ETV Bharat / bharat

250 ଟଙ୍କା ମୂଲ୍ୟରେ ଘରୋଇ ହସ୍ପିଟାଲରେ ଉପଲବ୍ଧ ହେବ କୋରୋନା ଟିକା

author img

By

Published : Feb 27, 2021, 7:40 PM IST

Updated : Feb 27, 2021, 7:50 PM IST

ଏଣିକି ଘରୋଇ ହସ୍ପିଟାଲରେ ଉପଲବ୍ଧ ହେବାକୁ ଯାଉଛି କୋରୋନା ଟିକା । ଅଧିକ ପଢନ୍ତୁ ....

ଘରୋଇ ହସ୍ପିଟାଲରେ ଉପଲବ୍ଧ ହେବ କୋରୋନା ଟିକା , 250 ମୂଲ୍ୟ ଧାର୍ଯ୍ୟ କଲା କେନ୍ଦ୍ର

ନୂଆଦିଲ୍ଲୀ: ଏଣିକି ଘରୋଇ ହସ୍ପିଟାଲରେ ଉପଲବ୍ଧ ହେବାକୁ ଯାଉଛି କୋରୋନା ଟିକା । ଏନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କୋଭିଡ-19 ଟୀକାକରଣ କେନ୍ଦ୍ର ଭାବରେ କାର୍ଯ୍ୟ କରୁଥିବା ଘରୋଇ ଡାକ୍ତରଖାନା ଗୁଡ଼ିକରେ ଏହି ଟିକା ସାଧାରଣ ଜନତାଙ୍କ ପାଇଁ ଏବେ ଉପଲବ୍ଧ ହେବ । ଏନେଇ ପ୍ରତି ଡୋଜର ନିର୍ଦ୍ଦିଷ୍ଟ ମୂଲ୍ୟ ମଧ୍ୟ ସ୍ଥିର କରାଯାଇଛି । ପ୍ରତି ଡୋଜ ପିଛା ମୂଲ୍ୟ 250 ଟଙ୍କା ରଖିବା ସ୍ଥିର କରିଛନ୍ତି କେନ୍ଦ୍ର ସରକାର । ସେହିପରି ଦୁଇଟି ଡୋଜର ସର୍ବାଧିକ ମୂଲ୍ୟ 500 ଦେବାକୁ ପଡିବ।

ସେହିପରି ଘରୋଇ ହସ୍ପିଟାଲରେ ସର୍ଭିସ ଚାର୍ଜ ସମେତ ଏହାର ସର୍ବାଧିକ ମୂଲ୍ୟ 250 ଟଙ୍କା ରଖାଯାଉଇଛି । ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହାକୁ ଦେୟମୁକ୍ତ ଭାବେ ଯୋଗାଇବାକୁ ସ୍ଥିର କରିଛନ୍ତି କେନ୍ଦ୍ର ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 27, 2021, 7:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.