ETV Bharat / bharat

ଶ୍ରୀନଗରରେ ସିଆରପିଏଫ ଯବାନ ନେଲେ କୋରୋନା ଦ୍ବିତୀୟ ଡୋଜ ଟିକା - ସିଆରପିଏଫ ଯବାନ

ଆଜି ଶ୍ରୀନଗର ରାମବାଘରେ ସିଆରପିଏଫ ଯବାନ କୋରୋନାର ଦ୍ବିତୀୟ ଡୋଜ ଟିକା ନେଇଛନ୍ତି । ଅଧିକ ପଢନ୍ତୁ...

ଯବାନ ନେଲେ କୋରୋନା ଦ୍ବିତୀୟ ଡୋଜ ଟିକା
ଯବାନ ନେଲେ କୋରୋନା ଦ୍ବିତୀୟ ଡୋଜ ଟିକା
author img

By

Published : Apr 5, 2021, 3:32 PM IST

ଶ୍ରୀନଗର: ଦେଶରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇଛି । ଆଜି ଶ୍ରୀନଗର ରାମବାଘରେ ସିଆରପିଏଫ ଯବାନ କୋରୋନାର ଦ୍ବିତୀୟ ଡୋଜ ଟିକା ନେଇଛନ୍ତି ।

ସ୍ବାସ୍ଥ୍ୟ ସେବା ଜରିଆରେ ସ୍ବାସ୍ଥ୍ୟ କାର୍ଡ ଦେଖାଇ ସେମାନେ ବିଭାଗ ପକ୍ଷରୁ କୋରୋନା ଟିକା ନେଇଛନ୍ତି । ସମସ୍ତ ସେନା କୋଭିଡ-19ର ନିୟମ ମାନୁଛନ୍ତି ବୋଲି ସ୍ପଷ୍ଟ କରିଛି ସିଆରଏଫ । ଯଦି କେହି ଯବାନ ଘରକୁ ଯାଇଛନ୍ତି ତେବେ ସେମାନେ ଘରୁ ଆସିଲେ ସପ୍ତାହକ ପାଇଁ କ୍ବାରେଣ୍ଟାଇନରେ ରହୁଛନ୍ତି । ପରେ ସେମାନଙ୍କର କୋଭିଡ ପରାକ୍ଷା କରାଯାଉଛି । ରିପୋର୍ଟ ନେଗେଟିଭ ଆସିଲା ପରେ କାର୍ଯ୍ୟରେ ଯୋଗ ଦେଉଛନ୍ତି ଯବାନ ।

ସ୍ବପ୍ନନ ଦାସ ନାମକ ଜଣେ ଯବାନ କହିଛନ୍ତି ମୁଁ ପୂର୍ବରୁ କୋରୋନାର ପ୍ରଥମ ଡୋଜ ଟିକା ନେଇଥିଲି ଆଜି ଦ୍ବିତୀୟ ଡୋଜ ଟିକା ନେଇଛି । ପ୍ରତ୍ୟେକ ସିଆରପିଏଫ ଯବାନଙ୍କୁ ଟିକା ନେବା ନିହାତି ଆବଶ୍ୟକ । ସିଆରପିଏଫ ଏକ ସକ୍ରିୟ ବଳ ଏଟେ । ତେଣୁ ସିଆରପିଏଫ ନିଜକୁ ସୁସ୍ଥ ରଖିବା ସହିତ ଅନ୍ୟକୁ ସୁସ୍ଥ ରଖିବା ଦରକାର । ମୁଁ ଟିକା ନେଲା ପରେ କିଛି ଅସୁସ୍ଥତା ଅନୁଭବ କରୁନାହିଁ ବୋଲି କହିଛନ୍ତି ସ୍ବପ୍ନନ । ଜିତ ରାମ ନାମକ ଅନ୍ୟ ଜଣେ ଯବାନ କହିଛନ୍ତି ମୁଁ ଆଜି କୋରୋନା ଦ୍ବିତୀୟ ଟିକା ନେଇଛି । ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ସମସ୍ତଙ୍କୁ ଅନୁରୋଧ କରିବି କି ସମସ୍ତେ କୋରୋନା ଟିକା ନିଅନ୍ତୁ ।

ଆସିଷ୍ଟାଣ୍ଡ କମାଣ୍ଡ ସିଆରଏଫ ମେଡିକାଲର ଇନଚାର୍ଜ ଶିବା ଅସରଫ ଆମେ ଆମ ସ୍ବାସ୍ଥ୍ୟକର୍ମୀଙ୍କୁ ନେଇ ଜାନୁଆରୀ ମାସରୁ କୋରୋନା ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛୁ । ଏହି ଟୀକାକରଣ କାର୍ଯ୍ୟକ୍ରମରେ ଡାକ୍ତର, ପାରାମେଡିକାଲ ଷ୍ଟାଫ ଓ ଆସିଷ୍ଟାଣ୍ଡ ନର୍ସ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ଶିବା ଅସରଫ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.