ନୂଆଦିଲ୍ଲୀ: ଦେଶରେ ତଳମୁହାଁ କୋରୋନା ମିଟର । ଲଗାତାର ଭାବେ କମିଚାଲିଛି ସଂକ୍ରମଣ । ଆଜି ଭାରତରେ ଦୈନିକ ପଜିଟିଭ ମାମଲା ୧୫ ହଜାର ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 13,405 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 13,405 fresh covid cases) । ସଂକ୍ରମଣ କ୍ରମଶଃ ହ୍ରାସ ପାଇବା ସହ ମୃତ୍ୟୁସଂଖ୍ୟା ମଧ୍ୟ ଏବେ କମିବାରେ ଲାଗିଛି । ଦେଶରେ ଦିନକରେ 235 ସଂକ୍ରମିତ ପ୍ରାଣ ହରାଇଥିବାବେଳେ 34,226 ସୁସ୍ଥ ହୋଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ 1,81,075 ଟି ସକ୍ରିୟ ମାମଲା ରହିଛି । ପଜିଟିଭ ହାର ଏବେ 1.24% କୁ ହ୍ରାସ ପାଇଛି । ଏଯାବତ୍ ଭାରତରେ ମୋଟ 4,21,58,510 ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ମୋଟ 5,12,344 ଜଣ କୋରୋନାରେ ପ୍ରାଣ ହରାଇଛନ୍ତି । ସେହିପରି ସମୁଦାୟ 1,75,83,27,441 କୋଟି ଡୋଜ୍ ଟୀକାକରଣ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ