ETV Bharat / bharat

ଜି-୨୩ ଚାପରେ ଚେପା କଂଗ୍ରେସ ! ହାଇକମାଣ୍ଡ ଡକାଇଲେ CWC ବୈଠକ

author img

By

Published : Sep 30, 2021, 9:29 PM IST

ଗୁରୁବାର କଂଗ୍ରେସର ବିଦ୍ରୋହୀ ଗୋଷ୍ଠୀ ତଥା ଜି-୨୩ ନେତା ମୁରବୀ ବିହୀନ ଦଳର ନେତୃତ୍ବକୁ ନେଇ ପ୍ରଶ୍ନ କରିବା ପରେ ଏବେ କାର୍ଯ୍ୟକାରିଣୀ ବୈଠକ ଡକାଇଛନ୍ତି ହାଇକମାଣ୍ଡ । ଅଧିକ ପଢନ୍ତୁ...

ଜି-୨୩ ଚାପରେ ଚେପା କଂଗ୍ରେସ ! ହାଇକମାଣ୍ଡ ଡକାଇଲେ CWC ବୈଠକ
ଜି-୨୩ ଚାପରେ ଚେପା କଂଗ୍ରେସ ! ହାଇକମାଣ୍ଡ ଡକାଇଲେ CWC ବୈଠକ

ନୂଆଦିଲ୍ଲୀ: କଂଗ୍ରେସରେ ଥମୁନି ନେତୃତ୍ବ ସଙ୍କଟ । ନିଜ ଦଳର ନେତାଙ୍କ ଚାପରେ ହାଇକମାଣ୍ଡ । ଘନଘନ ଟାର୍ଗେଟ ପରେ ଏବେ ଏବେ ବରିଷ୍ଠ ନେତାଙ୍କ କଥାକୁ ଗୁରୁତ୍ବ ଦେଇଛନ୍ତି ଦଳର ସର୍ବେସର୍ବା ଗାନ୍ଧୀ ପରିବାର ଓ ଏହାର ସମର୍ଥକ । ଗୁରୁବାର କଂଗ୍ରେସର ବିଦ୍ରୋହୀ ଗୋଷ୍ଠୀ ତଥା ଜି-୨୩ ନେତା ମୁରବୀ ବିହୀନ ଦଳର ନେତୃତ୍ବକୁ ନେଇ ପ୍ରଶ୍ନ କରିବା ପରେ ଏବେ କାର୍ଯ୍ୟକାରିଣୀ ବୈଠକ ଡକାଇଛନ୍ତି ହାଇକମାଣ୍ଡ ।

G-23 ନେତାଙ୍କ ଦାବି ପରେ ଖୁବ ଶୀଘ୍ର ବସିବାକୁ ଯାଉଛି କଂଗ୍ରେସ କାର୍ଯ୍ୟକାରିଣୀ(CWC) ବୈଠକ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୁରେଜୱାଲା । ଦଳରେ ସାଙ୍ଗଠନିକ ନିର୍ବାଚନ ଚାହୁଁଛନ୍ତି ଜି-୨୩ ।

ପଞ୍ଜାବ ରାଜନୈତିକ ସଙ୍କଟ ମଧ୍ୟରେ ଦୀର୍ଘ ଦିନର ଅନ୍ତରାଳ ପରେ ପୁଣି କଂଗ୍ରେସରେ ଉଠିଛି ନେତୃତ୍ବ ସଙ୍କଟକୁ ନେଇ ପ୍ରଶ୍ନ । ମୁରବି ବିହୀନ ହୋଇପଡିଥିବା କଂଗ୍ରେସରେ କିଏ ନେଉଛି ନିଷ୍ପତ୍ତି ? କାହିଁକି ମାଳମାଳ ନେତା ଛାଡୁଛନ୍ତି ଦଳ ? ଏଭଳି ତମାମ ପ୍ରଶ୍ନକୁ ନେଇ କଂଗ୍ରେସର ସର୍ବେସର୍ବା ଗାନ୍ଧୀ ପରିବାରକୁ ଘେରିଛନ୍ତି ଦଳର ବରିଷ୍ଠ ନେତା କପିଲ ସିବଲ ।

ଯଦି ଦଳରେ ଅଧ୍ୟକ୍ଷ ଥାନ୍ତେ, ତେବେ ଏଭଳି ସ୍ଥିତି ଉପୁଜିନଥାନ୍ତା । ଦେଶ ହେଉ କି ଦଳ, କ୍ଷମତା ଏକଚାଟିଆ ହେବା ଉଚିତ ନୁହେଁ ବୋଲି ଗାନ୍ଧୀ ପରିବାରକୁ ଟାର୍ଗେଟ କରି କହିଥିଲେ କପିଲ ସିବଲ । ସେପଟେ କପିଲ ସିବଲଙ୍କ ସ୍ବରରେ ସ୍ବର ମିଶାଇଛନ୍ତି ଆଉ ଜଣେ ବରିଷ୍ଠ ନେତା ତଥା ରାଜ୍ୟସଭାରେ ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ । କପିଲ ସିବଲ ଓ ଗୁଲାମ ନବୀ ଆଜାଦ ସେହି ନେତା ଯାହାଙ୍କୁ କଂଗ୍ରେସରେ ବିଦ୍ରୋହୀ ଗୋଷ୍ଠୀ ତଥା G-23 ନେତା ଭାବରେ ଜଣାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.