ETV Bharat / bharat

ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କ ଇସ୍ତଫା

author img

By

Published : Sep 11, 2021, 3:16 PM IST

Updated : Sep 11, 2021, 3:53 PM IST

ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କ ଇସ୍ତଫା, ରାଜ୍ୟପାଳଙ୍କୁ ଦେଲେ ଇସ୍ତଫାପତ୍ର । ଅଧିକ ପଢନ୍ତୁ...

ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କ ଇସ୍ତଫା, ରାଜ୍ୟପାଳଙ୍କୁ ଦେଲେ ଇସ୍ତଫାପତ୍ର

ଗାନ୍ଧୀନଗର: ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କ ଇସ୍ତଫା । ରୂପାଣି ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ରାଜଭବନରେ ସାକ୍ଷାତ କରି ଇସ୍ତଫାପତ୍ର ଦେଇଥିବା ସୂଚନା ରହିଛି । ରୂପାଣିଙ୍କ ସହ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ, ରାଜ୍ୟ ବିଜେପି ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ, ଗୁଜୁରାଟ ବିଜେପି ସାଙ୍ଗଠନିକ ସମ୍ପାଦକ ରତ୍ନାକରଙ୍କ ସମେତ ଅନ୍ୟକିଛି କ୍ୟାବିନେଟ ମନ୍ତ୍ରୀ ମଧ୍ୟ ରୂପାଣିଙ୍କ ସମେତ ରାଜଭବନ ଯାଇଥିବା ସୂଚନା ରହିଛି ।

ଇସ୍ତଫା ପରେ ରୁପାଣି କହିଛନ୍ତି, ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ ମୋତେ ଏହି ସୁଯୋଗ ଦେଇଥିବାରୁ ଦଳକୁ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି। ମୋର ମୁଖ୍ୟମନ୍ତ୍ରୀତ୍ବ ମଧ୍ୟରେ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ରାଜ୍ୟର ବିକାଶ ଦିଗରେ ଅନେକ କାର୍ଯ୍ୟ କରିବାରେ ସଫଳ ହୋଇପାରିଛି । ଦଳ ପକ୍ଷରୁ ଏହି ଦାୟିତ୍ବ ମିଳିଥିବା ପାଇଁ ଧନ୍ୟବାଦ ଜଣାଉଛି ।

ତେବେ ଇସ୍ତଫାର ପ୍ରକୃତ କାରଣ ଜଣାପଡି ନ ଥିବାବେଳେ ଗତକିଛି ଦିନ ଧରି ଗୁଜୁରାଟ ବିଜେପି ସଭାପତି ସି ଆର ପାଟିଲଙ୍କ ସହ ମୁଖ୍ୟମନ୍ତ୍ରୀ ରୂପାଣିଙ୍କର ମତପାର୍ଥକ୍ୟ ରହିଥିଲା । ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଦଳୀୟ ନିଷ୍ପତ୍ତି ହୋଇଥାଏ ପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 11, 2021, 3:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.