୦ରୁ ଅଧିକ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲା ।

ସମ୍ପୃକ୍ତ ବ୍ୟାଙ୍କ ଅଧିକାରୀମାନେ ପ୍ରଥମେ ଯାଞ୍ଚ କରି ଏହି ଜାଲିଆତି ଜାଣିବା ପରେ ସାଇବର ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଟିମ୍ ବ୍ୟାଙ୍କର ମୁଖ୍ୟ ଶାଖା ରେ ପହଞ୍ଚି ଯାଞ୍ଚ କରିବା ସହ ସୁରକ୍ଷା ବ୍ୟବସ୍ଥାର ବିବରଣୀ ସଂଗ୍ରହ କରିଛି। ସହରର ଏକ ବ୍ୟାଙ୍କକୁ ଟାର୍ଗେଟ କରି ଏହା ପ୍ରଥମ ଇ-ଜାଲିଆତି ବୋଲି କୁହାଯାଉଛି। ଏପି ମହେଶ ବ୍ୟାଙ୍କର 45 ଟି ଶାଖା ଚାରୋଟି ରାଜ୍ୟରେ ରହିଛି | ଏହାର ମୁଖ୍ୟ ଶାଖା ହାଇଦ୍ରାବାଦରେ ରହିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.