ETV Bharat / bharat

Ukraine War: ଋଷ ବିରୋଧରେ ଲଢୁଛନ୍ତି ଭାରତୀୟ ଯୁବକ, ୟୁକ୍ରେନ ସେନାରେ ହେଲେ ସାମିଲ - ୟୁକ୍ରେନ ସେନାରେ ଭାରତୀୟ

ୟୁକ୍ରେନ ସେନାରେ ସାମିଲ ହୋଇ ଋଷ ବିରୋଧରେ ଯୁଦ୍ଧ ଲଢୁଛନ୍ତି ତାମିଲନାଡୁର ଛାତ୍ର । ଇଞ୍ଜିନିୟରିଂ ଶିକ୍ଷା ପାଇଁ ଯାଇଥିଲେ ୟୁକ୍ରେନ । ଗୁଇନ୍ଦା ସୂତ୍ରରୁ ସୂଚନା ମିଳିବା ପରେ ପରିବାର ଆତଙ୍କିତ । ଅଧିକ ପଢନ୍ତୁ

ଋଷ ବିରୋଧରେ ଲଢିବେ ଭାରତୀୟ ଯୁବକ,  ୟୁକ୍ରେନ ସେନାରେ ହେଲେ ସାମିଲ

author img

By

Published : Mar 8, 2022, 4:14 PM IST

କିଭ୍: ୟୁକ୍ରେନରେ ଜାରି ରହିଥିବା ଯୁଦ୍ଧରେ ଋଷ ବିରୋଧରେ ଲଢିବାକୁ ୟୁକ୍ରେନ ସେନାରେ ସାମିଲ ହୋଇଛନ୍ତି ଜଣେ ଭାରତୀୟ ଛାତ୍ର । ଛାତ୍ରଜଣଙ୍କ ପଶ୍ଚିମ ତାମିଲନାଡୁର କୋଏମ୍ବାଟୁର ବାସିନ୍ଦା ୨୧ ବର୍ଷୀୟ ଛାତ୍ର ସାଇ ନିିକେଶ ହୋଇଥିବା ନେଇ ଗୁଇନ୍ଦା ତଥ୍ୟରୁ ଜଣାପଡିଛି । ନିକେଶ ଇଂଜିନିୟରିଂ ଶିକ୍ଷା ପାଇଁ ୟୁକ୍ରେନ ଯାଇଥିବା ବେଳେ ୟୁକ୍ରେନ ସେନାର ଆହ୍ବାନ ପରେ ସେନାରେ ସାମିଲ ହୋଇ ଯୁଦ୍ଧ ଲଢୁଛନ୍ତି ବୋଲି ମଧ୍ୟ ଭାରତୀୟ ଦୂତାବାସ ପକ୍ଷରୁ ସ୍ପଷ୍ଟ ହୋଇଛି । ତେବେ ସେ 5 ଦିନ ତଳେ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ ।

ନିକେଶ ଗତମାସ (ଫେବୃଆରୀ) ୧୮ ତାରିଖରେ ସେନାରେ ପ୍ରଶିକ୍ଷଣ ଆରମ୍ଭ କରିଥିଲେ । ତେବେ ପ୍ରଶିକ୍ଷଣ ଶେଷ ହେବା ପରେ ସେ ୟୁକ୍ରେନ ସେନା National Georgion Legion (NGL) ପ୍ୟାହାରେ ଜଣେ ଯବାନ ଭାବେ ସାମିଲ ହୋଇ ଋଷ ବିରୋଧରେ ଲଢୁଥିବା ଜଣାପଡିଛି ।

ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁସାର, ଇଞ୍ଜିନିୟରିଂ ପଢିବା ପାଇଁ ୟୁକ୍ରେନ ଯାଇଥିବା ନିକେଶ ପ୍ରଥମରୁ ସେନାରେ ସାମିଲ ହେବା ପାଇଁ ଆଗ୍ରହ ରଖିଥିଲେ । ତେବେ ତାଙ୍କର ଆବଶ୍ୟକ ଉଚ୍ଚତା ନଥିବା କାରଣରୁ ସେ ସେନାରେ ସାମିଲ ହୋଇ ପାରିନଥିଲେ । ପରେ ୟୁକ୍ରେନରେ ଶିକ୍ଷା ଆରମ୍ଭ କରିବା ପରେ ସେଠାରେ ଲାଗିରହିଥିବା ସଙ୍କଟ ମଧ୍ୟରେ ପରିବାର ବର୍ଗ ତାଙ୍କୁ ଭାରତ ଫେରି ଆସିବାକୁ ପରାମର୍ଶ ଦେଇଥିଲେ ସୁଦ୍ଧା ସେ ୟୁକ୍ରେନ ଛାଡିନଥିଲେ । ତେବେ ବର୍ତ୍ତମାନ ଏପରି ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ଓ ଗୁଇନ୍ଦା ସଂସ୍ଥା ମଧ୍ୟ ପରିବାର ସଦସ୍ୟଙ୍କ ଉପରେ ନଜର ରଖିଛି ।

୨୦୧୮ରେ ଶିକ୍ଷା ଗ୍ରହଣ ପାଇଁ ମିଳୁଥିବା ଭିସା ଜରିଆରେ ସେ ୟୁକ୍ରେନ ଯାଇଥିଲେ ନିକେଶ । ସେ ସେଠାରେ ଖାର୍କିଭର ନ୍ୟାସନାଲ ଏରୋସ୍ପେସ ୟୁନିଭିର୍ସିଟି ଅଧିନରେ ଥିବା ଏକ ଶିକ୍ଷାନୁଷ୍ଠାନରେ ଇଞ୍ଜିନିୟରିଂ ଶିକ୍ଷା ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ଅଣ୍ଡର ଗ୍ରାଜୁଏଟ ପ୍ରୋଗ୍ରାମର ୪ର୍ଥ ବର୍ଷ ଛାତ୍ର । ସେ ଗତ ବର୍ଷ ଫେବୃଆରୀରୁ ଅଗଷ୍ଟ ପର୍ଯ୍ୟନ୍ତ କୋଏମ୍ବାଟୁରରେ ପରିବାର ସହ ମଧ୍ୟ ରହିବା ପରେ ପୁଣି ଥରେ ଶିକ୍ଷା ଗ୍ରହଣ ପାଇଁ ୟୁକ୍ରେନ ଫେରିଯାଇଥିଲେ । ନିକେଶଙ୍କ ବାପା ଜଣେ ଫର୍ଣ୍ଣିଚର ବ୍ୟବସାୟୀ ହୋଇଥିବା ବେଳେ ମା’ ଜଣେ ଗୃହିଣୀ ।

ଋଷର ଆକ୍ରମଣରେ ୟୁକ୍ରେନ ସେନା ପ୍ରାୟତଃ ଅସ୍ତିତ୍ବ ହରାଇବା ପରି ସ୍ଥିତିକୁ ଆସି ସାରିଥିବା ଯୋଗୁ ସାଧାରଣ ୟୁକ୍ରେନୀୟଙ୍କ ସମେତ ସେଠାରେ ଥିବା ବିଦେଶୀ ନାଗରିକଙ୍କୁ ମଧ୍ୟ ସେନାରେ ସାମିଲ ହୋଇ ଋଷ ବିରୋଧରେ ଯୁଦ୍ଧ କରିବା ପାଇଁ ଆହ୍ବାନ ଦେଇଥିଲା ୟୁକ୍ରେନ । ଏଥିରେ ଅନେକ ସାଧାରଣ ଜନତା, କିଛି ସ୍ବେଚ୍ଛାସେବୀ ଓ କିଛି ବିଦେଶୀ ନାଗରିକ ମଧ୍ୟ ୟୁକ୍ରନ ସେନାରେ ସାମିଲ ହୋଇ ଲଢୁଥିବା ୟୁକ୍ରେନ ଦାବି କରିଛି । ଭାରତୀୟ ଛାତ୍ର ନିକେଶଙ୍କ ସେଠାରେ ଯୁଦ୍ଧ ଳଢିବା ସୂଚନା ମିଳିବା ପରେ ପରିବାର ସଦସ୍ୟ ଭୟଭୀତ ହୋଇପଡିଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.