ନୂଆଦିଲ୍ଲୀ: ଗୁଜୁରାଟ ଗସ୍ତରେ ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସୋମବାର ସଂନ୍ଧ୍ୟାରେ ଗୁଜୁରାଟର ରାଜକୋଟରେ ପହଞ୍ଚିଛନ୍ତି କେଜ୍ରିୱାଲ। ଏହି ଗସ୍ତ ଆଜି (ମଙ୍ଗଳବାର) ପ୍ରସିଦ୍ଧ ସୋମନାଥ ମନ୍ଦିର ଦର୍ଶନ କରିବେ । ଏହାପରେ 12.30 ସମୟରେ ଟାଉନ ହଲରେ ଆୟୋଜିତ ବୈଠକରେ ବ୍ୟବସାୟୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ଆପ ଜାତୀୟ ଯୁଗ୍ମ ସଚିବ ଇନ୍ଦ୍ରାନିଲ ରାଜ୍ୟଗୁରୁ ସୂଚନା ଦେଇଛନ୍ତି ।
ଆପ ଜାତୀୟ ଯୁଗ୍ମ ସଚିବ ଇନ୍ଦ୍ରାନିଲ ରାଜ୍ୟଗୁରୁ କହିଛନ୍ତି, "କେଜ୍ରିୱାଲ ଗୁଜୁରାଟର ରାଜନୈତିକ ସ୍ତରରେ ପରିବର୍ତ୍ତନ ଆଣିଛନ୍ତି । ବିଜେପିର 27 ବର୍ଷ ଶାସନ ଭିତରେ ଗୁରୁରାଟର ଲୋକଙ୍କୁ ଗୁରୁତ୍ବ ଦିଆଯାଉନଥିଲା । ରାଜ୍ୟରେ ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ ଆଦି ଯୋଗାଇବାରେ ଭାଜପା ଦଳ ବିଫଳ ହୋଇଛି । କିନ୍ତୁ ଅଦବିନ୍ଦ କେଜ୍ରିୱାଲ ଏନେଇ ଆଲୋଚନା କରାଇବାକୁ ସରକାରଙ୍କୁ ବାଧ୍ୟ କରିଛନ୍ତି । ତେଣୁ ଆପ ପ୍ରତି ଗୁଜୁରାଟ ଲୋକଙ୍କ ଆସ୍ଥା ଭାଜନ କରିବା ଆରମ୍ଭ କଲେଣି ।"
ସୂଚନା ଥାଉକି, ଅରବିନ୍ଦ କେଜ୍ରିୱାଲ ଦୁଇ ସପ୍ତାହ ମଧ୍ୟରେ ଗୁଜୁରାଟରେ ଏହା ତାଙ୍କର ଦ୍ବିତୀୟ ଗସ୍ତ । ଗତ ଗୁରୁବାର ସୁରତ ପରିଦର୍ଶନରେ କେଜ୍ରିୱାଲ ଆସିଥିଲେ । ଏହି ଗସ୍ତ ସମୟରେ ଚଳିତ ବିଧାନସଭା ନିର୍ବାଚନରେ ଆପ କ୍ଷମତାକୁ ଆସିଲେ ରାଜ୍ୟରେ 300 ୟୁଟିନ ବିଦ୍ୟୁତ ମାଗଣାରେ ଯୋଗାଇବାକୁ ପ୍ରତିଶୃତି ଦେଇଛନ୍ତି । ଏହା ପୂର୍ବରୁ ଗତ ମେ 11ତାରିଖରେ ରାଜକୋଟ ସ୍ଥିତ ଶାସ୍ତ୍ରୀ ମୈଦାନରେ ଅନୁଷ୍ଠିତ ସାଧାରଣ ବୈଠକକୁ ସମ୍ବୋଧନ କରିଥିଲେ ।