ETV Bharat / bharat

2 ରୁ 6 ବର୍ଷ ଶିଶୁଙ୍କୁ ଟିକା: ଆସନ୍ତା ସପ୍ତାହରୁ ଦ୍ବିତୀୟ ଡୋଜ ପରୀକ୍ଷଣ କରିବ କୋଭାକ୍ସିନ - କୋରୋନା ଟୀକା

ଆସନ୍ତା ସପ୍ତାହରେ ୨ରୁ ୬ ବର୍ଷ ବୟସର ଶିଶୁମାନଙ୍କ ପାଇଁ କୋରୋନା ଟିକାର ଦ୍ବିତୀୟ ଡୋଜର ପରୀକ୍ଷଣ କରାଯିବ । କୋଭାକ୍ସିନର ଦ୍ବିତୀୟ ଡୋଜର ପରୀକ୍ଷଣ କରିବ ଭାରତ ବାୟୋଟେକ । ଅଧିକ ପଢନ୍ତୁ...

ଆସନ୍ତା ସପ୍ତାହରୁ ଆରମ୍ଭ ହେବ ୨-୬ ବର୍ଷ ବୟସର ଶିଶୁଙ୍କ ପାଇଁ କୋଭାକ୍ସିନର ଦ୍ବିତୀୟ ଡୋଜ ପରୀକ୍ଷଣ

author img

By

Published : Jul 23, 2021, 7:18 AM IST

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ୨ ରୁ ୬ ବର୍ଷ ବୟସର ଶିଶୁମାନଙ୍କ ପାଇଁ କୋରୋନା ଟିକାର ଦ୍ବିତୀୟ ଡୋଜ ପରୀକ୍ଷଣ କରାଯିବ । କୋଭାକ୍ସିନର ଦ୍ବିତୀୟ ଡୋଜର ପରୀକ୍ଷଣ କରିବ ଭାରତ ବାୟୋଟେକ । ତେବେ ଏକ ବିଶେଷ ସୁତ୍ରରୁ ଜଣାପଡିଛି ଯେଉଁ ଶିଶୁଙ୍କ ଠାରେ ଦ୍ବିତୀୟ ଡୋଜର ପରୀକ୍ଷଣ କରାଯିବ ସେମାନେ ପ୍ରଥମ ଡୋଜ ଟିକା ନେଇ ସାରିଛନ୍ତି । ଆହୁରି ମଧ୍ୟ ଜଣାପଡିଛି ଯେ, ନୂଆଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ୬ରୁ ୧୨ ବର୍ଷ ବୟସର ପିଲାମାନଙ୍କୁ କୋଭାକ୍ସିନର ଦ୍ୱିତୀୟ ଡୋଜ ପୂର୍ବରୁ ଦିଆଯାଇଛି ।

ତେବେ ସମସ୍ତ ବୟସ ବର୍ଗର ପରୀକ୍ଷଣ ଶେଷ ହେବା ପରେ ଏକ ମାସ ମଧ୍ୟରେ ଫଳାଫଳ ଆସିବ ବୋଲି ଆଶା କରାଯାଉଛି । ଶିଶୁ ମାନଙ୍କୁ ବୟସ ଅନୁଯାୟୀ ସେମାନଙ୍କୁ ତିନିଟି ପର୍ଯ୍ୟାୟରେ ପରୀକ୍ଷା କରାଯାଏ । ପ୍ରଥମ ପରୀକ୍ଷଣ 12-18 ବର୍ଷ ବୟସରେ ଆରମ୍ଭ ହୋଇଥିଲା, ପରେ 6-12 ବର୍ଷ ଏବଂ ଏବେ 2-6 ବର୍ଷ ବୟସ ଶ୍ରେଣୀରେ ପରୀକ୍ଷା ଚାଲିଛି । ସମ୍ପ୍ରତ୍ତି କେନ୍ଦ୍ର ଦିଲ୍ଲୀ ହାଇକୋର୍ଟଙ୍କୁ ସୂଚନା ଦେଇ କହିଛନ୍ତି ଯେ, 18 ବର୍ଷରୁ କମ୍ ବୟସର ଶିଶୁଙ୍କ ପାଇଁ କୋରୋନା ଟିକା ଗୁଡ଼ିକର କ୍ଲିନିକାଲ ପରୀକ୍ଷା ଶୀଘ୍ର ଶେଷ ହେବ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.