ETV Bharat / bharat

ସାମ୍ନାକୁ ଆସିଲା ନକଲି କୋୱିନ ୱେବସାଇଟ୍, ସତର୍କ ରହିବାକୁ ସରକାରଙ୍କ ଚେତାବନୀ

author img

By

Published : Feb 28, 2021, 11:05 AM IST

ମାର୍ଚ୍ଚ 1 ରୁ ତୃତୀୟ ପର୍ଯ୍ୟାୟ କୋଭିଡ ଟୀକାକରଣ ଆରମ୍ଭ ହେବାକୁ ଥିବାବେଳେ ଏବେ ସାମ୍ନାକୁ ଆସିଛି ନକଲି କୋୱିନ ୱେବସାଇଟ ।

ନକଲି କୋୱିନ ୱେବସାଇଟ୍
ନକଲି କୋୱିନ ୱେବସାଇଟ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ମାର୍ଚ୍ଚ 1 ରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ କୋଭିଡ ଟୀକାକରଣ । ଆଉ ଏହାର ଠିକ ପୂର୍ବରୁ ଶନିବାର କୋୱିନ(Co-Win) ଏକ ନକଲି ୱେବସାଇଟକୁ ନେଇ ଲୋକଙ୍କୁ ସଚେତନ କରାଇଛନ୍ତି କେନ୍ଦ୍ର ସରକାର ।

ନକଲି କୋୱିନ ୱେବସାଇଟ୍
ନକଲି କୋୱିନ ୱେବସାଇଟ୍

ଯେଉଁ ହିତାଧିକାରୀ ଟିକା ନେବାକୁ ଚାହୁଛନ୍ତି, ସେମାନଙ୍କୁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋୱିନ(Co-Win) ୱେବସାଇଟ ଜରିଆରେ ନିଜର ପଞ୍ଜୀକରଣ କରିବାକୁ ହେବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ, ଟୀକାକରଣ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ 1 ରେ କୋୱିନ 2.0 ଆରମ୍ଭ ହେବ।

କିନ୍ତୁ ଏହାପୂର୍ବରୁ ଏକ ନକଲି ୱେବସାଇଟ୍ ବାହାରିବା ପରେ କେନ୍ଦ୍ର ସରକାର ଲୋକଙ୍କୁ ସଚେତନ କରାଇବାକୁ ଯାଇ କହିଛନ୍ତି ଯେ, କୌଣସି ପ୍ରକାର ଅପଡେଟ ପାଇଁ କେବଳ ମନ୍ତ୍ରଣାଳୟର ଅଫିସିଆଲ୍ ଟ୍ବିଟର ହ୍ୟାଣ୍ଡେଲ ଅନୁସରଣ କରନ୍ତୁ।

ତେବେ ଏଭଳି ନକଲି ୱେବସାଇଟ ଆସିବା ପ୍ରଥମ ଘଟଣା ନୁହେଁ । ଯେତେବେଳେ ଏଭଳି ପ୍ରକାର କୌଣସି ନକଲି ୱେବସାଇଟ ଓ ଆପ ମାମଲା ସାମ୍ନାକୁ ଆସେ, ଯାହା ମାଧ୍ୟମରେ ଟୀକାକରଣ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଏ ।

ତେବେ ପ୍ରଥମ ପର୍ଯ୍ୟାୟ ଟୀକାକରଣ ପ୍ରକ୍ରିୟାରେ ପଞ୍ଜୀକରଣ ବ୍ୟବସ୍ଥାକୁ ସୀମିତ ଲୋକମାନଙ୍କ ପାଇଁ ଥିବାବେଳେ ବର୍ତ୍ତମାନ ସରକାର ସମସ୍ତଙ୍କ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏପରି ପରିସ୍ଥିତିରେ କିଛି ଅସାଧୁ ଲୋକଙ୍କ ନକଲି ୱେବସାଇଟ୍ ଏବଂ ଲିଙ୍କ୍ ସହିତ ଆପକୁ ନେଇ ସାବଧାନତା ଅବଲମ୍ବନ କରିବାକୁ ଲୋକଙ୍କୁ ସଚେତନ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.