ETV Bharat / bharat

ବୈଦେଶିକ ମନ୍ତ୍ରୀ ୱାଙ୍ଗଙ୍କ ବୟାନ; ପରସ୍ପରକୁ ନାହିଁ ବିପଦ, ଭାରତ-ଚୀନ ବନ୍ଧୁ

author img

By

Published : Mar 7, 2021, 8:51 PM IST

ଦୁଇ ପଡୋଶୀ ଦେଶର ସମ୍ପର୍କକୁ ନେଇ ବଡ ବୟାନ ଦେଇଛନ୍ତି ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି । ଚୀନ ଓ ଭାରତ ବନ୍ଧୁ ଓ ଉଭୟଙ୍କୁ ପରସ୍ପରଙ୍କ ପ୍ରତି ବିପଦ ନଥିବା କହିଛନ୍ତି ୱାଙ୍ଗ ୟି । ଅଧିକ ପଢନ୍ତୁ...

ବୈଦେଶିକ ମନ୍ତ୍ରୀ ୱାଙ୍ଗଙ୍କ ବୟାନ; ପରସ୍ପରକୁ ନାହିଁ ବିପଦ, ଭାରତ-ଚୀନ ବନ୍ଧୁ
ବୈଦେଶିକ ମନ୍ତ୍ରୀ ୱାଙ୍ଗଙ୍କ ବୟାନ; ପରସ୍ପରକୁ ନାହିଁ ବିପଦ, ଭାରତ-ଚୀନ ବନ୍ଧୁ

ନୂଆଦିଲ୍ଲୀ: ସୈନ୍ୟ ପ୍ରତ୍ୟାହାର ମଧ୍ୟରେ ଦୁଇ ପଡୋଶୀ ଦେଶର ସମ୍ପର୍କକୁ ନେଇ ବଡ ବୟାନ ଦେଇଛନ୍ତି ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି । ଚୀନ ଓ ଭାରତ ବନ୍ଧୁ ଓ ଉଭୟଙ୍କୁ ପରସ୍ପରଙ୍କ ପ୍ରତି ବିପଦ ନଥିବା କହିଛନ୍ତି ୱାଙ୍ଗ ୟି ।

ଚୀନ ବୈଦେଶିକ ମନ୍ତ୍ରୀ କହିଛନ୍ତି, ଚୀନ-ଭାରତ ସମ୍ପର୍କ ଅନିବାର୍ଯ୍ୟ ଏଥିପାଇଁ କାରଣ ବିଶ୍ବର ଦୁଇ ସର୍ବବୃହତ ବିକାଶଶୀଳ ଦେଶ ଏକ ସାଥିରେ ମିଳିମିଶି ବିକାଶକୁ ଆଗକୁ ନେଇ ଯାଉଛନ୍ତି ।

ଏହାପୂର୍ବରୁ ଶୁକ୍ରବାର ଚୀନରେ ନିଯୁକ୍ତ ଭାରତର ରାଷ୍ଟ୍ରଦୂତ ବିକ୍ରମ ମିସ୍ତ୍ରୀ ଚୀନ ଉପ ବୈଦେଶିକ ମନ୍ତ୍ରୀ ଲୁଓ ଝାଓହୁଇଙ୍କୁ ସାକ୍ଷାତ କରିଥିଲେ । ସେ ପୂର୍ବ ଲଦାଖର ଶେଷ ଅଂଶରେ ଦୁଇ ଦେଶର ସୈନ୍ୟପ୍ରତ୍ୟାହାର ପୁରା କରିବା ଉପରେ ଜୋର ଦେଇ କହିଥିଲେ ଯେ ଏହା ଦ୍ବାରା ସୀମାରେ ଶାନ୍ତି ଓ ସ୍ଥଇରତା ବଜାୟ ରହିବାରେ ମସଯୋଗ ମିଳିବ । ସେ ଏହା ମଧ୍ୟ କହିଥିଲେ ଯେ ଏହା ଦ୍ବାରା ଦ୍ବିପାକ୍ଷିକ ସମ୍ପର୍କରେ ପ୍ରଗତି ପାଇଁ ଅନୁକୂଳ ସ୍ଥିତି ଉପୁଯିବ ।

ଦୁଇ ଦେଶର ସୈନ୍ୟ ପ୍ରତ୍ୟାହାର ପରେ ଏହି ସାକ୍ଷାତକାର ହୋଇଛି । ପାଙ୍ଗୋଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ କୂଳରୁ ନିଜ ନିଜ ସୈନ୍ୟଙ୍କୁ ପଛକୁ ହଟାଇଦେଇଛନ୍ତି । ତେବେ ଲଦାଖର ବାକି ଅଞ୍ଚଳରେ ସୈନ୍ୟ ପ୍ରତ୍ୟାହାର ନେଇ ଆଲୋଚନା ଜାରି ରହିଛି ।

ଏହା ପୂର୍ବରୁ ଭାରତର ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର ଓ ଚୀନ ପ୍ରତିପକ୍ଷ ୱାଙ୍ଗ ୟି ଗତ ସପ୍ତାହରେ ପାଖାପାଖି 75 ମିନିଟ ଟେଲିଫୋନ ମାଧ୍ୟମରେ ଆଲୋଚନା କରିଥିଲେ । ଜୟଶଙ୍କର ୱାଙ୍ଗଙ୍କୁ କହିଥିଲେ ଯେ ଦ୍ବିପାକ୍ଷିକ ସମ୍ପର୍କରେ ବିକାଶ ପାଇଁ ସୀମାରେ ଶାନ୍ତି ଓ ସ୍ଥିରତା ଜରୁରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.