ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଶକ୍ତି ଏବଂ ସମ୍ବଳ ପ୍ରତିଷ୍ଠାନ (The Energy and Resources Institute) (ଟିଇଆରଆଇ)ର ବିଶ୍ବ ସ୍ଥାୟୀ ବିକାଶ ସମ୍ମିଳନୀରେ ଉଦଘାଟନୀ ଅଭିଭାଷଣ ରଖିଛନ୍ତି ।
ଅଭିଭାଷଣ ରଖି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ପ୍ରଥମେ ଗୁଜୁରାଟ ଏବେ ରାଷ୍ଟ୍ରୀୟ ସ୍ତରରେ ନିଜର 20 ବର୍ଷର ସାମ୍ବିଧାନିକ କାର୍ଯ୍ୟକାଳରେ ପର୍ଯ୍ୟାବରଣ ଓ ସଶକ୍ତ ବିକାଶ ମୋ ପାଇଁ ପ୍ରାଥମିକ ଫୋକସ ରହିଆସିଛି । ଏକ ସଫଳ ପର୍ଯ୍ୟାବରଣ ପାଇଁ ପର୍ଯ୍ୟାପ୍ତ ଅର୍ଥର ଆବଶ୍ୟକତା ରହିଛି । ଏଥିପାଇଁ ବିକଶିତ ରାଷ୍ଟ୍ର ଗୁଡିକ ଆଗେଇ ଆସିବା ଦରକାର ।
-
Through the International Solar Alliance our aim is:
— PMO India (@PMOIndia) February 16, 2022 " class="align-text-top noRightClick twitterSection" data="
"One Sun, One World, One Grid."
We must work towards ensuring availability of clean energy from a world-wide grid everywhere at all times.
This is the "whole of the world" approach that India's values stand for: PM
">Through the International Solar Alliance our aim is:
— PMO India (@PMOIndia) February 16, 2022
"One Sun, One World, One Grid."
We must work towards ensuring availability of clean energy from a world-wide grid everywhere at all times.
This is the "whole of the world" approach that India's values stand for: PMThrough the International Solar Alliance our aim is:
— PMO India (@PMOIndia) February 16, 2022
"One Sun, One World, One Grid."
We must work towards ensuring availability of clean energy from a world-wide grid everywhere at all times.
This is the "whole of the world" approach that India's values stand for: PM
ସେହିପରି ମୋଦି କହିଛନ୍ତି ରିଡ୍ୟୁସ, ରିୟ୍ୟୁଜ, ରିସାଇକିଲ, ରିକଭୋରୀ, ରି-ଡିଜାଇନ ଓ ରି- ମ୍ୟାନୁଫ୍ୟାକଚରିଙ୍ଗ ଭାରତର ସାଂସ୍କୃତିକ ଅଶଂ ରହିଛି । ବିଶ୍ବ ସ୍ଥାୟୀ ବିକାଶ ସମ୍ମିଳନୀ ହେଉଛି ଶକ୍ତି ଏବଂ ସମ୍ବଳ ପ୍ରତିଷ୍ଠାନର ଏକ ବାର୍ଷିକ କାର୍ଯ୍ୟକ୍ରମ । ଚଳିତ ବର୍ଷର ବିଷୟବସ୍ତୁ ହେଉଛି ‘ସହନଶୀଳ ଗ୍ରହ ଆଡକୁ ଏକ ସ୍ଥାୟୀ ଏବଂ ସମାନ ଭବିଷ୍ୟତକୁ ସୁନିଶ୍ଚିତ କରିବା।
-
Successful climate actions also need adequate financing.
— PMO India (@PMOIndia) February 16, 2022 " class="align-text-top noRightClick twitterSection" data="
For this, developed countries need to fulfill their commitments on finance and technology transfer: PM @narendramodi
">Successful climate actions also need adequate financing.
— PMO India (@PMOIndia) February 16, 2022
For this, developed countries need to fulfill their commitments on finance and technology transfer: PM @narendramodiSuccessful climate actions also need adequate financing.
— PMO India (@PMOIndia) February 16, 2022
For this, developed countries need to fulfill their commitments on finance and technology transfer: PM @narendramodi
ବିଶ୍ବ ସ୍ଥାୟୀ ବିକାଶ ସମ୍ମିଳନୀ ହେଉଛି ଟିଇଆରଆଇର ବାର୍ଷିକ ଫ୍ଲାଗସିପ କାର୍ଯ୍ୟକ୍ରମ । ଚଳିତ ବର୍ଷର ସମ୍ମିଳନୀର ବିଷୟବସ୍ତୁ ହେଉଛି ସହନଶୀଳ ଗ୍ରହ ଆଡକୁ ଏକ ସ୍ଥାୟୀ ଏବଂ ସମାନ ଭବିଷ୍ୟତକୁ ସୁନିଶ୍ଚିତ କରିବା । ଏହି ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ, ସ୍ଥାୟୀ ଉତ୍ପାଦନ, ଶକ୍ତି ପରିବର୍ତ୍ତନ, ସାଧାରଣ ବିଶ୍ବ ଏବଂ ଉତ୍ସ ସୁରକ୍ଷା ସହିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେଉଛି ।
ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି ଆନ୍ତଃରାଷ୍ଟ୍ରୀୟ ସୌର ଗଠବନ୍ଧନ ମାଧ୍ୟମରେ ଆମର ଉଦ୍ଦେଶ୍ୟ ହେଉଛି ଏକ ସୂର୍ଯ୍ୟ ଏକ ବିଶ୍ବ, ଏକ ଗ୍ରୀଡ । ଆମକୁ ସବୁଠି ସବୁବେଳେ ସବୁ ସ୍ଥିତିରେ ବିଶ୍ବବ୍ୟାପୀ ସ୍ବଚ୍ଛ ଶକ୍ତିର ଉପଲବ୍ଧ କରିବା ଉଦ୍ଦେଶ୍ୟରେ ମିଳିତ ଭାବେ କାମ କରିବା ଜରୁରୀ । ଯେଉଁଥି ପାଇଁ ଭାରତ ସବୁବେଳେ ପ୍ରସ୍ତୁତ ରହିଛି ।
ବୁଧବାରଠୁ ଆରମ୍ଭ ହେବାକୁ ଥିବା ଏହି ତିନି ଦିନିଆ ଶିଖର ସମ୍ମିଳନୀ (The three day summit starting 16th February )ରେ ଡୋମିନିକାନ ରାଷ୍ଟ୍ରପତି ଲୁଇସ ଅବିନାଡେର, ଗୁଆନା ସମବାୟ ସଭାପତି ଡଃ. ମହମ୍ମଦ ଇରଫାନ ଅଲ୍ଲୀ, ମିଳିତ ଜାତିସଂଘର ଉପ ମହାସଚିବ ଅମିନା ଜେ ମହମ୍ମଦ, ବିଭିନ୍ନ ଆନ୍ତଃ ସରକାରୀ ସଂଗଠନର ମୁଖ୍ୟ, 12 ରୁ ଅଧିକ ଦେଶର ମନ୍ତ୍ରୀ, ରାଷ୍ଟ୍ରଦୂତ ଏବଂ ୧୨୦ ରୁ ଅଧିକ ଦେଶରୁ ପ୍ରତିନିଧି ଯୋଗଦେଇଛନ୍ତି ।
@ANI