ନୂଆଦିଲ୍ଲୀ: ମହଙ୍ଗା ମାଡରେ ଘାଇଲା ଗ୍ରାହକ । ଗୋଟିଏପଟେ ତୈଳ ଦର ଦାଉ ସାଧିଥିବା ବେଳେ ଅନ୍ୟପଟେ ଗ୍ୟାସ ଦର ଖାଉଟିଙ୍କୁ ଅଣାୟତ କଲାଣି । ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍(IGL) ସିଏନଜି(Compressed Natural Gas) ମୂଲ୍ୟ ବୃଦ୍ଧି କରିଛି । ବର୍ଦ୍ଧିତ ଦର ରବିବାର ସକାଳ 6.00ରୁ ଲାଗୁ ହୋଇଛି । ଦିଲ୍ଲୀ-ଏନସିଆର ଏବଂ ଏହାର ଆଖପାଖ ଅଞ୍ଚଳରେ ସିଏନଜି ଦର ଏକ କେଜି ପିଛା ୨ ଟଙ୍କା ବୃଦ୍ଧି ପାଇଛି ।
ବର୍ତ୍ତମାନ ଦିଲ୍ଲୀରେ ସିଏନଜିର ଦର ବୃଦ୍ଧି ହୋଇ କିଲୋ ୭୩ ଟଙ୍କା ୬୧ ପଇସା ହୋଇଛି । ସେହିପରି ନୋଏଡାରେ ୭୬ ଟଙ୍କା ୧୭ ପଇସା ଓ ଗୁରୁଗ୍ରାମରେ ୮୧ ଟଙ୍କା ୯୪ ପଇସା ରହିଛି । କେବଳ ଦିଲ୍ଲୀ ନୁହେଁ ବରଂ ଦେଶର ଅନ୍ୟଭାଗରେ ମଧ୍ୟ ଆଇଜିଏଲ(IGL) CNGର ମୂଲ୍ୟ ବୃଦ୍ଧି କରିଛି । ରେଓ୍ବାରିରେ ଏକ କେଜି ସିଏନଜିର ମୂଲ୍ୟ ୮୪ ଟଙ୍କା ୭ ପଇସା, କରନାଲ ଓ କୈଥାଲରେ ୮୨.୨୭, କାନପୁରରେ ୮୫. ୪୦, ହମିରପୁର ଓଫତେପୁର, ଆଜମିର, ପାଲି ଓ ରାଜସମାଣ୍ଡରେ ୮୩.୮୮ ରହିଛି । ଗତବର୍ଷ ଅକ୍ଟୋବର ମାସରୁ ଲଗାତାର ଭାବେ ବଢିଚାଲିଛି ସିଏନଜି ମୂଲ୍ୟ ।