ETV Bharat / bharat

ମହାରାଷ୍ଟ୍ରରେ ପରବର୍ତ୍ତୀ ବାଚସ୍ପତି ପଦକୁ ନେଇ ଦ୍ବନ୍ଦ

author img

By

Published : Feb 17, 2021, 5:06 PM IST

ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ପଦରୁ ନାନା ପାଟୋଲଙ୍କ ଇସ୍ତଫା ପରବର୍ତ୍ତୀ ବାଚସ୍ପତି ପଦକୁ ନେଇ ଦ୍ବନ୍ଦ ଆରମ୍ଭ । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ ପରବର୍ତ୍ତୀ ବାଚସ୍ପତି ପଦକୁ ନେଇ ଦ୍ବନ୍ଦ
ମହାରାଷ୍ଟ୍ରରେ ପରବର୍ତ୍ତୀ ବାଚସ୍ପତି ପଦକୁ ନେଇ ଦ୍ବନ୍ଦ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ପଦରୁ ନାନା ପାଟୋଲେଙ୍କ ଇସ୍ତଫା ପରବର୍ତ୍ତୀ ବାଚସ୍ପତି ପଦକୁ ନେଇ ଦ୍ବନ୍ଦ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ରାଜ୍ୟରେ ଶାସନାଧିନ ମହାବିକାଶ ଅଗାଡି (MVA)ସରକାରରେ ନୂଆ ବାଚସ୍ପତି ପଦକୁ ନେଇ ପ୍ରତିଦ୍ବନ୍ଦିତା ଆରମ୍ଭ ହୋଇଥିବା ଚର୍ଚ୍ଚା ହେବାରେ ଲାଗିଲାଣି ।

ମିଳିତ ସରକାର ଗଠନ ସମୟରେ ନାନା ପାଟୋଲ କଂଗ୍ରେସ ଦଳର ଜଣେ ବରିଷ୍ଠ ନେତା ଥିବାରୁ କଂଗ୍ରେସ ଖାତାକୁ ଆସିଥିଲା ଏହି ପଦ । କିନ୍ତୁ ପଟେଲଙ୍କ ଇସ୍ତଫା ପରେ ପୂନର୍ବାର ଏହି ପଦ ପୁଣି କଂଗ୍ରେସକୁ ମିଳିବ କି ନାହିଁ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ତେବେ ଖାଲିଥିବା ପଦବି କଂଗ୍ରେସକୁ ଦିଆଯିବ କି ନାହିଁ ଆଜି ପର୍ଯ୍ୟନ୍ତ ଏମଭିଏର ନେତାମାନେ ସ୍ପଷ୍ଟ କରିନଥିବା ବେଳେ ଏହି ପ୍ରସଙ୍ଗରେ ରାଜ୍ୟରେ ଅନିଶ୍ଚିତତା ସୃଷ୍ଟି କରିଛି।

କଂଗ୍ରେସ ସଂଗଠନ ସ୍ତରରେ ପରିବର୍ତ୍ତନ ଆଣିବା ପାଇଁ ବିଦର୍ଭର ଟାଣୁଆ ନେତା କୁହାଯାଉଥିବା ନାନା ପାଟୋଲଙ୍କୁ ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି (ଏମପିସିସି) ସଭାପତି ଭାବେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛି । ଅନ୍ୟପଟେ ବାଚସ୍ପତି ପଦରୁ ଇସ୍ତଫା ଦେବାପରେ ପାଟୋଲେ କହିଛନ୍ତି ଯେ ଦଳ ମୋତେ ଏହା କରିବାକୁ ନିର୍ଦ୍ଦେଶ ଦେବା ପରେ ମୁଁ ଇସ୍ତଫା ଦେଇଛି ଏବଂ ମୋତେ ଯାହା ଦାୟିତ୍ବ ଦଳ ଦେବ ତାହ ମୁଁ ତାହା ପୂରଣ କରିବି।

କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟ ସରକାରରେ ମନ୍ତ୍ରୀଥିବା ବିଜୟ ଭେଡେଟିୱାର କହିଛନ୍ତି ଯେ ପାଟୋଲଙ୍କୁ ଏମପିସିସି ସଭାପତି କରାଯାଇଛି। କିନ୍ତୁ, ତାଙ୍କୁ ମନ୍ତ୍ରଣାଳୟ ଦେବା ନେଇ କଂଗ୍ରେସ ହାଇକମାଣ୍ଡ ନିଷ୍ପତ୍ତି ନେବେ । ଏଥିସହ ଏମଭିଏ ନେତାମାନଙ୍କ ବୈଠକ ପରେ ନୂତନ ବିଧାନସଭା ବାଚସ୍ପତି ସ୍ଥିର ହେବେ ବୋଲି ସେ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.