ETV Bharat / bharat

ଭାରତରେ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ କୋରୋନା ଟିକା, ଜାଣନ୍ତୁ ଦାମ୍ ? - କୋରୋନା ଟିକା

ଭାରତରେ କୋଭିଡ ଭ୍ୟାକ୍ସିନର ମୂଲ୍ୟ 200ରୁ 295 ଟଙ୍କା ରହିପାରେ ବୋଲି ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଅଧିକ ପଢନ୍ତୁ...

ଭାରତରେ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ କୋରୋନା ଟିକା, ଜାଣନ୍ତୁ କେତେ ଦାମ ?

author img

By

Published : Jan 12, 2021, 9:37 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନାକୁ ପ୍ରତିହତ କରିବା ପାଇଁ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଦେଶବ୍ୟାପୀ ଟିକାକରଣ ଅଭିଯାନ । ଏନେଇ ବିଭିନ୍ନ ରାଜ୍ୟରେ ପହଞ୍ଚିବାରେ ଲାଗିଛି ପ୍ରଥମ ପର୍ଯ୍ୟାୟ ଭ୍ୟାକ୍ସିନ । ତେବେ ଭାରତରେ କୋଭିଡ ଭ୍ୟାକ୍ସିନର ମୂଲ୍ୟ 200ରୁ 295 ଟଙ୍କା ରହିପାରେ ବୋଲି ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ।

ବିଭିନ୍ନ ପର୍ଯ୍ୟାୟର କ୍ଲିନିକାଲ ଟ୍ରାଏଲ ପରେ କୋଭିସିଲ୍ଡ ଓ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା 54 ଲକ୍ଷ 72 ହଜାର କୋଭିଡ ଭ୍ୟାକ୍ସିନ ଡୋଜ ସାରା ଦେଶର ଟୀକାକରଣ ଷ୍ଟୋରରେ ପହଞ୍ଚିସାରିଥିବା ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ ଜାନୁଆରୀ 16ରୁ ଟୀକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଥିବା ବେଳେ ଏନେଇ ପ୍ରସ୍ତୁତି ପର୍ଯ୍ୟାୟ ଜୋରସୋରରେ ଚାଲିଥିବା ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି କହିଛନ୍ତି ସ୍ବାସ୍ଥ୍ୟ ସଚିବ ।

ସ୍ବାସ୍ଥ୍ୟମନ୍ତ୍ରଣାଳୟର ସୂଚନା ଅନୁଯାୟୀ ପୁଣେ ସ୍ଥିତ ସେରମ ଇଷ୍ଟିଚ୍ୟୁଟରୁ 110 ଲକ୍ଷ କୋଭିସିଲ୍ଡ ପ୍ରସ୍ତୁତ ହେଉଛି । ତେବେ କୋଭିସିଲ୍ଡ ଟୀକାର ପ୍ରତ୍ୟେକ ଡୋଜର ମୂଲ୍ୟ 200 ରହିଛି । ସେହିପରି ହାଇଦ୍ରାଦ ସ୍ଥିତ ଭାରତ ବାୟୋଟେକରେ 55 ଲକ୍ଷ କୋରୋନା ଟିକା ଡୋଜ ପ୍ରସ୍ତୁତ ହେଉଛି । ଏଥିରୁ 38 ଡୋଜ ମଧ୍ୟରୁ ପ୍ରତ୍ୟେକର ମୂଲ୍ୟ 295 ରହିଛି । ତେବେ ଜାନୁଆରୀ 14 ସୁଦ୍ଧା ସମସ୍ତ ଡୋଜ ପହଞ୍ଚିଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.