ETV Bharat / bharat

ଭାଉଜ ଦିଅର ସମ୍ପର୍କରେ କଳଙ୍କ: ଅଶ୍ଲୀଳ ଭିଡିଓ କରି ବ୍ଲାକମେଲ, ଆତ୍ମହତ୍ୟା କଲେ ମହିଳା !

author img

By ETV Bharat Odisha Team

Published : Sep 2, 2023, 4:39 PM IST

ଭାଉଜ ଦିଅର ସମ୍ପର୍କରେ କଳଙ୍କ ଲାଗାଇଲା ଦିଅର । ଭାଉଜର ଅଶ୍ଲୀଳ ଭିଡିଓ କରି କରୁଥିଲା ବ୍ଲାକମେଲ । ଶେଷରେ ଆତ୍ମହତ୍ୟା କଲା ଭାଉଜ । ଅଧିକ ପଢନ୍ତୁ

ଭାଉଜ ଦିଅର ସମ୍ପର୍କରେ କଳଙ୍କ
ଭାଉଜ ଦିଅର ସମ୍ପର୍କରେ କଳଙ୍କ

ଲକ୍ଷ୍ନୌ: ମାନବିକତା ହରାଇ ସୈତାନ ସାଜିବାରେ ଲାଗିଛି ମଣିଷ । ଭାଉଜ ଦିଅର ସମ୍ପର୍କରେ ଲାଗିଲା କଳଙ୍କ । ଭାଉଜ ମା’ ସମାନ ହୋଇଥିବା ବେଳେ ଦିଅର ପୁଅ ପରି । କିନ୍ତୁ ମା’ ପରି ଭାଉଜକୁ ନିଶା ଦେଇ ଆପତ୍ତିଜନକ ଭିଡିଓ କରି ଭାଉଜକୁ ବ୍ଲାକମେଲ କରୁଥିଲା ଦିଅର । ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରିବା ସହ ନଶୁଣିଲେ ଭିଡିଓ ଭାଇରାଲ କରିଦେବା ପାଇଁ ଦେଉଥିଲା ଧମକ । ଏପରି ଦୁଇ ବର୍ଷ ଧରି ବ୍ଲାକମେଲର ଶିକାର ହୋଇ ମହିଳାଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏପରି ଏକ ଲଜ୍ଜାଜନକ ଘଟଣା ଉତ୍ତର ପ୍ରଦେଶର ଫିରୋଜାବାଦରେ ଘଟିଛି । ପୋଲିସ ଅଭିଯୁକ୍ତକୁ ଅଟକ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ପୋଲିସର ସୂଚନା ଅନୁଯାୟୀ, ଫିରୋଜାବାଦର ପଞ୍ଚେସରା ଥାନାର ଏକ ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ଏହି ଗଁରେ ରହୁଥିବା ଜଣେ ମହିଳାଙ୍କୁ 2 ବର୍ଷ ପୂର୍ବେ ତାଙ୍କ ଦିଅର ଦୁଷ୍କର୍ମ କରିଥିଲା । ଏହା ସହ ଏହାର ଏକ ଆପତ୍ତିଜନକ ଭିଡିଓ ମଧ୍ୟ କରିଥିଲା । ମହିଳାଙ୍କ ସ୍ବାମୀ କାମରେ କିଛି ଦିନ ପାଇଁ ବାହାରକୁ ଯାଇଥିବାର ସୁଯୋଗ ନେଇ ଦିଅର ଖାଦ୍ୟରେ ନିଶା ଦ୍ରାବ୍ୟ ପକାଇ ମହିଳାଙ୍କୁ ଚେତାଶୂନ୍ୟ କରିଥିଲା । ପରେ ତାଙ୍କୁ ଦୁଷ୍କର୍ମ କରିବା ପରେ ଅଶ୍ଲୀଳ ଭିଡିଓ ରେକର୍ଡ କରି ମହିଳାଙ୍କୁ ବ୍ଲାକମେଲ କରୁଥିଲେ । ଏହାସହ ସ୍ବାମୀକୁ ଏହି ଘଟଣା ବିଷୟରେ କହିଲେ ସ୍ବାମୀକୁ ମାରିଦେବାକୁ ଧମକ ଦେଇ ଗତ 2 ବର୍ଷ ଧରି ତାଙ୍କୁ ଦୁଷ୍କର୍ମ କରୁଥିଲା ଦିଅର । ଅଶ୍ଲୀଳ ଭିଡିଓ ଭାଇରାଲ ହେବା ଡରରେ ମହିଳା ଭୟଭୀତ ହୋଇ କାହାକୁ କିଛି କହିବାର ସାହାସ କରିପାରୁ ନଥିଲେ ।

ଅଧିକ ପଢନ୍ତୁ...ସୀମା ଟପିଲା ପାଶବିକତା: ୮୫ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ବ୍ଲେଡରେ ଓଠ କାଟିଲା ଅଭିଯୁକ୍ତ

ତେବେ ଦୁଇ ଦିନ ତଳେ ଏହି ଘଟଣା ସ୍ବାମୀଙ୍କ ନଜରକୁ ଆସିବା ପରେ ମହଳାଜଣଙ୍କ ସ୍ବାମୀଙ୍କୁ ସବୁ ସତକାଥା କହିଥିଲେ । ପରେ ସ୍ବାମୀ ଥାନାରେ ଏତଲା ଦେଇଥିଲେ । ମାତ୍ର ଗୁରୁବାର ଲୋକ ଲଜ୍ଜାକୁ ଡରି ପୀଡିତାଜଣକ ଆତ୍ମହତ୍ୟା କରିଥିବା ସ୍ବାମୀ ଅଭିଯୋଗ କରିଛନ୍ତି । ଆତ୍ମହତ୍ୟା ଉଦ୍ୟମ ପରେ ଗୁରୁତର ଆବସ୍ଥାରେ ତାଙ୍କୁ ଆଗ୍ରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ସ୍ବାମୀଙ୍କ ଏତଲା ଅଧାରରେ ଦିଅରକୁ ଅଟକ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.