ETV Bharat / bharat

ବିଦ୍ରୋହ ନିଆଁରେ ଜଳୁଛି କଂଗ୍ରେସ, ନେତୃତ୍ବ ଅଭାବରୁ ପତନ ମୁହାଁ ଦେଶର ସର୍ବପୁରାତନ ଦଳ

author img

By

Published : Sep 29, 2021, 10:08 PM IST

ଅସହାୟତା ମଧ୍ୟରେ ଅସ୍ତିତ୍ବ ହରାଉଛି ଦେଶର ସର୍ବପୁରାତନ ଦଳ । ତିଳତିଳ କରି କଂଗ୍ରେସକୁ ଜାଳୁଛି ଅସନ୍ତୋଷର ନିଆଁ । ଆଗାମୀ ଦିନରେ ଗାନ୍ଧୀ ପରିବାର ଏହି ଚ୍ୟାଲେଞ୍ଜକୁ ଦୃଷ୍ଟରେ ରଖି କଂଗ୍ରେସର ନେତୃତ୍ବରେ ପରିବର୍ତ୍ତନ ଆଣିବାରେ ତତ୍ପରତା ପ୍ରକାଶ କରିବ ନା ନିଜ ପତନ ଅପେକ୍ଷାରେ ସମୟ ଗଣିବ ? ଅଧିକ ପଢନ୍ତ...

ବିଦ୍ରୋହ ନିଆଁରେ ଜଳୁଛି କଂଗ୍ରେସ, ନେତୃତ୍ବ ଅଭାବରୁ ପତନ ଅପେକ୍ଷାରେ ଦେଶର ସର୍ବପୁରାତନ ଦଳ

ନୂଆଦିଲ୍ଲୀ: ବଢୁଛି ବିଦ୍ରୋହ ପବନ । ବନ୍ଧବାଡ ଭାଙ୍ଗୁଛି ବିରୋଧର ଧର୍ଯ୍ୟ । ଅସହାୟତା ମଧ୍ୟରେ ଅସ୍ତିତ୍ବ ହରାଉଛି ଦେଶର ସର୍ବପୁରାତନ ଦଳ । ତିଳତିଳ କରି କଂଗ୍ରେସକୁ ଜାଳୁଛି ଅସନ୍ତୋଷର ନିଆଁ । ରାଜନୀତି ଇତିହାସର କେଇ ପୃଷ୍ଠାରେ ଯେ କଂଗ୍ରେସ ସୀମିତ ହୋଇରହିଯିବ ଏହାର ଭୟ ଆଜି କଂଗ୍ରେସକୁ ଭଲପାଉଥିବା ନେତାଙ୍କ ଦେହରେ କଣ୍ଟା ହୋଇ ଫୋଡି ହେଉଛି ।

ଦୀର୍ଘ ଦିନର ଅନ୍ତରାଳ ପରେ ପୁଣି କଂଗ୍ରେସରେ ନତୃତ୍ବ ସଙ୍କଟକୁ ନେଇ ଉଠିଛି ପ୍ରଶ୍ନ । ପ୍ରଶ୍ନ ପୁଣି ହାଇକମାଣ୍ଡଙ୍କୁ... ପ୍ରଶ୍ନ ସେହି ଗାନ୍ଧୀ ପରିବାରକୁ... । ମୁରବି ବିହୀନ ହୋଇପଡିଥିବା କଂଗ୍ରେସରେ କିଏ ନେଉଛି ନିଷ୍ପତ୍ତି ? କାହିଁକି ମାଳମାଳ ନେତା ଛାଡୁଛନ୍ତି ଦଳ ? ଏଭଳି ତମାମ ପ୍ରଶ୍ନକୁ ନେଇ କଂଗ୍ରେସର ସର୍ବେସର୍ବା ଗନ୍ଧୀ ପରିବାରକୁ ଘେରିଛନ୍ତି ଦଳର ବରିଷ୍ଠ ନେତା କପିଲ ସିବଲ ।

ଯଦି ଦଳରେ ଅଧ୍ୟକ୍ଷ ଥାନ୍ତେ, ତେବେ ଏଭଳି ସ୍ଥିତି ଉପୁଜିନଥାନ୍ତା । ଦେଶ ହେଉ କି ଦଳ, କ୍ଷମତା ଏକଚାଟିଆ ହେବା ଉଚିତ ନୁହେଁ ବୋଲି ଗାନ୍ଧୀ ପରିବାରକୁ ଟାର୍ଗେଟ କରି କହିଛନ୍ତି କପିଲ ସିବଲ । ସେପଟେ କପିଲ ସିବଲଙ୍କ ସ୍ବରରେ ସ୍ବର ମିଶାଇଛନ୍ତି ଆଉ ଜଣେ ବରିଷ୍ଠ ନେତା ତଥା ରାଜ୍ୟସଭାରେ ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ । କପିଲ ସିବଲ ଓ ଗୁଲାମ ନବୀ ଆଜାଦ ସେହି ନେତା ଯାହାଙ୍କୁ କଂଗ୍ରେସରେ ବିଦ୍ରୋହୀ ଗୋଷ୍ଠୀ ତଥା G-23 ନେତା ଭାବରେ ଜଣାଯାଏ ।

କଂଗ୍ରେସ ନେତାଙ୍କ ଆରୋପ ପ୍ରତ୍ୟାରୋପ ମଧ୍ୟରେ ଜି-୨୩ ଓ ଜି ହଜୁରଙ୍କ ନେଇ ଦେଖିବାକୁ ମିଳିଛି ମହାସଂଗ୍ରାମ । ଗାନ୍ଧୀ ପରିବାର ସପକ୍ଷରେ ଥିବା ନେତାଙ୍କୁ କଟାକ୍ଷ କରି ସିବଲ କହିଛନ୍ତି ଆମେ ଜି ହଜୁର ୨୩ ନୁହେଁ । ଆମେ ଆମ କଥା ରଖିବୁ ଓ ଦାବି ଦୋହରାଇବୁ ବୋଲି ଜୋର ଦେଇ କହିଛନ୍ତି କପିଲ ସିବଲ । ଆଉ ସିବଲଙ୍କ ଏହି ବୟାନ ଗାନ୍ଧୀ ପରିବାରର ସମର୍ଥକଙ୍କୁ ବଡ ଝଟକା ଦେଇଛି । ଏନେଇ ସିବଲଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ ନେତା ।

ସୋସିଆଲ ମିଡିଆରୁ ସଡକ ସବୁଠି ଏବେ କପିଲ ସିବଲଙ୍କୁ ଜୋରଦାର ବିରୋଧ କରୁଛନ୍ତି କଂଗ୍ରେସରେ ଗାନ୍ଧୀ ପରିବାର ସମର୍ଥକ ନେତା । ତାଙ୍କ ବିବୃତ୍ତିରେ କ୍ରୋଧିତ ହୋଇ କଂଗ୍ରେସ କର୍ମୀମାନେ ବହୁ ସଂଖ୍ୟାରେ ସିବଲଙ୍କ ଘରେ ପହଁଞ୍ଚି ପ୍ରଦର୍ଶନ ଆରମ୍ଭ କରିଛନ୍ତି । ଏପରିକି କଂଗ୍ରେସ କର୍ମୀମାନେ 'ମୁର୍ଦାବାଦ'ର ସ୍ଲୋଗାନ ଦେବା ମଧ୍ୟ ଦେଖିବାକୁ ମିଳିଛି ।

ସେପଟେ ସିବଲଙ୍କୁ ପାଲଟା ଜବାବ ଦେଇ କଂଗ୍ରେସ ଯୁବମୋର୍ଚ୍ଚା ସଭାପତି ଶ୍ରୀନିବାସ ବିଭି ଟ୍ବିଟ କରି ଲେଖିଛନ୍ତି, ଶୁଣନ୍ତୁ ଜି ହଜୁର, ଦଳର ଅଧ୍ୟକ୍ଷ ଓ ନେତୃତ୍ବ ସିଏ, ଯିଏ ଆପଣଙ୍କୁ ସଂସଦ ପହଁଞ୍ଚାଇଛି । ଦଳର ଭଲ ଦିନରେ ମନ୍ତ୍ରୀ କରାଇଛି । ବିପକ୍ଷରେ ଥିବାବେଳେ ରାଜ୍ୟସଭା ପଠାଇଛି । ଭଲ ଓ ଖରାପ ଦିନରେ ସର୍ବଦା ଦାୟିତ୍ବ ଦେଇଛନ୍ତି । ଆଜି ଯେବେ ସମୟ ସଂଘର୍ଷର ସେବେ...ବୋଲି ଲେଖିଛନ୍ତି ଶ୍ରୀନିବାସ ।

ଚଳିତ ବର୍ଷ ଫେବୃଆରୀରେ ଗାନ୍ଧୀ ପରିବାରକୁ ଚ୍ୟାଲେଞ୍ଜ କରି ଜମ୍ମୁରେ ଏକାଠି ହୋଇଥିଲେ କଂଗ୍ରେସର ଅନେକ ବରିଷ୍ଠ ନେତା । ଏହି ବୈଠକକୁ ତଥାକଥିତ ଭାବେ G-23 ବୋଲି କୁହାଯାଇଥିଲା । ଏହି ନେତାମାନଙ୍କ ମଧ୍ୟରେ ଗୁଲାମନବୀ ଆଜାଦ, କପିଲ ସିବଲ, ଆନନ୍ଦ ଶର୍ମା ଓ ରାଜ ବବର ଭଳି ଅନେକ ବରିଷ୍ଠ ନେତା ସାମିଲ ଥିଲେ । ଏହି ନେତାମାନେ କେବଳ କଂଗ୍ରେସର ନେତୃତ୍ବକୁ କଡା ଉପଦେଶ ଦେଇନଥିଲେ ବରଂ ଦଳରେ ନୂତନ ପୀଢିର ଆବଶ୍ୟକତା ଥିବା ପରାମର୍ଶ ମଧ୍ୟ ଦେଇଥିଲେ ।

ଗୁଲାମନବୀ ଆଜାଦଙ୍କ ଉପସ୍ଥିତିରେ ମଞ୍ଚ ଉପରୁ ସିବଲ କହିଥିଲେ, କଂଗ୍ରେସ ଦୁର୍ବଳ ହୋଇପଡିଛି । ଏହା ସ୍ବୀକାର କରିବାକୁ ପଡିବ । ଏହାସହ କଂଗ୍ରେସ ନେତାମାନେ ହାଇକମାଣ୍ଡ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ପରୋକ୍ଷରେ କଡା ବାର୍ତ୍ତା ଦେଇଥିଲେ କଂଗ୍ରେସର ବରିଷ୍ଠ ନେତା । ସେହିପରି ଆନନ୍ଦ ଶର୍ମା ମଧ୍ୟ କଂଗ୍ରେସ ଦୁର୍ବଳ ହୋଇଯାଇଥିବା କହି ନୂଆ ପିଢି ଦଳରେ ଯୋଗ ଦେବା ଦରକାର ବୋଲି ପରାମର୍ଶ ଦେଇଥିଲେ ।

ଅସନ୍ତୁଷ୍ଟ ନେତାମାନଙ୍କ ଉପଦେଶ ଓ ପରାମର୍ଶକୁ ନା ବିଦ୍ରୋହ କୁହାଯାଇପାରିବ ନା ଦଳୀୟ ଅନୁଶାସନର ଲକ୍ଷ୍ମଣରେଖା ପାର ବୋଲି କୁହାଯାଇପାରିବ । ହେଲେ ଏହି ନେତାମାନେ ଏପରି ସଙ୍କେତ ଗାନ୍ଧୀ ପରିବାର ପାଇଁ ଚିନ୍ତା ବଢାଇଦେଇଛି । କଂଗ୍ରେସର ଭିତିରି ରାଜନୀତି ସହ ପରିଚିତ ଲୋକଙ୍କ କହିବା ଆନୁଯାୟୀ ଆଗାମୀ ଦିନରେ ଏହି ନେତା ଗାନ୍ଧୀ ପରିବାର ବିରୋଧରେ ଖୋଲାଖୋଲି ଜନସାଧାରଣଙ୍କ ପାଖକୁ ଯାଇପାରନ୍ତି ।

ଦିନକୁ ଦିନ କଂଗ୍ରେସ ଉପରେ ବୋଝ ହୋଇଚାଲୁଛି ଗାନ୍ଧୀ ପରିବାର । ନେତୃତ୍ବ ସଙ୍କଟ ମଧ୍ୟରେ କଂଗ୍ରେସରେ କୁହୁଳୁଛି ବିଦ୍ରୋହର ନିଆଁ । ସୋନିଆ, ପ୍ରିୟଙ୍କା ଓ ରାହୁଲଙ୍କ ତ୍ରିମୁଖୀ ନେତୃତ୍ବରେ କଂଗ୍ରେସ ପରିଚାଳିତ ହେଉଥିବା ବେଳେ ଦଳର ବରିଷ୍ଠ ନେତାଙ୍କ ବିଦ୍ରୋହ ଏବେ ଗାନ୍ଧୀ ପରିବାର ପାଇଁ ପାଲଟିଛି ବଡ ଚ୍ୟାଲେଞ୍ଜ ।

ଗାନ୍ଧୀ ପରିବାର ପାଇଁ ଚିନ୍ତାଜନକ ବିଷୟ ଏହି କି ଯେ ଦଳର ପ୍ରଭାବଶାଳୀ ନେତା ଏହା ଉପରେ ନୀରବ ରହିଛନ୍ତି । ରଣଦୀପ ସୁରେଜୱାଲା, ଅଭିଷକ ମନୁ ସିଂଘୱୀ, ପବନ ଖେଡା, ସୁପ୍ରିୟା ଶ୍ରୀନେତ ଓ ଦଳର ଅନ୍ୟ ମୁଖପାତ୍ର ଅସନ୍ତୁଷ୍ଟ ନେତାଙ୍କ ବୟାନ ଜବାବ ପରୋକ୍ଷ ଭାବରେ ଦେଇଥିବା ବେଳେ ଜୟରାମ ରମେଶ, ଦିଗବିଜୟ ସିଂହ, ଏପରିକି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଭଳି ନେତା ଏହା ଉପରେ ଅସମ୍ଭବ ନୀରବତା ରକ୍ଷା କରିଛନ୍ତି ।

ତେବେ ଆଗାମୀ ଦିନରେ ଗାନ୍ଧୀ ପରିବାର ଏହି ଚ୍ୟାଲେଞ୍ଜକୁ ଦୃଷ୍ଟରେ ରଖି କଂଗ୍ରେସର ନେତୃତ୍ବରେ ପରିବର୍ତ୍ତନ ଆଣିବାରେ ତତ୍ପରତା ପ୍ରକାଶ କରୁଛି ନା ନିଜ ପତନ ଅପେକ୍ଷାରେ ସମୟ ଗଣୁଛି ତାହା ଜଣାପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.