ETV Bharat / bharat

Kanjhawala case: ଆସିଲା ଚୂଡାନ୍ତ ବ୍ୟବଚ୍ଛେଦ ରିପୋର୍ଟ, ମଦ୍ୟପାନ ନେଇ ମିଳିଲାନି ପ୍ରମାଣ

author img

By

Published : Jan 4, 2023, 10:01 PM IST

ଦଲ୍ଲୀ କାର ଟ୍ରାଜେଡି ମାମଲାରେ ଆସିଲା ମୃତ ଯୁବତୀଙ୍କ ଚୂଡାନ୍ତ ବ୍ୟବଚ୍ଛେଦ ରିପୋର୍ଟ । ନାହିଁ ମଦ୍ୟପାନର କୋଣସି ପ୍ରମାଣ (Delhi Kanjhawala case pm report)। ସନ୍ଦେହରେ ବାନ୍ଧବୀ ନିଧିଙ୍କ ଭୂମିକା । କହିଥିଲେ ମଦ୍ୟପାନ କରିଥିଲେ ଅଞ୍ଜଳି । ଜେରା ପାଇଁ ଡାକି ପାରେ ପୋଲିସ । ଅଧିକ ପଢନ୍ତୁ

ଆସିଲା ଚୂଡାନ୍ତ ବ୍ୟବଚ୍ଛେଦ ରିପୋର୍ଟ, ମଦ୍ୟପାନ ନେଇ ମିଳିଲାନି ପ୍ରମାଣ

ଆସିଲା ବ୍ୟବଚ୍ଛେଦ ରିପୋର୍ଟ, ମଦ୍ୟପାନ କରିନଥିଲେ ପୀଡିତା

ହାଇଦ୍ରାବାଦ: ଦିଲ୍ଲୀର ସୁଲତାନପୁରୀର କଞ୍ଜୱାଲାରେ ଯୁବତୀଙ୍କୁ କାରରେ ଘୋଷାଡି ନେବା ଘଟଣାରେ ମାମଲାରେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟର ଖୁଲାସା ହେବାରେ ଲାଗିଛି । ଆଜି ମୃତକ ଅଞ୍ଜଳିଙ୍କ ଚୂଡାନ୍ତ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଯେଉଁଥିରେ ସେ ମଦ୍ୟପାନ କରିଥିବା ନେଇ କୌଣସି ପ୍ରମାଣ ମିଳିନି (consumption of alcohol by Anjali is not confirmed)। ବ୍ୟବଚ୍ଛେଦ ରିପୋର୍ଟରେ ଏପରି ତଥ୍ୟ ସାମ୍ନାକୁ ଆସିବା ପରେ ଦୁର୍ଘଟଣା ଦିନ ସ୍କୁଟିରେ ଥିବା ମୃତକଙ୍କ ବାନ୍ଧବୀ ନିଧିଙ୍କ ବୟାନ ନେଇ ପୁଣି ଥରେ ସନ୍ଦେହ ବଢିଛି । ଦୁର୍ଘଟଣା ପୂର୍ବରୁ ଅଞ୍ଜଳି ମଦ୍ୟପାନ କରିଥିବା ନେଇ ବୟାନ ରଖିଥିଲେ ବାନ୍ଧବୀ ନିଧି (Delhi Kanjhawala case pm report)।

ତେବେ ନିଧିଙ୍କ ବୟାନ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏବେ ବ୍ୟବଚ୍ଛେଦ ରିପୋର୍ଟରେ ବିପରୀତ ତଥ୍ୟ ସାମ୍ନାକୁ ଆସିବା ପରେ ନିଧିଙ୍କୁ ପୋଲିସ ପୁଣି ଥରେ ଡାକି ଜେରା କରିପାରେ ବୋଲି ଅନୁମାନ କରାଯାଉଛି । ପୂର୍ବରୁ ପ୍ରାଥମିକ ବ୍ୟବଚ୍ଛେଦ ରିପୋର୍ଟ ଆସି ସାରିଥିବା ବେଳେ ଆଜି ଅନ୍ତିମ ତଥା ପୂର୍ଣ୍ଣାଙ୍ଗ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଯେଉଁଥିରେ ମୃତକ ଅଞ୍ଜଳିଙ୍କ ମୃତଦେହ ନମୂନାରେ ଆଲକୋହଲର କୌଣସି ପ୍ରମାଣ ମିଳିନାହିଁ । ସେହିପରି ଚୂଡାନ୍ତ ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି, ମୃତକଙ୍କ ଶରୀରର ପ୍ରାୟ 40 ସ୍ଥାନରେ ଗଭୀର ଆଘାତ ଲାଗିଛି । ମେରୁଦଣ୍ଡ ଓ ମୁଣ୍ଡ ପରି ଗୁରୁତ୍ବପୂର୍ଣ୍ଣ ଅଙ୍ଗରେ ମଧ୍ୟ ପ୍ରବଳ ଆଘାତ ଲାଗିଛି । ଏକାଧିକ ଅଙ୍ଗରେ ଗଭୀର ଆଘାତ ଓ ମାତ୍ରାଧିକ ରକ୍ତସ୍ରାବ ଫଳରେ ମୃତ୍ୟୁ ହୋଇଛି ।

ଗତକାଲି ଆସିଥିବା ପ୍ରାଥମିକ ରିପୋର୍ଟରେ ଦୁଷ୍କର୍ମ କିମ୍ବା ଯୌନ ଶୋଷଣ ନେଇ କୌଣସି ପ୍ରମାଣ ନଥିବା ଜଣାପଡିଥିଲା । ମୃତକଙ୍କର ଗୁପ୍ତାଙ୍ଗରେ ମଧ୍ୟ ସେପରି କିଛି ଆଘାତ ଲାଗିନଥିବା ରିପୋର୍ଟରେ ପ୍ରକାଶ ପାଇବା ପରେ ପରିବାର ସଦସ୍ୟ ଆଣିଥିବା ଦୁଷ୍କର୍ମ ଅଭିଯୋଗକୁ ତଦନ୍ତରୁ ବାଦ ଦିଆଯାଇଥିଲା । ଆଜି ଆସିଥିବା ଚୂଡାନ୍ତ ରିପୋର୍ଟରେ ଆଲକୋହଲ ନଥିବା ନେଇ ତଥ୍ୟ ସାମ୍ନାକୁ ଆସିଛି ।

ଘଟଣାର ପ୍ରତ୍ୟେକ୍ଷଦର୍ଶୀ ତଥା ସେଦିନ ସ୍କୁଟିରେ ଥିବା ମୃତକଙ୍କ ବାନ୍ଧବୀଙ୍କ କଥାରେ ତାଳମେଳ ନରହିବା ଓ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିବା ନେଇ ସିସିଟିଭି ଫୁଟେଜରେ ଭିଡିଓ ମିଳିବା ନିଧିଙ୍କୁ ସନ୍ଦେହ ଘେରକୁ ଟାଣିଛି । ପୋଲିସ ତାଙ୍କୁ ପୁଣି ଥରେ ଜେରା କରିପାରେ ବୋଲି ଚର୍ଚ୍ଚା ହେଉଛି । ନିଧି କହିଥିଲେ ଅଞ୍ଜଳି ମଦ୍ୟପାନ କରିଥିଲେ । ଦୁର୍ଘଟଣା ପରେ ସେ ରାସ୍ତା ପାର୍ଶ୍ବକୁ ଛିଟିକି ପଡିଥିବା ବେଳେ ଅଞ୍ଜଳି କାରର ସାମ୍ନାକୁ ଛିଟିକି ପଡିଥିଲେ । କାର ତଳେ ସେ ଲାଖି ରହିଥିବା ଅଭିଯୁକ୍ତମାନେ ଜାଣି ସୁଦ୍ଧା କାର ଛିଡା ପରିବର୍ତ୍ତେ ସେଠାରୁ କାର ଚଳାଇ ପଳାଇଥିଲେ । ଫଳରେ ଅଞ୍ଜଳି ମଧ୍ୟ କାର ସହ ଘୋଷାଡି ହୋଇଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.