ଶ୍ରୀନଗର: ନିୟମିତ ଆତଙ୍କବାଦୀ ନିରୋଧି ଅପରେସନ ସତ୍ତ୍ବେ ମଧ୍ୟ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ରୋକ ଲାଗୁନାହିଁ । ଆଜି ଦକ୍ଷିଣ କାଶ୍ମୀରରେ ଥିବା ଏକ CRPF ଯବାନଙ୍କ ଏକ କ୍ୟାମ୍ପକୁ ଗ୍ରେନେଡରେ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ଏଥିରେ ଜଣେ ଯବାନଙ୍କ ସମେତ ଦୁଇ ଜଣ ସାଧାରଣ ନାଗିରକ ମଧ୍ୟ ଆହତ (CRPF jawan injured in grenade attack) ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ସାମାନ୍ୟ ଧରଣର ଆଘାତ ଲାଗିଛି ଓ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଦକ୍ଷିଣ କାଶ୍ମୀରର ସଙ୍ଗମରେ ଥିବା 136 BN CRPF ବଙ୍କରକୁ ଗ୍ରେନେଡ ମାଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଆତଙ୍କବାଦୀ (grenade attack in south Kashmir Anantnag)। ଆହତ ଦୁଇ ସାଧାରଣ ଜନତା ସ୍ଥାନୀୟ ନିବାସୀ ବୋଲି ପୋଲିସ କହିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳକୁ କର୍ଡନ କରିଛି ସୁରକ୍ଷାବଳ । ସର୍ଚ୍ଚ ଅପରେସନକୁ ମଧ୍ୟ ଜୋରଦାର କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ