ETV Bharat / bharat

ମୋଦିଙ୍କ କାଶ୍ମୀର ବୈଠକ, 5ଟି ଦାବି ରଖିଲା କଂଗ୍ରେସ - ସର୍ବଦଳୀୟ ବୈଠକ

ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ 5ଟି ଦାବି ରଖିଛନ୍ତି କଂଗ୍ରେର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ । ଏଥିରେ ତୁରନ୍ତ ପୂର୍ଣ୍ଣ ରାଜ୍ୟ ପାହ୍ୟାଠାରୁ ନେଇ ବିଧାନସଭା ନିର୍ବାଚନ କରାଇବା ପର୍ଯ୍ୟନ୍ତ ଅନେକ ଗୁରୁତ୍ବପୂର୍ଣ୍ଣ ଦାବି ରଖିଛନ୍ତି ଗୁଲାମ । ଅଧିକ ପଢନ୍ତୁ...

ମୋଦିଙ୍କ କାଶ୍ମୀର ବୈଠକରେ କଂଗ୍ରେସର 5 ଦାବି
ମୋଦିଙ୍କ କାଶ୍ମୀର ବୈଠକରେ କଂଗ୍ରେସର 5 ଦାବି
author img

By

Published : Jun 24, 2021, 10:03 PM IST

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରକୁ ନେଇ ଶେଷ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ପୁର୍ଣ୍ଣ ରାଜ୍ୟପାହ୍ୟା ଦାବି ସହ ବିଧାନସଭା ନିର୍ବାଚନକୁ ନେଇ ବୈଠକରେ ହୋଇଛି ଚର୍ଚ୍ଚା ।

ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ 5ଟି ଦାବି ରଖିଛନ୍ତି କଂଗ୍ରେର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ । ଏଥିରେ ତୁରନ୍ତ ପୂର୍ଣ୍ଣ ରାଜ୍ୟ ପାହ୍ୟାଠାରୁ ନେଇ ବିଧାନସଭା ନିର୍ବାଚନ କରାଇବା ପର୍ଯ୍ୟନ୍ତ ଅନେକ ଗୁରୁତ୍ବପୂର୍ଣ୍ଣ ଦାବି ରଖିଛନ୍ତି ଗୁଲାମ ।

ମୋଦିଙ୍କ କାଶ୍ମୀର ବୈଠକରେ କଂଗ୍ରେସର 5 ଦାବି

କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ ଏବେ ପୁଣିଥରେ ଜମ୍ମୁକାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ପାହ୍ୟା ମିଳୁ । ଏବେ ଘାଟିରେ ସ୍ଥିତି ଅନୁକୂଳ ରହିଛି । ସୀମାରେ ଶାନ୍ତି ରହିଛି । ଏଭଳି ସ୍ଥିତିରେ ବର୍ତ୍ତମାନ ଏହି ପଦକ୍ଷେପ ନେବା ଉଚିତ ବୋଲି ଆଜାଦ ଦାବି କରିଛନ୍ତି ।

ଜମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ କରାଇବା ଉପରେ ଜୋର ଦେଇଛନ୍ତି ଗୁଲାମ ନବୀ । ତାଙ୍କ ନଜରରେ ଯଦି ଡିଡିସି ନିର୍ବାଚନ ହୋଇପାରୁଛି, ତେବେ ବିଧାନସଭା ନିର୍ବାଚନ ହେବା ମଧ୍ୟ ଜରୁରୀ ।

ପ୍ରଧାନମନ୍ତ୍ରୀଙ୍କ ବୈଠକରେ କାଶ୍ମୀର ପଣ୍ଡିତଙ୍କ ବିଷୟ ଉଠାଇଛନ୍ତି ଆଜାଦ । ସେ କହିଛନ୍ତି, ଆଦରର ସହିତ ସମସ୍ତ କାଶ୍ମୀର ପଣ୍ଡିତଙ୍କ ଘରବାହୁଡା ସବୁ ନେତାଙ୍କ ମୌଳିକ ଦାୟିତ୍ବ ।

କଂଗ୍ରେସ ପକ୍ଷରୁ ଗୁଲାମ ଏହି ବିଷୟ ଉପରେ ଜୋର ଦେଇଛନ୍ତି ଯେ କେନ୍ଦ୍ରସରକାର କାଶ୍ମୀର ଯୁବକଙ୍କ ରୋଜଗାରର ଗ୍ୟାରେଣ୍ଟୀ ଦିଅନ୍ତୁ । ଆଗରୁ କାଶ୍ମୀର ଯୁବକଙ୍କ ପାଖରେ ରୋଜଗାରର ଗ୍ୟାରେଣ୍ଟୀ ଥିଲା । ଏବେ ତାହା ନାହିଁ ବୋଲି କହିଛନ୍ତି ଆଜାଦ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.