ETV Bharat / bharat

ମସଜିଦରେ ଲାଉଡସ୍ପିକର ବିବାଦ: ସଂଖ୍ୟାଲଘୁ ବିଜେପି ନେତାଙ୍କୁ ଆକ୍ରମଣ, ଦୁଇ ଗିରଫ - ମସଜିଦ ଉପରୁ ଲାଉଡ ସ୍ପିକର ହଟାଯିବା ଘଟଣା ନେଇ ତେଜୁଛି ବିବାଦ

ଉତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲାରେ ପହଞ୍ଚିଲା ମସଜିଦରେ ଲାଉଡସ୍ପିକର ବିବାଦ । ଜଣେ ସ୍ଥାନୀୟ ସଂଖ୍ୟାଲଘୁ ବିଜେପି ନେତାଙ୍କୁ ଦଳ ସହ ଯଦି ରହିଛ, ତେବେ ନମାଜ ପାଠ କରିବା ଆବଶ୍ୟକତା ନାହିଁ କହି କମେଣ୍ଟମାରିବା ପରେ ଦୁଇ ଗିରଫ । ଅଧିକ ପଢନ୍ତୁ

ମସଜିଦ ଉପରୁ ଲାଉଡ ସ୍ପିକର ହଟାଯିବା ଘଟଣା: ବିଜେପି ନେତାଙ୍କୁ ଗାଳି ଦେଇ ବନ୍ଧା ହେଲେ ୨

author img

By

Published : Apr 21, 2022, 4:20 PM IST

ଲକ୍ଷ୍ନୌ: ମସଜିଦରେ ଲାଉଡସ୍ପିକର ବିବାଦ ଏବେ ଗୋଣ୍ଡା ପର୍ଯ୍ୟନ୍ତ ପହଞ୍ଚିଯାଇଛି । ଉତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲାର କୋଟଓ୍ବାଲି ବଙ୍କଟଓ୍ବା ଗାଁ'ରେ(Bankatwa village) ଦେଖିବାକୁ ମିଳିଛି ଏଭଳି ଘଟଣା । ଜଣେ ସ୍ଥାନୀୟ ସଂଖ୍ୟାଲଘୁ ବିଜେପି ନେତାଙ୍କୁ ଦଳ ସହ ଯଦି ରହିଛ ତେବେ ନମାଜ ପାଠ କରିବା ଆବଶ୍ୟକତା ନାହିଁ କହି କମେଣ୍ଟମାରିବା ଯୋଗୁଁ ବିବାଦର ସୂତ୍ରପାତ ହୋଇଛି ।ଏହାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ଜିଲ୍ଲା ବିଜେପିର ପୂର୍ବତନ ସାଧାରଣ ସମ୍ପାଦକ ମୋର୍ଚ୍ଚା ଲୁକମ୍ୟାନ । ଏହି ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି ।

ସୂଚନା ଅନୁସାରେ, ବୁଧବାର ଜିଲ୍ଲା ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ପୂର୍ବତନ ସାଧାରଣ ସମ୍ପାଦକ ମହମ୍ମଦ ଲୁକମାନ୍ (former District General Secretary of BJP Minority Morcha Lukman ) ମସଜିଦରୁ ନମାଜ ପାଠ କରି ନିଜ ଭାଇ ସହ ଘରକୁ ଫେରୁଥିଲେ । ଏହି ସମୟରେ ଗାଁର କିଛି ଲୋକେ ତାଙ୍କୁ କଟାକ୍ଷ କରିଥିଲେ । କହିଥିଲେ ଯେ, ଯେଉଁ ବିଜେପି ସରକାର ମସଜିଦରୁ ଲାଉଡସ୍ପିକର ହଟାଉଛି, ସେହି ଦଳ ସହ ଯଦି ରହିଛ ତେବେ ନମାଜ ପାଠ କରିବା ଆବଶ୍ୟକତା ନାହିଁ । ଏପରି କିଛି କହି ଲୁକମାନ୍‌ଙ୍କୁ କଟାକ୍ଷ କରିବା ପରେ ସେଠାରେ ଲୁକମାନ ଓ ଅନ୍ୟମାନଙ୍କ ସହିତ ଧସ୍ତାଧସ୍ତି ହୋଇଥିଲା । କୌଣସି ପ୍ରକାରେ ସେଠାରୁ ବର୍ତ୍ତି ଲୁକମାନ୍ ନିଜ ଘରକୁ ଫେରି ଆସିଥିଲେ । ପରେ ସେହି ଗାଁର କିଛି ଲୋକେ ତାଙ୍କ ଘର ସମ୍ମୁଖରେ ମଧ୍ୟ ତାଙ୍କୁ ଗାଳି ଗୁଲଜ କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେପଟେ ଏନେଇ ସେ ପୋଲିସକୁ ଯୋଗାଯୋଗ କରିଥିଲେ ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଏସପି ନିଜେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ବାସିନ୍ଦା ଓ ବିଜେପି ନେତା ମହମ୍ମଦ ଲୁକମାନଙ୍କ ସହ ଆଲୋଚନା କରିଥିଲେ । ଏନେଇ ଏକ ମାମଲା ରୁଜୁ ହେବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହା ସହିତ ଗାଁରେ ସଭା କରି ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରାଯାଇଛି । ଘଟଣାକୁ ଗୁରୁତର ସହ ନେଇ ଏସପି ଶାନ୍ତିଶୃଙ୍ଖଳା ପାଇଁ ଗାଁରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.