ETV Bharat / bharat

ଗୟାରେ ସନ୍ଦିଗ୍ଧ ଚୀନ ମହିଳା ଗୁପ୍ତଚର, ସ୍କେଚ ଜାରି - ଚୀନ ମହିଳା ଗୁପ୍ତଚର

ଗୟାରେ ଜଣେ ଚୀନ ମହିଳାଙ୍କ ସ୍କେଚ ଜାରି ହୋଇଛି ( Chinese spy in Gaya )। ଗୟାରେ ସଦିଗ୍ଧ ଚୀନ ଗୁପ୍ତଚର ମହିଳାଙ୍କୁ ଖୋଜାଖୋଜି ଜାରି ରହିଛି । ଦଲାଇ ଲାମାଙ୍କ ଉପରେ ତଥ୍ୟ ହାସଲ ପାଇଁ ସଦିଗ୍ଧ ଗୁପ୍ତଚର କାର୍ଯ୍ୟ କରୁଥିବା ସନ୍ଦେହ କରୁଛି ସୁରକ୍ଷା ଏଜେନ୍ସିଂ ।

Chinese woman spy  in Gaya
ଗୟାରେ ସନ୍ଦିଗ୍ଧ ଚୀନ ମହିଳା ଗୁପ୍ତଚର, ସ୍କେଚ ଜାରି
author img

By

Published : Dec 29, 2022, 1:53 PM IST

ପାଟନା: ଗୟାରେ ଚୀନ ମହିଳା ଗୁପ୍ତଚର ସନ୍ଦେହ । ବିହାରର ଗୟାରେ ଜଣେ ସନ୍ଦିଗ୍ଧ ଚୀନ ମହିଳା ଗୁପ୍ତଚରଙ୍କୁ ଭାରତୀୟ ସୁରକ୍ଷା ଏଜେନ୍ସିମାନେ ଖୋଜାଖୋଜି ଆରମ୍ଭ କରିଛନ୍ତି । ଚୀନ ମହିଳା ପ୍ରାୟ ଏକ ମାସ ଧରି ଗାୟାରେ ଥିବା ତିବ୍ଦତୀୟ ଆଧ୍ୟାତ୍ମିକ ନେତା ଦଲାଇ ଲାମାଙ୍କ ଗତିବିଧି ଉପରେ ନଜର ରଖିବାକୁ ଗୁପ୍ତଚର ଭାବରେ ଆସିଥିବା ସନ୍ଦେହ କରାଯାଉଛି । ଚୀନ ମହିଳାଙ୍କ ଏକ ସ୍କେଚ ମଧ୍ୟ ପୋଲିସ ଜାରି କରିଛି ।

ବୌଦ୍ଧ ଧର୍ମ ନେତା ଦଲାଇ ଲାମାଙ୍କୁ ବର୍ତ୍ତମାନ ସମୟରେ ତାଙ୍କୁ ଚାରି ସ୍ତରୀୟ ସୁରକ୍ଷା ଦିଆଯାଇଛି । ଗୟା ପୋଲିସ ସନ୍ଦିଗ୍ଧ ଚାଇନାର ମହିଳାଙ୍କୁ ଖୋଜୁଛି ଏବଂ ଏହି ପ୍ରକ୍ରିୟାରେ ସୋସିଆଲ ମିଡିଆର ସାହାଯ୍ୟ ମଧ୍ୟ ନେଉଛି । କେନ୍ଦ୍ରୀୟ ସୁରକ୍ଷା ଏବଂ ଗୁପ୍ତଚର ସଂସ୍ଥାଗୁଡ଼ିକୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଛି । ସେମାନେ ମହିଳାଙ୍କୁ ଖୋଜିବା ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି ।

ଦେଶର ବିଭିନ୍ନ ସ୍ଥାନରେ ରହିବା ପରେ ଚୀନ ମହିଳା ବର୍ତ୍ତମାନ ଗୟାରେ ପହଞ୍ଚିଥିବା ବିଶେଷ ସୂତ୍ରରୁ ଖବର ପାଇବା ପରେ ଅପରେସନରେ ଲାଗି ପଡିଥିବା ଗୟା ଏସଏସପି ହର୍ମନପ୍ରୀତା କୌର ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ସଦିଗ୍ଧ ଚୀନ ମହିଳା ଗୁପ୍ତଚରଙ୍କୁ ଚିହ୍ନଟ କରାଯାଇ ନାହିଁ । ମହିଳାଙ୍କ ସ୍କେଚ ଜାରି ହୋଇଛି । ଖୁବଶୀଘ୍ର ତାଙ୍କ ପତ୍ତା ମିଳିବ । ଗତ ଦୁଇବର୍ଷ ହେବ ଏଠାରେ ରହି ଆସୁଛନ୍ତି । ଦଲାଇ ଲାମା ଏବଂ ତିବେତାନ ସରକାର ବର୍ଷ ବର୍ଷ ଧରି ନିର୍ବାସନରେ ଅଛନ୍ତି । ଯେତେବେଳେ ଚୀନ ତିବବ୍ଦକୁ ଅକ୍ତିଆର କଲା ଦଲାଇ ଲାମା 1959 ମସିହାରେ ପ୍ରାୟ ହଜାରେ ଅନୁସରଣକାରୀଙ୍କ ସହ ଭାରତକୁ ଆସିଥିଲେ । ବର୍ତ୍ତମାନ ଉତ୍ତର ଭାରତରେ ଅବସ୍ଥିତ ଧର୍ମଶାଳାରେ ଦଲାଇ ଲାମା ରହୁଛନ୍ତି ।

ଏହା ବି ପଢନ୍ତୁ...G20 Summit: ଚାଣକ୍ୟପୁରୀରେ ହେବ ଜି-20 ଦେଶକୁ ସମର୍ପିତ ପାର୍କ

ପ୍ରକାଶ ଥାଉ କି, ଗତ ଅକ୍ଟୋବର 21 ତାରିଖରେ ରାଜଧାନୀରୁ ଜଣେ ଚୀନ ମହିଳାଙ୍କୁ ଗିରଫ କରିଥିଲା ପୋଲିସ । ନକଲି ପରିଚୟ ଏବଂ ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଚୀନ ମହିଳାଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ । 2019ରେ ସେ ଭାରତକୁ ଆସିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.