ETV Bharat / bharat

ପୂର୍ବତନ ବଡିଗାର୍ଡଙ୍କ ମୃତ୍ୟୁ ମାମଲା; ସୋମବାର ଶୁଭେନ୍ଦୁଙ୍କ ବୟାନ ରେକର୍ଡ କରିବ CID

author img

By

Published : Sep 5, 2021, 10:43 AM IST

ଶୁଭେନ୍ଦୁ ଅଧିକାରୀଙ୍କ ପୂର୍ବତନ ବଡିଗାର୍ଡଙ୍କ ମୃତ୍ୟୁ ମାମଲା । ଏନେଇ ସୋମବାର ସିଆଇଡି ମୁଖ୍ୟାଳୟରେ ହାଜର ହେବେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ଅଧିକ ପଢନ୍ତୁ...

ଶୁଭେନ୍ଦୁ ଅଧିକାରୀଙ୍କ ପୂର୍ବତନ ବଡିଗାର୍ଡଙ୍କ ମୃତ୍ୟୁ ମାମଲା ; ସୋମବାର ଶୁଭେନ୍ଦୁଙ୍କ ବୟାନ ରେକର୍ଡ କରିବ CID

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପୂର୍ବତନ ବଡିଗାର୍ଡ ଶୁଭବ୍ରତ ଚକ୍ରବର୍ତ୍ତୀଙ୍କ ମୃତ୍ୟୁ ମାମଲା । ଏନେଇ ଶନିବାର ସିଆଇଡି (CID) ପକ୍ଷରୁ ଶୁଭେନ୍ଦୁଙ୍କୁ ସମନ ଜାରି କରାଯାଇଛି । ସୋମବାର ସକାଳ ୧୧ଟା ସମୟରେ କୋଲକାତାର ଭବାନୀ ଭବନରେ ଥିବା ସିଆଇଡି ମୁଖ୍ୟାଳୟରେ ତାଙ୍କୁ ହାଜର ହେବାକୁ କୁହାଯାଇଛି । ଶୁଭବ୍ରତ ଚକ୍ରବର୍ତ୍ତୀଙ୍କ ମୃତ୍ୟୁ ନେଇ ବୟାନ ରେକର୍ଡ କରିବ ସିଆଇଡି ।

ଶୁଭବ୍ରତ ୨୦୧୮ ମସିହାରେ ପୂର୍ବ ମେଦିନିପୁରରେ ଥିବା ପୋଲିସ ବ୍ୟାରେକରେ ନିଜକୁ ଗୁଳି କରିଥିଲେ । ଯେଉଁଥିରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଯେତେବେଳେ ଶୁଭେନ୍ଦୁ ଅଧିକାରୀ ତୃଣମୂଳ କଂଗ୍ରେସ ଏମପି ଥିଲେ । ତେବେ, ଏ ଘଟଣାଟି ନୂଆ ମୋଡ ନେଇଥିଲା ଯେତେବେଳେ ଶୁଭେନ୍ଦୁ ତୃଣମୂଳ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ ।

ଏନେଇ ଶୁଭବ୍ରତ ଚକ୍ରବର୍ତ୍ତୀଙ୍କ ସ୍ତ୍ରୀ ସୁପର୍ଣ୍ଣା ଏକ ଅଭିଯୋଗ ଥାନାରେ ଦେଇଥିଲେ । ପଶ୍ଚିମବଙ୍ଗ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପରେ ଘଟଣାଟି ସିଆଇଡି ହାତକୁ ଯାଇଥିଲା । ଗତ ଜୁଲାଇରେ ସିଆଇଡିର ୪ ଜଣିଆ ଟିମ ଶୁଭେନ୍ଦୁ ଅଧିକାରୀଙ୍କ ପର୍ବ ମେଦିନୀପୁର ବାସଭବନରେ ଚଢାଉ କରିଥିଲେ । ଶୁଭବ୍ରତ ଚକ୍ରବର୍ତ୍ତୀଙ୍କ ସହ କାର୍ଯ୍ୟ କରିଥିବା ତାଙ୍କ ସହକର୍ମୀଙ୍କୁ ମଧ୍ୟ ପଚରାଉଚରା କରିଥିଲା ସିଆଇଡି ।

ସେପଟେ,ଏହା ପୂର୍ବରୁ ମଧ୍ୟ ସୁପର୍ଣ୍ଣାଙ୍କ ବୟାନ ରେକର୍ଡ କରିସାରିଛି ସିଆଇଡି । ଯେଉଁଥିରେ ସେ କହିଛନ୍ତି ସେ ମାମଲା ରୁଜୁ କରିବା ପାଇଁ ଡରୁଥିଲେ । ତାଙ୍କ ସ୍ବାମୀ ଆତ୍ମହତ୍ୟା କରିନାହାଁନ୍ତି । ବଂର ତାଙ୍କୁ ହତ୍ୟା କରାଯାଇଛି । କେବଳ ସେତିକି ନୁହେଁ ଶୁଭେନ୍ଦୁ ଅଧିକାରୀଙ୍କ ପଡୋଶୀ ଓ ତାଙ୍କ ସହକର୍ମୀଙ୍କୁ ମଧ୍ୟ ପଚରା ଉଚରା କରାଯାଇଛି । ତେବେ, ପୂର୍ବତନ ବଡିଗାର୍ଡ ଶୁଭବ୍ରତ ଚକ୍ରବର୍ତ୍ତୀଙ୍କ ମୃତ୍ୟୁ ମାମଲା ନେଇ ସୋମବାର ଦିନ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବୟାନ ରେକର୍ଡ କରାଯିବ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.