ETV Bharat / bharat

Uttarakhand Bus Accident: ଘଟଣାସ୍ଥଳରେ ସ୍ଥିତି ପରଖିଲେ ୨ ମୁଖ୍ୟମନ୍ତ୍ରୀ

author img

By

Published : Jun 6, 2022, 1:36 PM IST

Updated : Jun 6, 2022, 2:12 PM IST

ଉତ୍ତରାଖଣ୍ଡ ଉତ୍ତରକାଶୀ ନିକଟରେ ଯମୁନେତ୍ରୀ ରାଜପଥରେ ପର୍ଯ୍ୟଟକ ବସ୍‌ ଦୁର୍ଘଟଣା । ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି । ବିମାନ ଯୋଗେଁ ମଧ୍ୟପ୍ରଦେଶରେ ପହଞ୍ଚିବ ମୃତଦେହ । ଅଧିକ ପଢନ୍ତୁ

Uttarakhand Bus Accident:ଘଟଣାସ୍ଥଳରେ ସ୍ଥିତି ପରଖିଲେ ୨ ମୁଖ୍ୟମନ୍ତ୍ରୀ,ଆହତଙ୍କୁ ପଚାରି ବୁଝିଲେ ସ୍ବାସ୍ଥ୍ୟବସ୍ଥା

ଡେରାଡୁନ: ଉତ୍ତରାଖଣ୍ଡ ଉତ୍ତରକାଶୀ ନିକଟରେ ଯମୁନେତ୍ରୀ ରାଜପଥରେ ପର୍ଯ୍ୟଟକ ବସ୍‌ ଦୁର୍ଘଟଣା । ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି ପାଇଥିବାବେଳେ ୪ ଆହତଙ୍କ ଚିକିତ୍ସା ଜାରି ରହିଛି । ମୃତଦେହ ଗୁଡିକ ବ୍ୟବଚ୍ଛେଦ ପରେ ଡେରାଡୁନକୁ ପଠାଯାଇଛି । ସେପଟେ ମୁଖ୍ୟମନ୍ତ୍ରୀ ପୁସ୍କର ସିଂ ଧାମି ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘଟଣାସ୍ଥଳରେ ଯାଇ ସ୍ଥିତି ପରଖିବା ସହ ମେଡିକାଲରେ ଆହତଙ୍କୁ ଭେଟିଛନ୍ତି ।

ବାୟୁସେନାର ବିମାନ ଯୋଗେ ମୃତଦେହ ଗୁଡିକୁ ଆଜି ମଧ୍ୟପ୍ରଦେଶ ପଠାଯିବାର ବ୍ୟବସ୍ଥା କରାଯିବ । ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ବାୟୁସେନା ବିମାନ ଯୋଗାଇବାକୁ ଅନୁରୋଧ କରାଯାଇଛି । ତେବେ ମୃତଦେହ ଗୁଡିକ ବମାନ ଯୋଗେଁ ମଧ୍ୟପ୍ରଦେଶର ଖଜୁରାହୋ (Khajuraho) ପହଞ୍ଚିବା ପରେ ସେଠାରୁ ଗାଡିରେ ମୃତଦେହ ଗୁଡିକୁ ସେମାନଙ୍କ ଗାଁକୁ ପଠାଯିବ ବୋଲି କହିଛନ୍ତି, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ (MP Chief Minister Shivraj Singh Chouhan) ।

Uttarakhand Bus Accident: ଘଟଣାସ୍ଥଳରେ ସ୍ଥିତି ପରଖିଲେ ୨ ମୁଖ୍ୟମନ୍ତ୍ରୀ

ସେପଟେ, ତିର୍ଥଯାତ୍ରୀ ବସ୍‌ଟିର ଷ୍ଟିୟରିଂ ଫେଲ୍‌ ହୋଇଯିବାକୁ ଦୁର୍ଘଟଣା ଘଟିଥିବା ଜଣାପଡିଛି । ତେବେ, ବସ୍‌ରେ ଅଧିକାଂଶ ଯାତ୍ରୀ ମଧ୍ୟ ପ୍ରଦେଶର ରହିଥିଲେ । ଏ ଦୁର୍ଘଟଣାରେ ଆହତ ହୋଇଥିବା ୩ ମଧ୍ୟପ୍ରଦେଶ ଯାତ୍ରୀଙ୍କର ଏବେବି ଚିକିତ୍ସା ଜାରି ରହିଛି । ମଧ୍ୟପ୍ରଦେଶ ସରକାର ମୃତକଙ୍କ ପରିବାରକୁ ୫ ଲକ୍ଷ ଓ ଆହତଙ୍କ ମାଗଣା ଚିକିତ୍ସା ସହ ୫୦ ହଜାର ସହାୟତା ରାଶି ଦେବାକୁ ଘୋଷଣା କରିଛିନ୍ତି ।

ମିଳିଥିବା ସୂଚନା ଅନୁସାରେ, ରବିବାର ଦିନ ଉତ୍ତରାଖଣ୍ଡ ଉତ୍ତରକାଶୀ ନିକଟରେ ଯମୁନେତ୍ରୀ ଯିବା ସମୟରେ ଏକ ପର୍ଯ୍ୟଟକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଷ୍ଟିୟରିଂ ଫେଲ ହେବାରୁ ଭାରସ୍ୟାମ ହରାଇ ବସଟି ପ୍ରାୟ ୨୦୦ ମିଟର ଗଭୀର ଖାଇକୁ ଖସିପଡିଥିଲା । ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା । ପରେ ଉଦ୍ଧାରକାରୀ ଦଳଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ବସ୍‌ରେ ପ୍ରାୟ ପ୍ରାୟ ୩୦ ଜଣ ପର୍ଯ୍ୟଟକ ଯାତ୍ରା କରୁଥିଲେ ।

Last Updated : Jun 6, 2022, 2:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.