ETV Bharat / bharat

କୋଭିଡ ଯୁଦ୍ଧରେ ଆଉ ଏକ ଅସ୍ତ୍ର 'ମଡର୍ଣ୍ଣା'କୁ ଭାରତରେ ମଞ୍ଜୁରୀ

author img

By

Published : Jun 29, 2021, 4:09 PM IST

Updated : Jun 29, 2021, 4:39 PM IST

ଭାରତରେ ସୀମିତ ଜରୁରୀକାଳୀନ ବ୍ୟବହାର ପାଇଁ ମଡର୍ଣ୍ଣାର କୋଭିଡ ଟିକା ବ୍ୟବହାର ନେଇ ସିପ୍ଲାକୁ ଅନୁମତି ଦେଇଛି ଡିସିଜିଆଇ (DCGI) । ଅଧିକ ପଢନ୍ତୁ...

କୋଭିଡ ଯୁଦ୍ଧରେ ଆଉ ଏକ ଅସ୍ତ୍ର 'ମୋଡର୍ଣ୍ଣା'କୁ ଭାରତରେ ମଞ୍ଜୁରୀ

ନୂଆଦିଲ୍ଲୀ: ମହାମାରୀ କୋରୋନାର ତୃତୀୟ ଲହରୀ ଆଶଙ୍କା ମଧ୍ୟରେ ଦେଶକୁ ମିଳିବାକୁଯାଉଛି ଆଉ ଗୋଟିଏ ଭ୍ୟାକ୍ସିନ । ଭାରତରେ ସୀମିତ ଜରୁରୀକାଳୀନ ବ୍ୟବହାର ପାଇଁ ମଡର୍ଣ୍ଣାର କୋଭିଡ ଟିକା ବ୍ୟବହାର ନେଇ ସିପ୍ଲାକୁ ଅନୁମତି ଦେଇଛି ଡିଜିସିଆଇ ।

ସୋମବାର ଡିଜିସିଆଇକୁ ଆବେଦନ କରି ମଡର୍ଣ୍ଣା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଥିଲା ସିପ୍ଲା । ଡିସିଜିଆଇର ନୋଟିସକୁ ଦର୍ଶାଇ ଏହି ଆବେଦନ କରିଥିଲା ସିପ୍ଲା ।

ନୋଟିସରେ କୁହାଯାଇଥିଲା ଯେ ଯଦି ଟିକାକୁ ଜରୁରୀକାଳୀନ ଉପଯୋଗ ଅଧିକାର(ଇୟୁଏ) ପାଇଁ ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ(ୟୁଏସଏଫଡିଏ) ପକ୍ଷରୁ ଅନୁମତି ଦିଆଯାଏ, ତେବେ ଟିକାକୁ ବିନା ବ୍ରିଜିଙ୍ଗ ଟ୍ରାଏଲରେ ଭାରତରେ ବଣ୍ଟନର ଅନୁମତି ଦିଆଯିବ । ଅନ୍ୟପକ୍ଷେ ମୋଡର୍ଣ୍ଣାର ପ୍ରତ୍ୟେକ ବ୍ୟାଚ୍‌କୁ କେନ୍ଦ୍ରୀୟ ଔଷଧୀ ପ୍ରୟୋଗଶାଳା (ସିଡିଏଲ)ର ଯାଞ୍ଚରୁ ଛାଡ ମିଳିପାରିବ ।

ଭାରତରେ ବର୍ତ୍ତମାନ ଅକ୍ସଫୋର୍ଡ ଏବଂ ସେରମ ଇନଷ୍ଟିଚ୍ୟୁଟର ଟିକା କୋଭିସିଲ୍ଡ ଏବଂ ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ କୋଭାକ୍ସିନ ବ୍ୟବହୃତ ହେଉଛି । ଏହାସହ ଋଷର ଟିକା ସ୍ପୁଟନିକ ଭି ମଧ୍ୟ କେତେକ ସ୍ଥାନରେ ବ୍ୟବହୃତ ହେଉଛି । ବର୍ତ୍ତମାନ ମଡର୍ଣ୍ଣା ଅନୁମୋଦନ ପାଇବା ପରେ ଭାରତର ଟୀକାକରଣ କାର୍ଯ୍ୟକ୍ରମ ଶୀଘ୍ର ଆଗକୁ ଦୃତଗତିରେ ଅଗ୍ରଗତି କରିବାର ସମ୍ଭାବନା ରହିଛି ।

Last Updated : Jun 29, 2021, 4:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.