ETV Bharat / bharat

ଭୁଶୁଡି ପଡିଲା ୧୭୦୦ କୋଟିର ନିର୍ମାଣାଧୀନ ପୋଲ, ନୀତିଶ କହିଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ

author img

By

Published : Jun 5, 2023, 10:26 PM IST

ଗତକାଲି ବିହାର ଭାଗଲପୁରରେ ଭୁଶୁଡି ପଡିଥିଲା 17ଶହ କୋଟିର ନିର୍ମାଣାଧୀନ ପୋଲ । ଗତ 10 ବର୍ଷ ଧରି ଶେଷ ହେଉନି ନିର୍ମାଣ କାର୍ଯ୍ୟ, କିନ୍ତୁ ଦୁଇ ଥର ଭୁଶୁଡିଲାଣି । ନୀତିଶ କହିଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

ଭୁଶୁଡି ପଡିଲା 17 ଶହ କୋଟିର ନିର୍ମାଣାଧୀନ ପୋଲ, ମୁଖ୍ୟମନ୍ତ୍ରୀ ନୀତିଶ କହିଲେ ଦୋଷୀ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ
ମୁଖ୍ୟମନ୍ତ୍ରୀ ନୀତିଶ

ପାଟନା: ବିହାର ଭାଗଲପୁର ସୁଲତାନଗଞ୍ଜରେ ଗତକାଲି ଗଙ୍ଗା ନଦୀ ଉପରେ ନିର୍ମାଣାଧୀନ ପୋଲ ଭୁଶୁଡି ପଡିବା ଘଟଣାରେ ଏବେ ସାରା ଦେଶରେ ଚର୍ଚ୍ଚାରେ ରହିଛି । ନିର୍ମାଣାଧୀନ ପୋଲଟି ଶେଷ ପର୍ଯ୍ୟାୟରେ ଥିଲା ଓ ଡିସେମ୍ବରରେ ଲୋକାର୍ପିତ ହେବାକୁ ଯାଉଥିଲା । ତେବେ ଗତକାଲି ଏହା ଭୁଶୁଡି ପଡିବା ସହ ନଦୀରେ ଲୀନ ହୋଇଯାଇଥିଲା । ଏହି ଘଟଣା ପୁଣି ବିହାରରେ ଏବେ ପୁଣି ଦୁର୍ନୀତି ମାମଲା ରାଜନୈତିକ ହାଓ୍ବାକୁ ବଳ ଦେଇଛି । ମଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବୟାନ ମଧ୍ୟ ଆସିଛି । ପୋଲ ଭୁଶୁଡି ପଡିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ । ଘଟଣାର ତଦନ୍ତ ନିର୍ଦ୍ଦେଶ ମିଳିସାରିଛି । ଏହା ପ୍ରଥମ ଥର ନୁହେଁ ବରଂ ଦ୍ବିତୀୟ ଥର ଭୁଶୁଡିଥିଲା । ସରକାରଙ୍କ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଯାଇଥିଲା । ହେଲେ ଏହା ପୁଣି ଥରେ ଭୁଶୁଡିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଯେ କେହି ବି ଏଥିରେ ସମ୍ପୃକ୍ତ ତାହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗତକାଲି ଅପରାହ୍ନରେ ଏହି ନିର୍ମାଣାଧୀନ ପୋଲଟି ଭୁଶୁଡି ପଡିଥିଲା । ଯାହାର ଭିଡିଓ ମଧ୍ୟ ଗଣମାଧ୍ୟମରେ ଘୁରି ବୁଲୁଛି ।

2022 ରେ ମଧ୍ୟ ଭୁଶୁଡିଥିଲା ଏହି ପୋଲ:-

ଗଙ୍ଗା ନଦୀ ଉପରେ ଭାଗଲପୁର ସୁଲତାନଗଞ୍ଜ- ଅଗୁଓ୍ବାନୀକୁ ସଂଯୋଗ କରିବା ପାଇଁ ଏହି ବିଶାଳ ପୋଲ ନିର୍ମାଣ କରାଯାଉଛି । ଏଥିପାଇଁ ମୋଟ 1710 ଟଙ୍କାର ଟେଣ୍ଡର ହୋଇଥିଲା । ପ୍ରାୟ 10 ବର୍ଷ ତଳେ 2014 ଅପ୍ରେଲ 30ରେ ଏହି ପୋଲର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ମାତ୍ର ଏହି ପୋଲ କାର୍ଯ୍ୟ ଶେଷ ହେବାରେ ମାତ୍ରାଧିକ ବିଳମ୍ବ ହେବା ସହ ଗତବର୍ଷ (2022)ରେ ମଧ୍ୟ ଏହି ପୋଲର କିଛି ଅଂଶ ଭୁଶୁଡି ପଡିଥିଲା । ତଦନ୍ତ ଆରମ୍ଭ ହୋଇଥିଲା, କିଛି ମାତ୍ରାରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଥିଲା । ପୁଣି ପରେ ନିର୍ମାଣ କର୍ଯ୍ୟ ଆରମ୍ଭ ହୋଇଥିଲା ।

ଗତକାଲି ଏହି ପୋଲ ଭୁଶୁଡିବା ଘଟଣାରେ ଜଣେ ଗାର୍ଡ ନିଖୋଜ ଅଛନ୍ତି । ତାଙ୍କୁ ବର୍ତ୍ତମାନ ସୁଦ୍ଧା ମଧ୍ୟ ଉଦ୍ଧାର କରାଯାଇ ପାରିନାହିଁ । ବିହାର ସରକାରଙ୍କ ସମସ୍ତ ବୃହତ ନିର୍ମାଣରେ ବ୍ୟାପକ ଦୁର୍ନୀତି ହେଉଥିବା ଓ ଲୋକଙ୍କ ଜୀବନ ସହ ଖେଳ ଖେଳାଯାଉଥିବା ମଧ୍ୟ ବିରୋଧୀ ଅଭିଯୋଗ କରୁଛନ୍ତି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତରଦାୟୀଙ୍କ ବିରୋଧରେ କଠୋର କର୍ଯ୍ୟାନୁଷ୍ଠାନ ହେବା ନେଇ ନୀତିଶ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.