ETV Bharat / bharat

Cooperative Bank server hacking: ୨ ନାଇଜେରିଆ ନାଗରିକ ଗିରଫ, ଲୁଟିଥିଲେ ୨କୋଟି - ଦିଲ୍ଲୀରେ ୨ ନାଇଜେରିଆ ନାଗରିକ ଗିରଫ

ତାମିଲନାଡ଼ୁ ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟକୁ ହ୍ୟାକ କରି ୨ କୋଟି ଲୁଟିଲେ ନାଇଜେରିଆ ହ୍ୟାକର । ଦିଲ୍ଲୀରୁ ୨ ଠକଙ୍କୁ ଗିରଫ କଲା ଚେନ୍ନାଇ ପୋଲିସ । ଅଧିକ ପଢନ୍ତୁ

Cooperative Bank server hacking
Cooperative Bank server hacking
author img

By

Published : Jan 14, 2023, 7:35 AM IST

ନୂଆଦିଲ୍ଲୀ: ନାଇଜେରିଆ ହ୍ୟାକରଙ୍କ ଟାର୍ଗେଟରେ ଭାରତର ସମବାୟ ବ୍ୟାଙ୍କ । ତାମିଲନାଡୁର ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟର ଆକାଉଣ୍ଟକୁ ହ୍ୟାକ୍‌ କରି ୨ ନାଇଜେରିଆ ଠକ ୨.୬୧ କୋଟି ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି । ଏନେଇ ବ୍ୟାଙ୍କ ଅଫିସିଆଲ ଚେନ୍ନାଇ ପୋଲିସ କମିଶନର ଅଫିସରେ ଅଭିଯୋଗ କରିବା ପରେ ଦିଲ୍ଲୀରୁ ଏହି ୨ ଠକଙ୍କୁ ଗିରଫ କରିଛି ପୋଲିସ ।

ଚେନ୍ନାଇ ସେଣ୍ଟ୍ରାଲ କ୍ରାଇମବ୍ରାଞ୍ଚ ସାଇବର କ୍ରାଇମ ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସଙ୍ଗେ ସଙ୍ଗେ ଉକ୍ତ ଆକାଉଣ୍ଟକୁ ବ୍ଲକ କରିଥିଲେ । ଚେନ୍ନାଇ ମନ୍ନଡି ଠାରେ ଥିବା ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟର ବ୍ୟାଙ୍କ ସର୍ଭରକୁ ହ୍ୟାକ କରି ଏହି ୨ ନାଇଜେରିଆ ହ୍ୟାକର ଟଙ୍କା ହଡ଼ପ କରୁଥିଲେ । ପୋଲିସ ଏହି ମାମଲାର ଯାଞ୍ଚ କରିବା ପରେ ଅନେକ ଚକିତ କରିବା ଭଳି ତଥ୍ୟ ମଧ୍ୟ ସଂଗ୍ରହ କରିଛି । ଗତ ନଭେମ୍ବର ୧୮ ତାରିଖରେ ଏହି ୨ ନାଇଜେରିଆ ନାଗରିକ ଟଙ୍କା ହଡପ କରିଥିବା ବେଳେ ପୋଲିସ ଶୁକ୍ରବାର ସେମାନଙ୍କୁ ଗିରଫ କରିଛି ।

ଏହା ବି ପଢନ୍ତୁ- Bomb Recovered in Bihar: ବିହାରରୁ ଫଳ ଦୋକାନୀଠୁ ୮ ବୋମା ଜବତ

ଗତ ଅଗଷ୍ଟ ମାସରେ ଏହି ହ୍ୟାକର ଦ୍ବୟ ବ୍ୟାଙ୍କରେ ଥିବା ଏକ କମ୍ପ୍ୟୁଟରକୁ ଏକ ମେଲ ପଠାଇଥିଲେ । ଏହାପରେ ଉକ୍ତ କମ୍ପ୍ୟୁଟରରେ କି ଲଗର ସଫ୍ଟୱେର ଖୋଲିଥିଲା । ଏ ସମ୍ପର୍କରେ ବ୍ୟାଙ୍କର ଅଧିକାରୀ ମଧ୍ୟ ଜାଣିପାରିନଥିଲେ । ଏହାପରେ ସେମାନେ କମ୍ପ୍ୟୁଟରକୁ ମନିଟର କରିବା ସହିତ ସମସ୍ତ ତଥ୍ୟକୁ ସଂଗ୍ରହ କରିଥିଲେ । ଏମାନେ ପ୍ରାୟ ୩୨ ଥର ଉଦ୍ୟମ କରିବା ପରେ ବ୍ୟାଙ୍କ ସର୍ଭରକୁ ହ୍ୟାକ କରିନେଇଥିଲେ । ଏହାପରେ ସେମାନେ ବ୍ୟାଙ୍କ ସର୍ଭର ଜରିଆରେ ଆକାଉଣ୍ଟକୁ ନିୟନ୍ତ୍ରଣକୁ ନେଇଥିଲେ । ଗତ ନଭେମ୍ବର ମାସରେ ସେ ଅର୍ଥ ହଡ଼ପ କରିଥିବା ଜଣାପଡ଼ିଛି ।

ଏମାନେ ଭାରତୀୟ ମୁଦ୍ରାକୁ ହଡ଼ପ କରି ଏହାକୁ କ୍ରିପ୍ଟୋକରେନ୍ସିରେ ପରିଣତ କରିଛନ୍ତି । ଏନେଇ ପୋଲିସ ଏକ ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ କରିଥିଲା, କମ୍ପ୍ୟୁଟର IP ଆଡ୍ରେସ ଜରିଆରେ ସାଇବର ଅପରାଧୀଙ୍କ ନିକଟରେ ଏହି ଅପରାଧୀଙ୍କ ଠିକଣା ପାଇଥିଲା । ଏମାନେ ଦିଲ୍ଲୀର ଉତ୍ତମ ନଗର ଅଞ୍ଚଳରୁ ଏଭଳି ଠକେଇ କାର୍ଯ୍ୟ କରୁଥିଲେ । ଏହାସହିତ ସେମାନେ ୩୨ଟି ନକଲି ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସହିତ ନକଲି କାଗଜପତ୍ର ତିଆରି କରି ଏପରି କାର୍ଯ୍ୟକଳାପ ଚଳାଇଥିଲେ । ପୋଲିସ ଦୀର୍ଘ ୨ ମାସ ପରେ ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.