ETV Bharat / bharat

ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ 77% ପ୍ରଭାବଶାଳୀ COVAXIN - ଭାରତ ବାୟୋଟେକ

ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଡାଟା ସରକାରଙ୍କ ହସ୍ତାନ୍ତର କରିଛି ଭାରତ ବାୟୋଟେକ । ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଡାଟାରେ କୋଭାକ୍ସିନ 77.8 ପ୍ରତିଶତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । ଅଧିକ ପଢନ୍ତୁ...

ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ 77% ପ୍ରଭାବଶାଳୀ COVAXIN

author img

By

Published : Jun 22, 2021, 4:40 PM IST

ହାଇଦ୍ରାବାଦ: କୋରୋନାକୁ ମାତ ଦେବାକୁ ଦେଶରେ ଜାରି ରହିଛି ଟୀକାକରଣ ଅଭିଯାନ । ଏହାରି ମଧ୍ୟରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଡାଟା ସରକାରଙ୍କୁ ହସ୍ତାନ୍ତର କରିଛି ଭାରତ ବାୟୋଟେକ ।

ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଡାଟାରେ କୋଭାକ୍ସିନ 77.8 ପ୍ରତିଶତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । ତୃତୀୟ ପର୍ଯ୍ୟାୟ ଡାଟା ମିଳିବା ପରେ ସବଜେକ୍ଟିଭ ଏକ୍ସପର୍ଟ କମିଟି(SEC) ମଙ୍ଗଳବାର ବୈଠକ କରିଥିଲା । ଏଥିରେ କୋଭାକ୍ସିନ ପକ୍ଷରୁ ଏହି ତଥ୍ୟ ହସ୍ତାନ୍ତର କରାଯାଇଛି ।

ଏସଇସି ଭାରତ ବାୟୋଟେକ ପକ୍ଷରୁ ଦିଆଯାଇଥିବା ଡାଟାର ତଦାରଖ କରିଛି । ହେଲେ ବର୍ତ୍ତମାନ ଏହା ଉପରେ କୌଣସି ସ୍ବୀକୃତି କିମ୍ବା ଅସ୍ବୀକୃତି ଦିଆଯାଇନାହିଁ । ଏହା ପରବର୍ତ୍ତୀ ପ୍ରକ୍ରିୟାରେ ଏସଇସି ନିଜ ଡାଟା ଡିସିଜିଆଇକୁ ହସ୍ତାନ୍ତର କରିବ ।

ଭାରତ ବାୟୋଟେକ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଥରେ ପୁରା ଡାଟା ସାମ୍ନାକୁ ଆସିଗଲେ ସେବେ କମ୍ପାନୀ ସମ୍ପୂର୍ଣ୍ଣ ଲାଇସେନ୍ସ ପାଇଁ ଆବେଦନ କରିବ । ଭ୍ୟାକ୍ସିନ ନିର୍ମାତା କମ୍ପାନୀ କହିଛି ଯେ ଥରେ ଯେବେ ଟିକାର ତୃତୀୟ ପର୍ଯ୍ୟାୟ ଅଧ୍ୟୟନର ଅନ୍ତିମ ବିଶ୍ଳେଷଣ ଆମ ପାଖରେ ଉପଲବ୍ଧ ହେବ, ସେବେ କମ୍ପାନୀ କୋଭାକ୍ସିନର ସମ୍ପୂର୍ଣ୍ଣ ଲାଇଲସେନ୍ସ ପାଇଁ ଆବେଦନ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.