ETV Bharat / bharat

କେନ୍ଦ୍ରକୁ ରାହୁଲଙ୍କ ଟାର୍ଗେଟ, ଶିଖରରେ ପହଞ୍ଚିଛି ବେକାରୀ ସମସ୍ୟା

author img

By

Published : Nov 18, 2020, 12:47 PM IST

କେନ୍ଦ୍ର ସରକାରଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟାର୍ଗେଟ କରିଛନ୍ତି । ଟ୍ବିଟ୍‌ କରି ବର୍ତ୍ତମାନ ବେକାରୀ ସମସ୍ୟା ଶିଖରରେ ପହଞ୍ଚିଥିବା ସେ କହିଛନ୍ତି । ଅଧିକ ପଢନ୍ତୁ...

କେନ୍ଦ୍ରକୁ ରାହୁଲଙ୍କ ଟାର୍ଗେଟ
କେନ୍ଦ୍ରକୁ ରାହୁଲଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ବୁଧବାର ସେ ବିଜେପି ସରକାରକୁ ଟାର୍ଗେଟ କରିବା ସହ ବର୍ତ୍ତମାନ ସମୟରେ ବେକାରୀ ସବୁଠୁ ଶିଖରରେ ପହଞ୍ଚିଥିବା ସେ ଟ୍ବିଟ୍‌ କରି କହିଛନ୍ତି ।

କେନ୍ଦ୍ରକୁ ରାହୁଲଙ୍କ ଟାର୍ଗେଟ
କେନ୍ଦ୍ରକୁ ରାହୁଲଙ୍କ ଟାର୍ଗେଟ

ଏହାସହ ବ୍ୟାଙ୍କ ଗୁଡିକ ଅସୁବିଧାରେ ଥିବାବେଳେ ଜିଡିପି ମଧ୍ୟ ରହିଛି । ଏଭଳି ଆଗରୁ କେବେ ବି ଦରଦାମ ବୃଦ୍ଧି ହୋଇନଥିବା ସେ କହିଛନ୍ତି । ସେହିପରି ଜନତାଙ୍କ ମନୋବଳ ଭାଙ୍ଗି ଯାଉଥିବାବେଳେ ପ୍ରତିଦିନ ସାମାଜିକ ନ୍ୟାୟ ଦୁର୍ବଳ ହୋଇ ପଡୁଛି । ଏହା ବିକାଶ ନା ବିନାଶ ବୋଲି କହି କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ରାହୁଲ ।

ସେ ଟ୍ବିଟ୍‌ କରି ଲେଖିଛନ୍ତି,‘ବ୍ୟାଙ୍କ ଗୁଡିକ ଅସୁବିଧାରେ ଥିବାବେଳେ ଜିଡିପି ମଧ୍ୟ ରହିଛି । ଦରଦାମ ଏଭଳି କେବେ ବି ବୃଦ୍ଧି ହୋଇନାହିଁ । ମନୋବଳ ଭାଙ୍ଗି ଯାଉଥିବାବେଳେ ପ୍ରତିଦିନ ସାମାଜିକ ନ୍ୟାୟ ଦୁର୍ବଳ ହୋଇ ପଡୁଛି । ଏହା ବିକାଶ ନା ବିନାଶ ?’

ସୂଚନା ଥାଉକି, କିଛି ମାସ ଧରି ଲଗାତାର କେନ୍ଦ୍ରକୁ ଟାର୍ଗେଟ କରିଚାଲିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବିଭିନ୍ନ ପ୍ରସଙ୍ଗରେ ସେ ମୋଦି ସରକାରଙ୍କୁ ଘେରୁଛନ୍ତି । କୋରୋନା ସଙ୍କଟ ସମୟରେ ସଠିକ୍‌ ଭାବେ ପରିଚାଳନା ନ କରିପାରିବାଠୁ ଆରମ୍ଭ କରି ଅର୍ଥନୈତିକ ସଙ୍କଟ, ବେକାରୀ ଆଦି ସମସ୍ୟାକୁ ଉଠାଇ ସରକାରଙ୍କୁ ଘେରୁଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.