ETV Bharat / bharat

ପିଲାଙ୍କୁ କେବେ ଲାଗିବ ଟିକା ? Covaxin ପାଇନି ଜରୁରୀକାଳୀନ ମଞ୍ଜୁରୀ ! - DCGI

୨ରୁ ୧୮ ବର୍ଷର ପିଲା ନେବେ କୋଭାକ୍ସିନ । ଏନେଇ କେନ୍ଦ୍ର ସରକାରଙ୍କ ଅନୁମତି ମିଳିଛି । କୋଭାକ୍ସିନ ଟିକାକୁ ଅନୁମୋଦନ ପ୍ରଦାନ କରିଛି ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (DCGI) । ଅଧିକ ପଢନ୍ତୁ...

ପିଲାଙ୍କୁ କେବେ ଲାଗିବ ଟିକା ? Covaxin ପାଇନି ଜରୁରୀକାଳୀନ ମଞ୍ଜୁରୀ !

author img

By

Published : Oct 12, 2021, 3:25 PM IST

Updated : Oct 12, 2021, 5:47 PM IST

ନୂଆଦିଲ୍ଲୀ: ୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ କୋଭାକ୍ସିନ ଦେବାକୁ ସୁପାରିସ ଘଟଣା । ଏବେ ବି ପରୀକ୍ଷାନିରୀକ୍ଷା ଚାଲିଛି, କିଛି ଦ୍ୱନ୍ଦ୍ୱ ରହିଯାଇଛି । ବୈଷୟିକ କମିଟି ସହ ଏବେ ବି କଥାବାର୍ତ୍ତା ଜାରି ରହିଛି । ପିଲାଙ୍କୁ ଟିକାଦାନ ନେଇ DCGI ପକ୍ଷରୁ ଅନୁମୋଦନ ମିଳିନଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ।

ଏହାପୂର୍ବରୁ ଦେଶରେ ଖୁବ ଶୀଘ୍ର ପିଲାଙ୍କୁ କୋଭିଡ ଟିକା ଦିଆଯିବ ବୋଲି ଖବର ସାମ୍ନାକୁ ଆସିଥିଲା । ୨ରୁ ୧୮ ବର୍ଷର ପିଲା କୋଭାକ୍ସିନ ନେବେ ବୋଲି କୁହାଯାଉଥିିଲା । ଏନେଇ କେନ୍ଦ୍ର ସରକାର ଓ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (DCGI) । ଅନୁମତି ମିଳିସାରିଥିବା ନେଇ ସାମ୍ନାକୁ ଆସିଥିଲା ଖବର ।

ପୂର୍ବରୁ ହସ୍ତଗତ ଖବର ଅନୁଯାୟୀ, ପିଲାଙ୍କର ଖୁବ ଶୀଘ୍ର ଟିକାକରଣ ହେବ । ଏନେଇ ସରକାରଙ୍କ ପକ୍ଷରୁ ଜାରି କରାଯିବ ଗାଇଡଲାଇନ । ଯେଉଁ ବାପା ମା'ମାନେ ନିଜ ଶିଶୁର ଟୀକାକରଣ ପାଇଁ ଅପେକ୍ଷା କରିଛନ୍ତି, ସେମାନଙ୍କ ପାଇଁ ଆଶ୍ବସ୍ତି ଖବର । ବର୍ତ୍ତମାନ 2 ରୁ 18 ବର୍ଷର ପିଲାମାନେ ମଧ୍ୟ କରୋନା ଟିକା ପାଇପାରିବେ । ଦୁଇଟି ଡୋଜ୍ କୋଭାକ୍ସିନ ପିଲାମାନଙ୍କୁ ଦିଆଯିବ | CDSCOର ସବଜେକ୍ଟ ଏକ୍ସପର୍ଟ କମିଟି (ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍) 2ରୁ 18 ବର୍ଷ ବୟସର ପିଲାମାନଙ୍କୁ କୋଭାକ୍ସିନ ଦେବା ପାଇଁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (DCGI)କୁ ସୁପାରିଶ କରିଥିଲା ।

ଭାରତରେ 2ରୁ 18 ବର୍ଷ ବୟସର ପିଲାମାନଙ୍କ ଉପରେ ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ ହୋଇଥିଲା | ସୋମବାର ବସିଥିବା ବୈଠକରେ ଟିକା ସମ୍ପର୍କରେ ଏହି ନିଷ୍ପତ୍ତି ନିଆଯାଇଛି। SEC ଏହାର ସୁପାରିଶ ପାଇଁ ଭାରତର ଡ୍ରଗ୍ସ କଣ୍ଟ୍ରୋଲରଙ୍କ ନିକଟକୁ ପଠାଇଥିଲା ।

ଏହାପୂର୍ବରୁ ଆମେରିକାର ଟିକା ନିର୍ମାତା ଫାଇଜର ଏବଂ ବାୟୋଏନଟେକ 5ରୁ 11 ବର୍ଷ ବୟସର ପିଲାମାନଙ୍କ ପାଇଁ କୋରୋନା ଟିକାର ଜରୁରୀକାଳୀନ ବ୍ୟବହାର କ୍ଷେତ୍ରରେ ଔଷଧ ନିୟନ୍ତ୍ରକ ଓ ଖାଦ୍ୟ ଏବଂ ଔଷଧ ପ୍ରଶାସନଠାରୁ ଅନୁମତି ମାଗିଛି। ଏହି ପଦକ୍ଷେପ ସହିତ ଆମେରିକାର ପ୍ରାୟ 2 କୋଟି ୮୦ ଲକ୍ଷ ପିଲା ଏହି ଟିକା ପାଇବେ। ଏନେଇ ତଥ୍ୟ FDAରେ ଦାଖଲ କରିସାରିଛି ଫାଇଜର ।

Last Updated : Oct 12, 2021, 5:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.