ETV Bharat / bharat

Telangana: BJP ସହ ଅଛନ୍ତି BRS-AIMIM, ସେଥିପାଇଁ ତାଙ୍କ ବିରୋଧରେ ମାମଲା ନାହିଁ କହିଲେ ରାହୁଲ

author img

By ETV Bharat Odisha Team

Published : Sep 17, 2023, 10:46 PM IST

BRS-AIMIM ସହ ରହିଛି ବିଜେପିର ସମ୍ପର୍କ । ସେଥିପାଇଁ ସେମାନଙ୍କର ବିରୋଧରେ କୌଣସି ମାମଲା ନାହିଁ । ତେଲେଙ୍ଗାନା ଏ ସମସ୍ତଙ୍କ ବିରୋଧରେ ଏକା ଲଢୁଛି କଂଗ୍ରେସ, କହିଲେ ରାହୁଲ । ଅଧିକ ପଢନ୍ତୁ

Telangana: କଂଗ୍ରେସ BJP-BRS-AIMIM ବିରୋଧରେ ଲଢୁଛି କହିଲେ ରାହୁଲ

ହାଇଦ୍ରାବାଦ: ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ତେଲେଙ୍ଗାନାରେ କଂଗ୍ରେସ ତାର ନିର୍ବାଚନୀ ରଣନୀତି ଆରମ୍ଭ କରିସାରିଛି । ଆଜି ଦଳ 6ସୂତ୍ରୀ ଗ୍ୟାରେଣ୍ଟି ଘୋଷଣା କରିଛି । ତେଲେଙ୍ଗାନରେ ଭାରତୀୟ ଜନତା ପାର୍ଟି, ଶାସନରେ ଥିବା କେସିଆରଙ୍କ ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଏବଂ ଅସଦୁଦ୍ଦିନ ଓଓ୍ବେସୀଙ୍କ ଦଳ AIMIM ନିଜକୁ ଅଲଗା ଦଳ ବୋଲି କହୁଥିଲେ ସୁଦ୍ଧା ସେମାନେ ସମସ୍ତେ ଏକ । ଏହି ସମସ୍ତ ପାର୍ଟିଙ୍କ ବିରୋଧରେ କଂଗ୍ରେସ ଏକା ଲଢୁଛି ବୋଲି କହିଛନ୍ତି ଦଳର ଚର୍ଚ୍ଚିତ ନେତା ରାହୁଲ ଗାନ୍ଧୀ ।

ଆଜି ହାଇଦ୍ରାବାଦ ରଙ୍ଗାରେଡ୍ଡୀର ବିଜୟାଭେରୀରେ ଆୟୋଜିତ ଦଳୀୟ ସଭାରେ ରାହୁଲ ରାଜ୍ୟରେ ସକ୍ରିୟ ଥିବା ସମସ୍ତ ରାଜନୈତିକ ଦଳକୁ ଏକାଠି ଟାର୍ଗେଟ କରିଛନ୍ତି । କହିଛନ୍ତି,"ମୁଁ ସଂସଦରେ BRSର କାର୍ଯ୍ୟକଳାପକୁ ନିଜ ଆଖିରେ ଦେଖିଛି । ଯେତେବେଳେ କେନ୍ଦ୍ରରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି BRSର ସମର୍ଥନର ଆବଶ୍ୟକ କରିଛି, BRS ସେତେବେଳେ ସମର୍ଥନ କରିଛି । ସଂସଦରେ କୃଷି ବିଲ୍ ପାସ କରିବାବେଳେ ସେମାନେ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରିଥିଲେ । ଯେତେବେଳେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗ ଆସିଛି ସେମାନେ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରିଥିଲେ । ଜିଏସଟି ପ୍ରସଙ୍ଗରେ ମଧ୍ୟ ସେମାନେ ବିଜେପିକୁ ସମର୍ଥନ କରିଛନ୍ତି ।"

ଏହା ମଧ୍ୟ ପଢନ୍ତୁ :- Telangana: କଂଗ୍ରେସର 6 ଗ୍ୟାରେଣ୍ଟି ଘୋଷଣା, ମହିଳାଙ୍କୁ ମାସିକ 2500 ଟଙ୍କା, 5ଶହ ଟଙ୍କାରେ LPG ସିଲିଣ୍ଡର

ବିଜେପି ସହ ଭିତିରି ସମର୍ଥନ କାରଣରୁ ସେମାନଙ୍କ ବିରୋଧରେ କୌଣସି କେନ୍ଦ୍ରୀୟ ଏଜେନ୍ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ସେମାନଙ୍କ ନାମରେ କୌଣସି ଅଭିଯୋଗ କି ମାମଲା ନାହିଁ । କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ନିଜର ସହଯୋଗୀ ବୋଲି ବିବେଚନା କରୁଥିବାରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ କିମ୍ବା ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଔବେସୀଙ୍କ ବିରୋଧରେ କୌଣସି ମାମଲା ନାହିଁ । କଂଗ୍ରେସ କିନ୍ତୁ ରାଜ୍ୟରେ ଏକାକୀ ଏହି ସମସ୍ତ ଦଳ ବିରୋଧରେ ଲଢେଇ ଜାରି ରଖିଛି । କେବଳ ସେତିକି ନୁହେଁ ବରଂ ସେମାମେ କଂଗ୍ରେସ ସଭା ଦିନ ମିଟିଂ ରଖି କଂଗ୍ରେସର କାର୍ଯ୍ୟକ୍ରମକୁ ବାଧା ସୃଷ୍ଟି କରିବା ପାଇଁ ମଧ୍ୟ ଏମାନେ ପ୍ରୟାସ କରିଛନ୍ତି । କିନ୍ତୁ ରାଜ୍ୟବାସୀ ଚଳିତ ଥର କଂଗ୍ରେସ ସହ ରହିଛନ୍ତି । ସେମାନେ ଚାହିଁଲେ ମଧ୍ୟ କଂଗ୍ରେସକୁ ସମସ୍ୟାରେ ପକାଇ ପାରିବେନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.