ETV Bharat / bharat

ନୂଆ ସଂସଦ ଭବନକୁ 'ମୋଦି ମଲ୍ଟିପ୍ଲେକ୍ସ' କହିଲା କଂଗ୍ରେସ, ଜବାବ ଦେଲା ବିଜେପି - ବିରୋଧୀଙ୍କୁ ଜବାବ ଦେଲା ବିଜେପି

ନୂତନ ସଂସଦ ଭବନ ନିର୍ମାଣକୁ ନେଇ ବିବାଦ ଥମିବାରେ ନାଁ ନେଉନି । ଏନେଇ କେନ୍ଦ୍ରକୁ ପୁଣି ଥରେ ଟାର୍ଗେଟ କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

Jairam Ramesh hits out at Centre
ନୂତନ ସଂସଦ ଭବନକୁ ନେଇ କଂଗ୍ରେସର ଟାର୍ଗେଟ୍
author img

By ETV Bharat Odisha Team

Published : Sep 24, 2023, 6:42 AM IST

ନୂଆଦିଲ୍ଲୀ: ନୂତନ ସଂସଦ ଭବନକୁ ନେଇ କେନ୍ଦ୍ରକୁ ପୁଣି ଥରେ ଟାର୍ଗେଟ କଲା କଂଗ୍ରେସ । ନୂତନ ସଂସଦ ଭବନକୁ 'ମୋଦି ମଲ୍ଟିପ୍ଲେକ୍ସ' ବୋଲି କହି କଂଗ୍ରେସ ତାତ୍ସଲ୍ୟ କରିଛି । କଂଗ୍ରେସ ସାଂସଦ ଜୟରାମ ରମେଶ କହିଛନ୍ତି, "ନୂତନ ସଂସଦ ଭବନ ନିର୍ମାଣ ଦ୍ବାରା 140କୋଟି ଭାରତୀୟଙ୍କୁ ଅସମ୍ମାନ କରାଯାଇଛି । ଗଣତନ୍ତ୍ରର ହତ୍ୟା କରିଛନ୍ତି ମୋଦି ସରକାର । 2024 ମସିହାରେ କ୍ଷମତାକୁ ଆସିବା ପରେ ନୂତନ ସଂସଦ ଭବନର ବ୍ୟବହାର ଉଦ୍ଦେଶ୍ୟରେ ଏହାର ନିର୍ମାଣ କରାଯାଇଛି ।"

ସେ ଆହୁରି ମଧ୍ୟ କହିଛନ୍ତି," ଏହା ନିଶ୍ଚିତ ଭାବେ ଏକ ଦୁଃଖଦ ବିଷୟ ଯେ, ଏହି ବିଲ୍ଡିଂକୁ ବ୍ୟବହାର କରିବାକୁ ଥିବା ସଦସ୍ୟଙ୍କ ସହ ନିର୍ମାଣ ବେଳେ କୌଣସି ପରାମର୍ଶ ନିଆଯାଇନଥିଲା । ମୁଁ ସଚିବାଳୟ କର୍ମଚାରୀଙ୍କଠାରୁ ମଧ୍ୟ ଶୁଣିଛି ଯେ ନୂତନ ବିଲ୍ଡିଂର ଡିଜାଇନ୍ ପାଇଁ ସେମାନଙ୍କ କାର୍ଯ୍ୟରେ ବାଧା ଉପୁଜୁଛି । ସେମାନଙ୍କ କାମକୁ କିପରି ସୁଗମ ଓ ସହଜ କରାଯାଇପାରିବ ନିର୍ମାଣ ବେଳେ ସେସବୁ ଦିଗକୁ ବିଚାରକୁ ନିଆଯାଇନାହିଁ । ଯେତେବେଳେ ବିଲଡିଂ ବ୍ୟବହାର କରିବାକୁ ଥିବା ଲୋକମାନଙ୍କଠାରୁ ସଠିକ୍ ପରାମର୍ଶ ନିଆଯାଇନଥାଏ ସେତେବେଳେ ଏମିତି ସମସ୍ୟା ଉପୁଜିଥାଏ । ଏଣୁ ମୁଁ ଯେପରି ଅନୁଭବ କରୁଛି ମୋ ସହକର୍ମୀମାନେ ମଧ୍ୟ ସେହିପରି ଅସୁବିଧାର ସମ୍ମୁଖୀନ ହେଉଥିବେ ।"

"ତେବେ ଗତ 4 ଦିନ ହେଲା ମୁଁ ଦେଖୁଛି ଯେ, ଦୁଇ ସଦନର ସଦସ୍ୟଙ୍କ ମଧ୍ୟରେ ବାର୍ତ୍ତାଳାପ ଏକପ୍ରକାର ଶେଷ ହୋଇଯାଇଛି । ଏ ପରିସ୍ଥିତିରେ ଲୋକତନ୍ତ୍ରର ହତ୍ୟା କରାଯାଉଛି କହିଲେ ଭୁଲ ହେବ ନାହିଁ। ସମ୍ବିଧାନକୁ ପୁଣି ଥରେ ନଲେଖି ମଧ୍ୟ ପ୍ରଧାନମନ୍ତ୍ରୀ ନିଜ ଉଦ୍ଦେଶ୍ୟରେ ସଫଳ ହୋଇଗଲେ। ଯେହେତୁ ଏହି ହଲ୍ କମ୍ପାକ୍ଟ ନୁହେଁ, ପରସ୍ପରକୁ ଦେଖିବା ପାଇଁ ବାଇନୋକୁଲାରର ଆବଶ୍ୟକ ପଡୁଛି । ପୁରୁଣା ସଂସଦ ଗୃହର ଅନେକ ବୈଶିଷ୍ଟ୍ୟ ଥିଲା । ପରସ୍ପର ମଧ୍ୟରେ ବାର୍ତ୍ତାଳାପ ତଥା ଯୋଗାଯୋଗ ପାଇଁ ଭଲ ସୁବିଧା ଥିଲା । ଦୁଇଟି ଘର, ସେଣ୍ଟ୍ରାଲ୍ ହଲ୍ ଏବଂ କରିଡର ମଧ୍ୟରେ ଯିବା ସହଜ ଥିଲା । ହେଲେ ବର୍ତ୍ତମାନ ଦୁଇଟି ଗୃହ ମଧ୍ୟରେ ସମନ୍ୱୟ ରହିବା କଷ୍ଟକର ହୋଇପଡୁଛି" ଏମିତି କିଛି କହିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସାଂସଦ ଜୟରାମ ରମେଶ।

ଏହା ବି ପଢନ୍ତୁ...ସଂସଦରେ ଅପଶବ୍ଦ ବ୍ୟବହାର କଲେ ବିଜେପି ସାଂସଦ ବିଧୁରୀ, ବାଚସ୍ପତି ଦେଲେ କଡା ଚେତାବନୀ; କାରଣ ଦର୍ଶାଅ ନୋଟିସ ଜାରି

ସେପଟେ ଜୟରାମ ରମେଶଙ୍କ ଏହି ମନ୍ତବ୍ୟ ପରେ କାଉଣ୍ଟର କରିଛି ବିଜେପି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, "ଏହା ହେଉଛି କଂଗ୍ରେସର ହୀନ ମାନସିକତା ।" ନିଜର ଟ୍ବିଟର ହ୍ୟାଣ୍ଡେଲ (X)ରେ ନଡ୍ଡା ଲେଖିଛନ୍ତି, "ଏହା 140 କୋଟି ଭାରତୀୟଙ୍କ ଆକାଂକ୍ଷାକୁ ଅପମାନ ଛଡ଼ା ଆଉ କିଛି ନୁହେଁ । କଂଗ୍ରେସ ପ୍ରଥମ ଥର ସଂସଦ ବିରୋଧୀ ନୁହେଁ । ସେ 1975ରେ ମଧ୍ୟ ଏଭଳି ବିରୋଧ କରିବାର ପ୍ରୟାସ କରି ବିଫଳ ହୋଇଥିଲେ ।" ଏହାସହ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମଧ୍ୟ ଜୟରାମ ରମେଶଙ୍କ ବୟାନ ବିରୋଧରେ ସ୍ବର ଉଠାଇଛନ୍ତି । କୋଭିଡ ସମୟରେ ନିର୍ମିତ ନୂତନ ସଂସଦ ଭବନ ଗଣେଶ ଚତୁର୍ଥୀ ଅବସରରେ ଗତ ସେପ୍ଟେମ୍ବର 19ତାରିଖରେରେ କାର୍ଯ୍ୟକ୍ଷମ ହୋଇଛି । ଯେଉଁଥିରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହୋଇଛି । ତଥାପି ନୂତନ ସଂସଦ ଭବନ ନିର୍ମାଣକୁ ନେଇ ବିବାଦ ଥମିବାର ନାଁ ନେଉନି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.