ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କୋରୋନା ବିରୋଧୀ ଲଢେଇ ଟୀକାକରଣ । ଗତକାଲି ଦେଶରେ ୫୨ ଲକ୍ଷ ଲୋକଙ୍କୁ ଟୀକାକରଣ କରାଯାଇଛି । ଏହାକୁ ମିଶାଇ ଦେଶରେ ୧୧୧କୋଟି ଅତିକ୍ରମ କରିଛି ଟୀକାକରଣ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୫. ୨୨ଲକ୍ଷ ଲୋକ ପ୍ରଥମ ଡୋଜ ନେଇଥିବା ବେଳେ ୩୭.୭୭ ଲକ୍ଷ ଲୋକ ଦ୍ବିତୀୟ ଡୋଜ ନେଇଛନ୍ତି ।
କୋରୋନାକୁ ମାତ ଦେବା ପାଇଁ ଜୁନ୍ ୨୦୨୧ରେ ଦେଶରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟୀକାକରଣ । ଏନେଇ ଚଳିତ ବର୍ଷ ଜାନୁଆରୀ ୧୬ ତାରିଖରୁ ପ୍ରଥମେ ଦେଶରେ ଟୀକାକରଣ ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟସେବା କର୍ମଚାରୀ ଟିକା ନେଇଥିଲେ । ଫେବୃୟାରୀ ୨ ତାରିଖରୁ ସମସ୍ତ ସମ୍ମୁଖ ଯୋଦ୍ଧାଙ୍କ ଟୀକାକରଣ ଆରମ୍ଭ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟ ଟୀକାକରଣ ମାର୍ଚ୍ଚ ପହିଲାରୁ ଆରମ୍ଭ ହୋଇଥିଲା ।
ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଊର୍ଦ୍ଧ୍ବ ଏବଂ ରୋଗାକ୍ରାନ୍ତ ୪୫ ବର୍ଷ ବୟସ୍କରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା । ଏହାପରେ ଏପ୍ରିଲ ୧ ତାରିଖରୁ ସରକାର ୪୫ ବର୍ଷରୁ ଅଧିକ ବୟସ୍କ ସମସ୍ତ ଲୋକଙ୍କ ଟୀକାକରଣ ଆରମ୍ଭ କରିଥିଲେ । ଏହାପରେ ମେ ମାସ ୧ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଟିକା ଦେବା ପାଇଁ ଅନୁମତି ଦେଇଥିଲେ ସରକାର ।
@ANI