ETV Bharat / bharat

LAC ନିକଟରେ ଶକ୍ତି ବଢାଉଛି ଚୀନ: Eastern Army Commander

author img

By

Published : May 16, 2022, 10:53 PM IST

LAC ନିକଟରେ ଶକ୍ତି ବଢାଉଛି ଚୀନ। ଭିତ୍ତିଭୂମି ସଜାଡିବାରେ ଲାଗିଛି । ତଥାପି ମୁକାବିଲା ପାଇଁ ଭାରତ ମଧ୍ୟ ପ୍ରସ୍ତୁତ କହିଲେ ସ୍ଥଳସେନା ପୂର୍ବାଞ୍ଚଳ କମାଣ୍ଡର । ଅଧିକ ପଢନ୍ତୁ

LAC ନିକଟରେ ଶକ୍ତି ବଢାଉଛି ଚୀନ : Eastern Army Commander

ଗୌହାଟି : ଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା (LCA) ନିକଟରେ ଶକ୍ତି ବଢାଇବାରେ ଲାଗିଛି ଚୀନ ସେନା (PLA)। ଚୀନ ସେନା ଭିତ୍ତିଭୂମି ସୁଦୃଢ କରିବା ସହ ସମାରିକ ଅପରେସନର କ୍ଷମତା ମଧ୍ୟ ବିସ୍ତାର କରିବାରେ ଲାଗିଛି ବୋଲି ଆଜି (ସୋମବାର) ଭାରତୀୟ ସ୍ଥଳସେନାର ପୂର୍ବାଞ୍ଚଳ-କମାଣ୍ଡର ମୁଖ୍ୟ ଲେଫନାଣ୍ଟ ଜେନେରାଲ ଆର.ପି କାତିଲା କହିଛନ୍ତି ।

ଆଜି ଗଣମାଧ୍ୟମକୁ ସୂଚନା ଦେଇ ଜେନେରାଲ କାଲିଟା କହିଛନ୍ତି, "ଆମେ LAC ନିକଟରେ ଚୀନ ଦ୍ବାରା ନିର୍ମିତ ସୀମାନ୍ତ ଗ୍ରାମଗୁଡିକ ଉପରେ ନଜର ରଖିଛୁ । ଚୀନ ସେନା ଏହାକୁ ଚତୁରତାର ସହ ବହୁମୁଖୀ ବ୍ୟବହାରକ୍ଷମ ଭାବେ ନିର୍ମାଣ କରିବାରେ ଲାଗିଛି । ସାଧାରଣ ଜନବସତି ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବା ସହ ସାମରିକ ଭାବେ ମଧ୍ୟ ଏହାକୁ ବ୍ୟବହାର କରିବାର ଲକ୍ଷ୍ୟ ରଖି ଚୀନ ସେନା ଏହାର ନିର୍ମାଣ କରିଛି । ସେହିପରି ଟେଲି ଯୋଗାଯୋଗ ପାଇଁ ମୋବାଇଲ ଟାଓ୍ବାର । ରାସ୍ତା, ହେଲିପ୍ୟାଡ ଆଦି ମଧ୍ୟ ଉକ୍ତ ଅଞ୍ଚଳରେ ନିର୍ମାଣ ଜାରି ରଖିଛି । କୌଣସି ପରିସ୍ଥିତିରେ ସେମାନେ ଭାରତୀୟ ସେନାକୁ ଟକ୍କର ଦେବା ପାଇଁ ସକ୍ଷମ ହେବା ନେଇ ସମସ୍ତ ପ୍ରସ୍ତୁତି କରିଛନ୍ତି ।

LAC ନିକଟବର୍ତ୍ତୀ ଅଞ୍ଚଳରେ ଚୀନ ସେନା ଦ୍ବାରା ଜାରି ରହିଥିବା ସମସ୍ତ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିଛି ଭାରତ । ଅନ୍ୟ ସମସ୍ତ ସଂସ୍ଥା ସମେତ ସୁରକ୍ଷା ବଳ ମଧ୍ୟ ଉକ୍ତ ଅଞ୍ଚଳରେ ଘଟୁଥିବା ପ୍ରତିଟି କ୍ରମବିକାଶ ଉପରେ ନଜର ରଖିଛି । କୌଣସି ପରିସ୍ଥିତିର ମୁକାବିଲା ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ସକ୍ଷମ ବୋଲି ମଧ୍ୟ ମତ ଦେଇଛନ୍ତି । ଚୀନର ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ତାର ପ୍ରସ୍ତୁତି ବଢାଇଛି । ପୂର୍ବାପେକ୍ଷା ସେନା ବଢାଇବା ସହ ଗତ କିଛି ମାସ ଧରି ପୂର୍ବ ଲଦାଖ କ୍ଷେତ୍ରରେ ସାମରିକ ଭିତ୍ତିଭୂମି ମଧ୍ୟ ବଢାଇବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.