ETV Bharat / bharat

Assembly Polls 2022: ଭର୍ଚ୍ଚୁଆଲ ରାଲି ପାଇଁ କଂଗ୍ରେସର ପ୍ରସ୍ତୁତି ଆରମ୍ଭ

author img

By

Published : Jan 10, 2022, 2:33 PM IST

ଆଗକୁ ୫ଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । ଭର୍ଚ୍ଚୁଆଲ ରାଲି ପାଇଁ ପ୍ରସ୍ତୁତ ହେଉଛି କଂଗ୍ରେସ । ଅଧିକ ପଢନ୍ତୁ

Assembly Polls 2022: ଭର୍ଚ୍ଚୁଆଲ ରାଲି ପାଇଁ କଂଗ୍ରେସର ପ୍ରସ୍ତୁତି

ନୂଆଦିଲ୍ଲୀ: ଆଗକୁ ୫ଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା ହେବା ସହ କୋରୋନା ନିୟମ ମଧ୍ୟରେ ନିର୍ବାଚନ ହେବା ନେଇ ନିଷ୍ପତ୍ତି ନେଇଛନ୍ତି । ତେଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନୀ ରାଲି ଓ ସମାବେଶକୁ ଜାନୁଆରୀ ୧୫ ପର୍ଯ୍ୟନ୍ତ ବ୍ୟାନ କରାଯାଇଛି । ସମସ୍ତ ଦଳ ଭର୍ଚ୍ଚୁଆଲ ପ୍ରଚାର ପ୍ରସାର କରିବେ । ଏନେଇ ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ ।

ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ ଥିବା କଂଗ୍ରେସ ମୁଖ୍ୟାଳୟ ଓ ପୋଲ-ସୀମାବର୍ତ୍ତୀ ରାଜ୍ୟର ଅନେକ ଜିଲ୍ଲାରେ ଗ୍ରୀନ ରୁମର ବ୍ୟବସ୍ଥା କରାଯିବ । ଏହାରି ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଲୋକଙ୍କ ସହ ଯୋଗାଯୋଗ କରିପାରିବେ ଦଳର ନେତା । ଏହାକୁ ପରିଚାଳନା କରିବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ । ଏଥିସହ ସୋସିଆଲ ମିଡିଆରେ ମଧ୍ୟ ନିର୍ବାଚନୀ ପ୍ରଚାର କରିବ କଂଗ୍ରେସ । ଟ୍ବିଟର, ଫେସବୁକ ଓ ଇଷ୍ଟାଗ୍ରାମ ଦ୍ବାରା ନିର୍ବାଚନୀ ପ୍ରଚାର କରାଯିବ ।

ବିଭିନ୍ନ ବିଷୟକୁ ନେଇ ସୋସିଆଲ ମିଡିଆରେ ଲାଇଭ ଭିଡିଓ ମଧ୍ୟ ସେୟାର କରାଯିବ । ଡିଜିଟାଲ ରାଲିର ବିଷୟବସ୍ତୁ ଉପରେ ଦଳ ବିଶେଷ ଧ୍ୟାନ ଦେବ ବୋଲି ବିଶେଷସୁତ୍ରରୁ ଜଣାପଡିଛି । ଯେମିତିକି ସାଧାରଣ ଲୋକେ ଏଥିରେ ଜଡିତ ହୋଇପାରିବ । ବଡ ନେତାଙ୍କ ଭର୍ଚ୍ଚୁଆଲ 3D ରାଲି ଆୟୋଜନ କରିବାକୁ ମଧ୍ୟ ଏକ ପ୍ରସ୍ତାବ ରହିଛି, ଯାହା ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ । ଲୋକଙ୍କ ସହ ଯୋଡି ହେବା ପାଇଁ ରାଲିରେ କଂଗ୍ରେସ ସ୍ଥାନୀୟ ସଂସ୍କୃତି, ଭାଷା ଏବଂ ଲୋକଗୀତକୁ ମଧ୍ୟ ବ୍ୟବହାର କରିବ।

ବିଧାନସଭା ନିର୍ବାଚନ ପ୍ରକ୍ରିୟା ୧୦ ଫେବୃଆରୀରୁ ଆରମ୍ଭ ହୋଇ ୭ ମାର୍ଚ୍ଚରେ ଶେଷ ହେବ । ମାର୍ଚ୍ଚ 10ରେ ଫଳାଫଳ ପ୍ରକାଶ ପାଇବା ନେଇ ଜାନୁଆରୀ ୮ତାରିଖରେ ସୂଚନା ଦେଇଥିଲେ ନିର୍ବାଚନ କମିଶନର । ଏଥିସହ ନିର୍ବାଚନ ଆଚରଣ ବିଧି (MCC) ମଧ୍ୟ କାର୍ଯ୍ୟକାରୀ କରାଯାଇଥିବା ସୂଚନା ଦେଇଥିଲେ । ମୋଟ ୭ ପର୍ଯ୍ୟାୟରେ ନିର୍ବାଚନ ଶେଷ ହେବାକୁ ଥିବା ବେଳେ ଗୋଆ, ଉତ୍ତରାଖଣ୍ଡ ଓ ପଞ୍ଜାବରେ ୧୪ ଫେବୃଆରୀରେ ମାତ୍ର ଗୋଟିଏ ପର୍ଯ୍ୟାୟରେ ମତଦାନ ଶେଷ ହେବ । ସେହିପରି ମଣିପୁରରେ ଦୁଇଟି ପର୍ଯ୍ୟାୟ ଓ ଉତ୍ତର ପ୍ରଦେଶରେ ମୋଟ ୭ ପର୍ଯ୍ୟାୟରେ ନିର୍ବାଚନ ଶେଷ କରିବା ନେଇ ନିଷ୍ପତ୍ତି ନେଇଥିଲେ ଆୟୋଗ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.