ETV Bharat / bharat

Maha Political Crisis: ଉଦ୍ଧବଙ୍କ ଶେଷ ପ୍ରୟାସ, ବାଗୀ ବିଧାୟକଙ୍କୁ ଭାବୁକ ଅପିଲ୍‌ - ବାଗୀ ବିଧାୟକଙ୍କୁ କଥା ହେବାକୁ ଉଦ୍ଧବଙ୍କ ଅପିଲ୍‌

ବାଗୀ ବିଧାୟକଙ୍କୁ ଭାବୁକ ଭରା ଅପିଲ୍‌ କରିଛନ୍ତି ଉଦ୍ଧବ ଠାକ୍‌ରେ । ଯାହା ବି ଅଭିଯୋଗ ଅଛି ମୁମ୍ବାଇ ଫେରି ତାଙ୍କ ସହ କଥା ହେବାକୁ ବିଦ୍ରୋହୀ ବିଧାୟକଙ୍କୁ ଅପିଲ୍‌ କରିଛନ୍ତି ଉଦ୍ଧବ ଠାକ୍‌ରେ । ଅଧିକ ପଢ଼ନ୍ତୁ

Maha Political Crisis: ଉଦ୍ଧବଙ୍କ ଶେଷ ପ୍ରୟାସ, ବାଗୀ ବିଧାୟକଙ୍କୁ ଭାବୁକ ଅପିଲ୍‌

author img

By

Published : Jun 28, 2022, 6:51 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ବଞ୍ଚାଇବାକୁ ଭରପୁର୍‌ ପ୍ରୟାସ କରୁଛନ୍ତି ଶିବସେନା ସଭାପତି ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ । ବାଗୀ ବିଧାୟକଙ୍କୁ ଭାବୁକ ଭରା ଅପିଲ୍‌ କରିଛନ୍ତି ଉଦ୍ଧବ ଠାକ୍‌ରେ । ଯାହା ବି ଅଭିଯୋଗ ଅଛି ମୁମ୍ବାଇ ଫେରି ତାଙ୍କ ସହ କଥା ହେବାକୁ ବିଦ୍ରୋହୀ ବିଧାୟକଙ୍କୁ ଅପିଲ୍‌ କରିଛନ୍ତି ଉଦ୍ଧବ ଠାକ୍‌ରେ ।

ଉଦ୍ଧବ ଠାକ୍‌ରେ କହିଛନ୍ତି ଯେ, "ଶିବସେନାର ସଭପତି ଭାବରେ ମୁଁ ବି ବାଗୀ ବିଧାୟକଙ୍କ ଚିନ୍ତା କରୁଛି । ଏଥିପାଇଁ ମୁମ୍ବାଇ ଫେରି ମୋ ସହ ସେମାନେ କଥା ହୁଅନ୍ତୁ ବୋଲି ମୁଁ ଚାହୁଁଛି । କଥାବାର୍ତ୍ତା ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନ ହୋଇ ପାରିବ । ଜନତା ଓ ଶିବ ସୈନିକଙ୍କ ମଧ୍ୟରେ ଯେଉଁ ଭ୍ରମ ସୃଷ୍ଟି ହୋଇଛି ତାହାକୁ ଦୂର କରିବା ଆବଶ୍ୟକ । ଆପଣମାନଙ୍କ ବିଷୟରେ ପ୍ରତ୍ୟେକ ଦିନ କିଛି ନୂଆନୂଆ ତଥ୍ୟ ମୁଁ ଜାଣିବାକୁ ପାଉଛି । ଆପଣମାନଙ୍କ ମଧ୍ୟରେ କିଛି ମୋ ସହ ସମ୍ପର୍କ ମଧ୍ୟ କରିଛନ୍ତି । ମୁଁ ଜାଣିଛି ଆପଣ ଏବେ ବି ହୃଦୟରୁ ଶିବସେନା ସହ ଅଛନ୍ତି ।"

ଏହାପୂର୍ବରୁ ମଧ୍ୟ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ନେଇ ଭାବୁକ ଅପିଲ୍‌ କରି ସାରିଛନ୍ତି । ପ୍ରାରମ୍ଭରେ ଏହାକୁ ନେଇ ସେ ଏକନାଥ ସିନ୍ଧେଙ୍କ ସହ ମଧ୍ୟ କଥା ହୋଇଥିଲେ । ତେବେ କଥାବାର୍ତ୍ତା ସମୟ ଶେଷ ହୋଇଛି ବୋଲି ସ୍ପଷ୍ଟ କରିଥିଲେ ଏକନାଥ ସିନ୍ଧେ । ମହାରାଷ୍ଟ୍ରରେ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ମହା ବିକାଶ ଅଘାଡି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଦଳର ପଦାଧିକାରୀଙ୍କୁ ସମ୍ବୋଧନ କରି ଉଦ୍ଧବ ପୂର୍ବରୁ କହିଥିଲେ ଯେ, "ଆମ ପ୍ରତି କଂଗ୍ରେସ ଓ NCPର ସମର୍ଥନ ରହିଛି । ସୋନିଆ ଗାନ୍ଧୀ ମଧ୍ୟ ଆମ ସହ ଅଛନ୍ତି । କିନ୍ତୁ ଆମରି ଦଳ ସଦସ୍ୟ ସମର୍ଥନ କରୁନାହାନ୍ତି । ଯେଉଁମାନେ କେବେ ନିର୍ବାଚନରେ ବିଜୟୀ ହୋଇ ପାରନଥାନ୍ତେ ଆମେ ତାଙ୍କୁ ଟିକେଟ ଦେଇ ବିଜୟୀ କରାଇଛୁ । ଆଜି ସେମାନେ ଆମକୁ ଧୋକା ଦେଇଛନ୍ତି । ପୂର୍ବରୁ ଆମକୁ ବିଜେପି ଧୋକା ଦେଇଥିଲା । ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି । ମୋର ସତ୍ତା ପ୍ରତି ଲାଳସା ନାହିଁ ।"

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.