ETV Bharat / bharat

4ରେ କଂଗ୍ରେସ ଇସ୍ତାହାର କମିଟି ବୈଠକ, ଫୋକସରେ ନିଯୁକ୍ତି ଓ ମହିଳା ସଂରକ୍ଷଣ - malikarjun kharge

Kharge to chair Congress poll manifesto panel meet: ଜାନୁଆରୀ 4ରେ କଂଗ୍ରେସର ମେନିଫେଷ୍ଟୋ ପ୍ୟାନେଲ ମିଟିଂ। ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଫୋକସରେ ନିଯୁକ୍ତି, ମହିଳା ସଂରକ୍ଷଣ ଏବଂ ସାମାଜିକ କଲ୍ୟାଣ । ଅଧିକ ପଢ଼ନ୍ତୁ,

4ରେ କଂଗ୍ରେସ ଇସ୍ତାହାର କମିଟି ବୈଠକ, ଫୋକସରେ ନିଯୁକ୍ତି ଏବଂ ସାମାଜିକ କଲ୍ୟାଣ

author img

By ETV Bharat Odisha Team

Published : Jan 1, 2024, 6:36 PM IST

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛି କଂଗ୍ରେସ ପାର୍ଟି । ଆସନ୍ତା ୪ ତାରିଖରେ କଂଗ୍ରେସ ହାଇକମାଣ୍ଡ ଡାକିଛନ୍ତି କଂଗ୍ରେସ ଇସ୍ତାହାର କମିଟି ବୈଠକ । ମଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଇସ୍ତାହାର ପ୍ୟାନେଲ ବୈଠକରେ ଫୋକସରେ ରହିବ ନୁଯୁକ୍ତି, ମହିଳା ସଂରକ୍ଷଣ ଏବଂ ସାମାଜିକ କଲ୍ୟାଣ ପ୍ରସଙ୍ଗ । ଲୋକସଭା ନିର୍ବାଚନ ବୈତରଣୀ ପାରି ହେବାକୁ ଉଭୟ ଯୁବ ଏବଂ ଗରିବ ଶ୍ରେଣୀକୁ ଟାର୍ଗେଟ କରିବ ଗ୍ରାଣ୍ଡ ଓଲ୍ଡ ପାର୍ଟି ।

ଏହା ମଧ୍ୟ ପଢ଼ନ୍ତୁ: କାଶ୍ମୀର ସ୍ଥିତି ନେଇ କାଲି ଉଚ୍ଚସ୍ତରୀୟ ବୈଠକ କରିବେ ଶାହ

କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ, ୨୦୨୪ ନିର୍ବାଚନ ପାଇଁ ଯୁବ, ମହିଳା, ଗରିବ ଶ୍ରେଣୀକୁ ଫୋକସ କରିବ ଦଳ । ବିଶେଷ କରି ଦୁଇଟି ପ୍ରସଙ୍ଗକୁ କଂଗ୍ରେସ ପ୍ରାଧାନ୍ୟ ଦେବ । ପ୍ରଥମଟି ହେଲା ଜାତି ଭିତ୍ତିକ ଜନଗଣନା ଏବଂ ଦ୍ବିତୀୟଟି ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ । ଏହି ଦୁଇଟି ଯାକ ପ୍ରସଙ୍ଗ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଏବଂ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧିଙ୍କ ମାନସ ସନ୍ତାନ ବୋଲି କୁହାଯାଉଛି । ସୋନିଆ ଗାନ୍ଧି ମହିଳା ସଶକ୍ତିକରଣକୁ ଗୁରୁତ୍ବ ଦେଉଥିବା ବେଳେ, ପଛୁଆ ବର୍ଗଙ୍କୁ ଫୋକସ କରୁଛନ୍ତି ରାହୁଲ । ମହିଳା ସଂରକ୍ଷଣ ବିଲ୍ ଆଇନରେ ପରିଣତ ହୋଇସାରିଥିଲେ ମଧ୍ୟ, ୨୦୨୯ ପୂର୍ବରୁ କାର୍ଯ୍ୟକାରୀ ହେବା ସମ୍ଭାବନା କମ । ତେଣୁ କଂଗ୍ରେସ ଏହି ପ୍ରସଙ୍ଗକୁ ଆଗକୁ ନେବାକୁ ଚାହୁଁଛି । ଅନ୍ୟପକ୍ଷରେ ଗତ ନଭେମ୍ବରରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନରେ ରାହୁଲ ଗାନ୍ଧି ଜାତିଗତ ଜନଗଣନାକୁ ପ୍ରସଙ୍ଗ କରିଥିଲେ ମଧ୍ୟ, ବିଶେଷ ଫଳପ୍ରଦ ହୋଇନଥିଲା । ତଥାପି ୨୦୨୪ରେ ଏହାକୁ ବଡ଼ ପ୍ରସଙ୍ଗ କରିବାକୁ ଆପାତତଃ ସ୍ଥିର କରିଛି ପାର୍ଟି ।

ଏହା ମଧ୍ୟ ପଢ଼ନ୍ତୁ: କୁସ୍ତି ମହାସଂଘ ନିଲମ୍ବନ ପ୍ରତ୍ୟାହାର ସମ୍ଭାବନା କ୍ଷୀଣ !

କଂଗ୍ରେସ ମେନିଫେଷ୍ଟୋ କମିଚିର ଅଧ୍ୟକ୍ଷ ଅଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚାଦାମ୍ବରମ । କଂଗ୍ରେସ ନେତ୍ରୀ ପ୍ରିୟଙ୍ଗା ଗାନ୍ଧି କମିଟିର ସସସ୍ୟା ଅଛନ୍ତି । କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ, ଇସ୍ତାହାରରେ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ଏବଂ ମହିଳା ସଶକ୍ତୀକରଣକୁ ପ୍ରାଥମିକତା ଦିଆଯିବ । ଦଳର କହିବା କଥା, ଅର୍ଥନୀତି ହେଉଛି ଉତ୍ତମ ଶାସନ ଏବଂ ସାମାଜିକ କଲ୍ୟାଣ ନୀତିର ଆଧାର । ଗ୍ରାଉଣ୍ଡ ଜିରୋ ସ୍ଥିତିକୁ ଗୁରୁତ୍ବ ଦେଇ ଡ୍ରାଫ୍ଟ ଚୂଡ଼ାନ୍ତ କରାଯିବ । ଦଳ ଏମିତି ଏକ ଘୋଷଣାନାମା ପ୍ରସ୍ତୁତ କରିବ, ଯାହାକି କେବଳ 2024 ନୁହେଁ, ତାର ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ ମଧ୍ଯ କାମ ଦେବ ।

ଏହା ମଧ୍ୟ ପଢ଼ନ୍ତୁ: ଲୋହିତ ସାଗରରେ ଆମେରିକା ନୌସେନା-ହାଉତି ବିଦ୍ରୋହୀ ମୁହାଁମୁହିଁ, ୧୦ ବିଦ୍ରୋହୀ ମୃତ

କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି ଯେ, କଂଗ୍ରେସ ଏଥର ନିଜସ୍ବ ଇସ୍ତାହାର ପ୍ରସ୍ତୁତ କରିବ ଏବଂ ଏହାକୁ ନେଇ ଲୋକଙ୍କ ପାଖକୁ ଯିବ । ସେହିପରି ଇଣ୍ଡିଆ ମେଣ୍ଟକୁ ନେଇ ପୃଥକ କମନ ମିନିମମ ପ୍ରୋଗ୍ରାମ ପ୍ରସ୍ତୁତ ହେବ । ପୂର୍ବ ନିର୍ବାଚନଗୁଡ଼ିକରେ କଂଗ୍ରେସ ପାର୍ଟି ଏବଂ ବିରୋଧୀ ମୋର୍ଚ୍ଚାର ଭାଗୁଆଳି ଦଳଗୁଡ଼ିକ ନିଜ ନିଜର ଇସ୍ତାହାର ନେଇ ଭୋଟରଙ୍କ ନିକଟକୁ ଯାଉଥିଲେ । ଏଥର ଇଣ୍ଡିଆ ମେଣ୍ଟ ମଧ୍ଯରେ ପ୍ରାକ ନିର୍ବାଚନୀ ଡିଲ୍ ହେବ, ଯେଉଁଥିରେ ସିଟ୍ ସେୟାରିଂ ମଧ୍ୟ କରାଯିବ । ତେଣୁ ୨୦୨୪ ନିର୍ବାଚନ ପାଇଁ ସ୍ବତନ୍ତ୍ର ଇସ୍ତାହାର ପତ୍ର ଜରୁରୀ ।

ଏହା ମଧ୍ୟ ପଢ଼ନ୍ତୁ: ବିଜେଡିକୁ ଫେରିଲେ ଦାମୋଦର, ମୁଖ୍ୟମନ୍ତ୍ରୀ ନବୀନ ହଟାଇଲେ ବହିଷ୍କାର

୨୦୧୯ ନିର୍ବାଚନ ପାଇଁ ବିସ୍ତ୍ରୃତ ଆଲୋଚନା ସହ ପ୍ରସ୍ତୁତ କରିିଥିଲା ଇସ୍ତାହାର ପତ୍ର । ମାତ୍ର ନିର୍ବାଚନରେ କାମ କରିନଥିଲା ଏହି ଫର୍ମୂଲା । ଏଥିପାଇଁ ୨୦୨୪ ପାଇଁ ବିଧିବଦ୍ଧ ଭାବେ ନୂଆ ଶୈଳୀ ଏବଂ ନୂଆ ରଣନୀତିରେ ପ୍ରସ୍ତୁତ କରିବାକୁ ଯାଉଛି ଇସ୍ତାହାର ପତ୍ର । ତେବେ କଂଗ୍ରେସର ମେନିଫେଷ୍ଟୋ ଭୋଟ୍ ଗଣିତରେ କେତେ କାମ କରିବ, ତାହା ମୁଖ୍ୟ ପ୍ରସଙ୍ଗ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.