ETV Bharat / bharat

ଆଜି ଅବସର ନେବେ ପ୍ରଧାନ ବିଚାରପତି ଏନଭି ରମଣା

author img

By

Published : Aug 26, 2022, 10:33 AM IST

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି(Chief Justice of India) ଏନଭି ରମଣା ଆଜି ଅବସର ନେବେ । ଅଧିକ ପଢନ୍ତୁ

ଆଜି ଅବସର ନେବେ ପ୍ରଧାନ ବିଚାରପତି ଏନଭି ରମଣା
ଆଜି ଅବସର ନେବେ ପ୍ରଧାନ ବିଚାରପତି ଏନଭି ରମଣା

ନୂଆଦିଲ୍ଲୀ: ଆଜି ପ୍ରଧାନ ବିଚାରପତି(Chief Justice of India) ପଦରୁ ଅବସର ନେବେ ଜଷ୍ଟିସ ଏନଭି ରମଣା(NV Ramana) । ସୁପ୍ରିମକୋର୍ଟର ୪୮ତମ ପ୍ରଧାନ ବିଚାରପତି ଭାବେ ରମଣାଙ୍କ କାର୍ଯ୍ୟକାଳ ଆଜି(ଶୁକ୍ରବାର) ଶେଷ ହୋଇଛି । ୨୦୨୧ ମସିହା ଏପ୍ରିଲରେ ଦେଶର ୪୮ତମ ପ୍ରଧାନ ବିଚାରପତି ଭାବେ ସେ ନିଯୁକ୍ତ ହୋଇଥିଲେ । CJI ଭାବରେ ନଜର ୧୬ ମାସର କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରିଛନ୍ତି । ଏହାସହିତ ଜଷ୍ଟିସ୍ ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ବିଭିନ୍ନ ହାଇକୋର୍ଟରେ ୨୨୪ ବିଚାରପତିଙ୍କୁ ସଫଳତାପୂର୍ବକ ନିଯୁକ୍ତି ଦେଇଛନ୍ତି । ରମଣାଙ୍କ ସ୍ଥାନରେ ଆସନ୍ତାକାଲି(ଶନିବାର) ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଉଦୟ ଉମେଶ ଲଳିତ(Uday Umesh Lalit) ଶପଥ ନେବେ ।

ଦିଲ୍ଲୀ ହାଇକୋର୍ଟ ଓକିଲ ସଂଘର ପକ୍ଷରୁ ବିଦାୟୀ ପ୍ରଧାନ ବିଚାରପତିଙ୍କୁ ଗୁରୁବାର ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଜଷ୍ଟିସ୍ ରମଣା କହିଛନ୍ତି, ''ତାଙ୍କର କାର୍ଯ୍ୟକାଳ ଭିତରେ ସେ ଯଥାସମ୍ଭବ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ପ୍ରୟାସ କରିଛନ୍ତି । ଆପଣ ମୋ ଠାରୁ ଯେଉଁ ଆଶା ରଖିଥିଲେ ତାହା ପୂରଣ କରିବାରେ ସଫଳ ହୋଇଥିବାର ମୁଁ ଆଶା କରୁଛି ।''

ଏହାମଧ୍ୟ ପଢନ୍ତୁ: ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି, ସ୍ଥାନୀୟ ପୋଲିସ SSPଙ୍କ ଅବହେଳାକୁ ଦାୟୀ କଲେ ସୁପ୍ରିମକୋର୍ଟ

ଏନଭି ରମଣା ନିଜର କାର୍ଯ୍ୟକାଳ ମଧ୍ୟ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଶୁଣାଣି କରିଛନ୍ତି । ଅବସର ନେବାର ଗୋଟିଏ ଦିନ ପୂର୍ବରୁ ରମଣା ପେଗାସସ୍ ସ୍ପାଇୱାର(Pegasus spyware) ଠାରୁ ଆରମ୍ଭ କରି ପଞ୍ଜାବ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି, ପିଏମଏଲ ଆକ୍ଟ ଓ ଗୁଜୁରାଟ ବିଲ୍‌କିସ ବାନୋ ଆଦି ଅତି ଗୁରୁତ୍ବପୂର୍ଣ୍ଣ ମାମଲାରେ ରାୟ ଦେଇଛନ୍ତି । ପ୍ରଥମେ ସେ ପେଗାସସ୍ ମାମଲାର ଶୁଣାଣି କରିଥିଲେ । ସେହିପରି ପଞ୍ଜାବ ଗସ୍ତ ସମୟରେ ଫିରୋଜପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ହୋଇଥିବା ବିଭ୍ରାଟରେ ସ୍ଥାନୀୟ ପୋଲିସ ପ୍ରଶାସନକୁ ଦାୟୀ କରିଛନ୍ତି ।

ବହୁଚର୍ଚ୍ଚିତ ବିଲକିସ୍ ବାନୋ ମାମଲାରେ(Bilkis Bano Case) ପ୍ରଧାନ ବିଚାରପତି ଏନଭି ରମଣାଙ୍କ ଖଣ୍ଡପୀଠ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍ କରି ଜବାବ ମାଗିଛନ୍ତି । ଏହାସହିତ ସୁପ୍ରିମକୋର୍ଟ ଚଳିତ ବର୍ଷ ଜୁଲାଇ ୨୭ରେ ପିଏମଏଲଏ-୨୦୦୨ ଉପରେ ଦେଇଥିବା ରାୟର ସମୀକ୍ଷା କରିବା ପାଇଁ ରାଜି ହୋଇଛନ୍ତି । ଆଜି କାର୍ଯ୍ୟକାଳର ଶେଷ ଦିନରେ ମଧ୍ୟ ରମଣା ୫ଟି ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.