ETV Bharat / bharat

ଅଗଷ୍ଟ 20ରେ ବିରୋଧୀଙ୍କ ଭର୍ଚୁଆଲ ବୈଠକ

ଅଗଷ୍ଟ 20ରେ ବିରୋଧୀଙ୍କ ଭର୍ଚୁଆଲ ବୈଠକ । ଏକଜୁଟ ହେବାକୁ ଆହ୍ବାନ ଦେଲେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଅଧିକ ପଢନ୍ତୁ...

author img

By

Published : Aug 13, 2021, 5:27 PM IST

ସୋନିଆ ଗାନ୍ଧୀ
ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ଅଗଷ୍ଟ 20ରେ ଏକାଠି ହେବେ ବିରୋଧୀ । ଭର୍ଚୁଆଲ ବୈଠକରେ ବିରୋଧୀଙ୍କୁ ଏକତ୍ରିତ କରିବାକୁ ଯୋଜନା କରିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ବାଦ ଦେଲେ ଏନସିପି ନେତା ଶରଦ ପାୱାର, ଟିଏମସି ମୁଖ୍ୟ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ କାର୍ଯ୍ୟକାରିଣୀ ସଭାପତି ହେମନ୍ତ ସୋରେନ ଏହି ବୈଠକରେ ଯୋଗ ଦେବେ ।

ବୁଧବାର ଦିନ ଶେଷ ହୋଇଥିବା ମୌସୁମୀ ଅଧିବେଶନରେ ଏଥର କମ ନଜର ଆସିଛନ୍ତି ସୋନିଆ । କେବଳ ଗତ ମଙ୍ଗଳବାର ଓ ବୁଧବାର ସଂସଦ ଆସିଥିଲେ ସୋନିଆ । ବାଚସ୍ପତି ଓମ ବିର୍ଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସହ ଏକ ଔପଚାରିକ ବୈଠକରେ ଭାଗ ନେଇଥିଲେ ଅନ୍ତରୀଣ ଅଧ୍ୟକ୍ଷା । ସେପଟେ ମୌସୁମୀ ଅଧିବେଶନରେ କଂଗ୍ରେସ ତାଳରେ ଅନ୍ୟାନ୍ୟ ବିରୋଧୀ ତାଳ ମିଶାଇଥିବା ଦେଖିବାକୁ ମିଳିଥିଲା । ପେଗାସସ ସମେତ ଅନେକ ପ୍ରସଙ୍ଗରେ କଂଗ୍ରେସକୁ ସମର୍ଥନ କରିଥିଲେ ବିରୋଧୀ ।

ସେହିପରି ଗୁରୁବାର ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ସଂସଦ ଭବନ ପରିସରରେ ଥିବା ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରତିକାତ୍ମକ ବିରୋଧ ପ୍ରଦର୍ଶନ କରିଛନ୍ତି । ତେବେ ସଂସଦରେ ବିରୋଧୀଙ୍କ କଣ୍ଠରୋଧ କରାଯାଉଥିବା ବିରୋଧ କରି ସୋସିଆଲ ମିଡିଆରେ ସ୍ବର ଉଠାଇବା ପାଇଁ ବିରୋଧୀଙ୍କୁ ପରାମର୍ଶ ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ନିକଟରେ କଂଗ୍ରେସ ନେତା କପିଲ ସିବ୍ବଲଙ୍କ ଜନ୍ମଦିନ ଅବସରରେ ଆୟୋଜିତ ନୈଶ୍ୟଭୋଜିରେ ଅନେକ ବିରୋଧୀ ନେତାଙ୍କୁ ଏକଜୁଟ ହେବାର ଦେଖିବାକୁ ମିଳିଥିଲା । ଆଉ ଏହାର ଠିକ ପରେ ଭର୍ଚୁଆଲରେ ବିରୋଧୀଙ୍କୁ ଏକଜୁଟ କରି କଂଗ୍ରେସ ବଳ ଗୋଟାଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଦେଶର ଦିନକୁ ଦିନ କଂଗ୍ରେସ ଦୁର୍ବଳ ହେବାକୁ ଲାଗିଥିବାବେଳେ ନେତୃତ୍ବ ସଂକଟ କଂଗ୍ରେସର ଆଭ୍ୟନ୍ତରୀଣ କଳହକୁ ପଦାରେ ପକାଉଛି । ସେହିପରି ଦଳର ପୁରୁଖା ନେତାଙ୍କ ମଧ୍ୟରେ ବଢିଛି ଅସନ୍ତୋଷ । ସେପଟେ ଗାନ୍ଧୀ ପରିବାରକୁ ବାଦ ଦେଇ କ୍ଷମତା ଦିଗକୁ ରାସ୍ତା ତିଆରି କରିବା ମଧ୍ୟ ଅସମ୍ଭବ । କଂଗ୍ରେସ ବିନା ବିରୋଧୀଙ୍କ ଏକତା ସାକାର ହେବନାହିଁ ବୋଲି ଗତ କିଛିଦିନ ପୂର୍ବରୁ କହିଥିଲେ ରାଜନୈତିକ ପରାମର୍ଶଦାତା ପ୍ରଶାନ୍ତ କିଶୋର । ବିଜେପିକୁ ହରାଇବା ପାଇଁ ଏକଜୁଟ ହେବାକୁ ପଡିବ ବୋଲି ସୋନିଆ ଓ ରାହୁଲଙ୍କୁ ଭେଟି ବାର୍ତ୍ତା ଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.