ETV Bharat / bharat

‘କୋଭାକ୍ସ’ ଅଭିଯାନରେ 2 ବିଲିୟନ ଟିକା ବିତରଣ କରିବ ‘ହୁ’

author img

By

Published : Jan 10, 2021, 7:21 AM IST

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)ର ନେତୃତ୍ବରେ କୋଭିଡ -19 ଟିକା ଆବଣ୍ଟନ ପାଇଁ ଆରମ୍ଭ ହୋଇଛି କୋଭାକ୍ସ ଅଭିଯାନ । ପଢନ୍ତୁ ଅଧିକ....

‘କୋଭ୍ୟାକ୍ସ’ଅଭିଯାନରେ 2 ବିଲିୟନ ଟିକା ବିତରଣ କରିବ ‘ହୁ’

ଜେନେଭା: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)ର ନେତୃତ୍ବରେ କୋଭିଡ -19 ଟିକା ଆବଣ୍ଟନ ପାଇଁ ଆରମ୍ଭ ହୋଇଛି କୋଭାକ୍ସ ଅଭିଯାନ । ଏହି ଅଭିଯାନ ଅନୁସାରେ 2 ବିଲିୟନ ଡୋଜର ପ୍ରସ୍ତୁତ କରିବାର ଯୋଜନା ରଖାଯାଇଛି । ଟିକା ପ୍ରସ୍ତୁତ ଓ ତାର ସମାନ ବିତରଣ ହିଁ ଏହି ବ୍ୟବସ୍ଥାର ମୂଳ ଉଦ୍ଦେଶ୍ୟ। ଏହି ଅଭିଯାନ ଏକ ଆନ୍ତର୍ଜାତୀୟ ପଦକ୍ଷେପ ବୋଲି ‘ହୁ’ ମହାନିର୍ଦ୍ଦେଶକ ଟେଡ୍ରୋସ ଆଡାନୋମ ଗେବ୍ରେଏସସ କହିଛନ୍ତି।

ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଟେଡ୍ରୋସ୍ ଘୋଷଣା କରିଛନ୍ତି ଯେ ଆମେ ପ୍ରସ୍ତୁତ ଅଛୁ ଓ ଆମ ସହ କୋଭାକ୍ସ ଅଭିଯାନ ମଧ୍ୟ ପ୍ରସ୍ତୁତ ଅଛି । ସମସ୍ତ ଅଂଶଗ୍ରହଣକାରୀ ଦେଶ ମଧ୍ୟରେ କୋଭିଡ୍ -19 ଟିକାକୁ ସମାନ ସୁବିଧା ସୁନିଶ୍ଚିତ କରିବାକୁ ‘କୋଭାକ୍ସ’ମାଧ୍ୟମରେ ଲକ୍ଷ୍ୟ ରଖାଯାଇଥିବା କଥା ସେ ପ୍ରକାଶ କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା 42 ଟି ଦେଶ ନିରାପଦ ତଥା ପ୍ରଭାବଶାଳୀ କୋଭିଡ -19 ଟିକା ବ୍ୟବହାର ପାଇଁ ସକ୍ଷମ ଥିବା ଜଣାପଡିଛି । ସେମାନେ ମଧ୍ୟ ନିଜ ଦେଶରେ କୋଭିଡ ଟିକାର ଟ୍ରାଏଲ ରନ ମଧ୍ୟ ସଫଳତାର ସହ ଚଳାଇଥିବା କହିଛି ହୁ । ସେଥିମଧ୍ୟରୁ 36 ଟି ଆର୍ଥିକ ସ୍ବଚ୍ଛଳ ଦେଶ ଥିବା ବେଳେ 6 ଜଣ ମଧ୍ୟମ ଆର୍ଥିକ ସ୍ବଚ୍ଛଳ ଦେଶ ରହିଛନ୍ତି । ସେହିପରି କିଛି ଦେଶ ଆର୍ଥିକ ସ୍ବଚ୍ଛଳତା ଦୃଷ୍ଟିରୁ ଏପର୍ଯ୍ୟନ୍ତ ଭ୍ୟାକସିନର ଟ୍ରାଏଲ ମଧ୍ୟ କରିନଥିବା କଥା ସେ ମଧ୍ୟ ପ୍ରକାଶ କରିଛନ୍ତି । ଧନୀ ଦେଶଗୁଡିକ ଏକାଧିକ ଟିକା ଯୋଗାଣର ଅଧିକାଂଶ ଅଂଶ କ୍ରୟ କରିଛନ୍ତି।

ବର୍ତ୍ତମାନ ଆମେ ଉଭୟ ଉଚ୍ଚ ଏବଂ ମଧ୍ୟବିତ୍ତ ଦେଶ ମଧ୍ୟ ରହିଛନ୍ତି । ସମସ୍ତ ଦେଶଙ୍କ ମଧ୍ୟରେ ଟିକାର ସୁଆବଣ୍ଟନ ଆମର ପ୍ରାଥମିକତା ହେବ ବୋଲି ମଧ୍ୟ ହୁ ମୁଖ୍ୟ କହିଛନ୍ତି । ତେଣୁ ଉକ୍ତ ପ୍ରକ୍ରିୟାକୁ କ୍ରିୟାଶୀଳ କରିବା ପାଇଁ ‘କୋଭାକ୍ସ’ ଅଭିଯାନ ସହାୟକ ହେବ ବୋଲି ଆଶା କରାଯାଉଥିବା କହିଛନ୍ତି ହୁ ମୁଖ୍ୟ ।

ବ୍ୟୁରେ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.