ETV Bharat / bharat

୧୦୮ ବର୍ଷ ପରେ ଘରକୁ ଫେରିଲେ ମା' ଅନ୍ନପୂର୍ଣ୍ଣା, କାଶୀ ମନ୍ଦିରରେ ହେଲେ ସ୍ଥାପିତ

author img

By

Published : Nov 15, 2021, 1:27 PM IST

ଦୀର୍ଘ ୧୦୮ ବର୍ଷ ପରେ ଭକ୍ତଙ୍କ ଇଚ୍ଛା ପୂରଣ ହୋଇଛି । ମାତା ଅନ୍ନପୂର୍ଣ୍ଣାଙ୍କୁ ଫେରି ପାଇଛନ୍ତି କାଶୀବାସୀ । ଅଧିକ ପଢନ୍ତୁ

ଦୀର୍ଘ ୧୦୮ ବର୍ଷ ପରେ କାଶୀକୁ ଫେରିଲେ ମା' ଅର୍ଣ୍ଣପୂର୍ଣ୍ଣା

ଲକ୍ଷ୍ନୌ: ଧର୍ମ ଏବଂ ଆଧ୍ୟାତ୍ମିକତାର ନଗରୀ ହେଉଛି କାଶୀ । ଏଠାରେ ମା' ଅନ୍ନପୂର୍ଣ୍ଣା ଦେବୀଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ହୋଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଧି ବିଧାନ ଅନୁସାରେ କାଶୀ ବିଶ୍ବନାଥ ମନ୍ଦିରରେ ମା'ଙ୍କ ମୂର୍ତ୍ତୀ ସ୍ଥାପନ କରିଛନ୍ତି । ଦୀର୍ଘ ୧୦୮ ବର୍ଷ ପରେ ଭକ୍ତଙ୍କ ଇଚ୍ଛା ପୂରଣ ହୋଇଛି । ମା'ଙ୍କୁ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଛନ୍ତି ଶ୍ରଦ୍ଧାଳୁ ।

ଦୀର୍ଘ ଦିନର ଅପେକ୍ଷା ପରେ ଶେଷରେ ମାତା ଅନ୍ନପୂର୍ଣ୍ଣାଙ୍କ ପ୍ରତିମୂର୍ତ୍ତି ଆଜି(ସୋମବାର) ଭୋରୁ କାଶୀ ବିଶ୍ବନାଥ ଧାମରେ ​​ପହଞ୍ଚିଥିଲା। ବେଦ ମନ୍ତ୍ରରେ ରୀତିନୀତିରେ ଆରମ୍ଭ ହୋଇଥିଲା ମା'ଙ୍କ ସ୍ଥାପନା ନେଇ ପୂଜାର୍ଚ୍ଚନା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରତିମୂର୍ତ୍ତିକୁ ପୂଜା କରି ପୁନଃ ସ୍ଥାପିତ କରିଥିଲେ ।

ମନ୍ଦିର ଶାସ୍ତ୍ରୀ ମନୋଜ ଦୁବେ ଗଣମାଧ୍ୟମ ସହିତ ଏକ ବିଶେଷ ବାର୍ତ୍ତାଳାପ କରିଥିଲେ, ସେ କହିଥିଲେ ଯେ ମାତା ଅନ୍ନପୂର୍ଣ୍ଣାଙ୍କ ପ୍ରତିମୂର୍ତ୍ତିକୁ ଏକ ରୀତିନୀତି ଅନୁଯାୟୀ ପ୍ରତିଷ୍ଠିତ କରାଯାଇଛି । ସେ ଆହୁରି କହିଛନ୍ତି ଯେ ରୀତିନୀତି ଆଜି ସକାଳ ୬ରୁ ଆରମ୍ଭ ହୋଇଥିଲା । ଏହି ରୀତିନୀତିରେ ଗଣେଶ ଅମ୍ବିକାଙ୍କୁ ପ୍ରଥମେ ପୂଜା କରାଯାଇଥିଲା । ଏହା ପରେ ଗଣେଶ ଅମ୍ବିକା, ଷୋଡଶ ମାତୃକା ପୂଜା, ବରୁଣ ପୂଜା ଶେଷ ହୋଇଥିଲା। ଚୋରି ହୋଇଥିବା ମାତା ଅନ୍ନପୂର୍ଣ୍ଣାଙ୍କ ପ୍ରତିମୂର୍ତ୍ତି 108 ବର୍ଷ ପରେ କାଶୀକୁ ଫେରିଛି । ମାତା ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତିକୁ କାଶୀରେ ବାବତପୁରରୁ ଦୁର୍ଗାକୁଣ୍ଡ ପର୍ଯ୍ୟନ୍ତ ପରିକ୍ରମା କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.