ETV Bharat / bharat

ଜୟପୁର ବିମାନବନ୍ଦରରେ ଫସି ରହିଛି ଚାଇନାର କାର୍ଗୋ ବିମାନ - Jaipur airport

9ଘଣ୍ଟା ଧରି ବିମାନରେ ଫସି ରହିଛନ୍ତି ପ୍ରାୟ 6ରୁ ଊର୍ଦ୍ଧ୍ବ ପାଇଲଟ୍ ଏବଂ ଏୟାର ହୋଷ୍ଟେସ୍ । ଗତକାଲି ରାତିରେ ରାଜ୍ୟର ସବୁଠୁ ବଡ ଅନ୍ତର୍ଜାତୀୟ ଜୟପୁର ବିମାନବନ୍ଦରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଗତ 9 ଘଣ୍ଟା ଧରି ଜୟପୁର ବିମାନବନ୍ଦରରେ ଫସି ରହିଛି ଚାଇନାର କାର୍ଗୋ ବିମାନ

author img

By

Published : Jan 23, 2021, 1:33 PM IST

ଜୟପୁର: 9ଘଣ୍ଟା ଧରି ବିମାନରେ ଫସି ରହିଛନ୍ତି ପ୍ରାୟ 6ରୁ ଊର୍ଦ୍ଧ୍ବ ପାଇଲଟ୍ ଏବଂ ଏୟାର ହୋଷ୍ଟେସ୍ । ଗତକାଲି ରାତିରେ ରାଜ୍ୟର ସବୁଠୁ ବଡ ଅନ୍ତର୍ଜାତୀୟ ଜୟପୁର ବିମାନବନ୍ଦରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସୂଚନାମୁତାବକ, ଚାଇନାର କାର୍ଗୋ ବିମାନ ଚୀନର ଜିଆନ ସହରରୁ ଦିଲ୍ଲୀ ଯାଉଥିବା ବେଳେ ଦିଲ୍ଲୀ ବିମାନବନ୍ଦରରେ ଖରାପ ପାଗ ଯୋଗୁଁ ଏହି ବିମାନକୁ ଦିଲ୍ଲୀରେ ଅବତରଣ କରିବାକୁ ଦିଆଯାଇନଥିଲା । ଏହା ପରେ ପାଇଲଟଙ୍କ ଦ୍ବାରା ବିମାନର ଗତି ବଦଳାଇ ଜୟପୁର ବିମାନ ବନ୍ଦରକୁ ପଠାଯାଇଥିଲା । କିନ୍ତୁ ଜୟପୁର ବିମାନବନ୍ଦରରେ ପହଞ୍ଚିବା ପରେ ବିମାନଟି ପ୍ରାୟ 1 ଘଣ୍ଟା ଧରି ଆକାଶରେ ଉଡ଼ିଥିଲା। କିନ୍ତୁ ଏଟିସି ଦ୍ବାରା ଏହି ବିମାନକୁ ଜୟପୁର ବିମାନବନ୍ଦରରେ ଅବତରଣ କରିବାକୁ ଅନୁମତି ଦିଆଯାଇନଥିଲା ।

ଗତ 9 ଘଣ୍ଟା ଧରି ଜୟପୁର ବିମାନବନ୍ଦରରେ ଫସି ରହିଛି ଚାଇନାର କାର୍ଗୋ ବିମାନ

ଏହା ପରେ ବିମାନଟି ଗତ ରାତି ପ୍ରାୟ 11:45 ସମୟରେ ଜୟପୁର ବିମାନବନ୍ଦରରେ ଅବତରଣ କରିଥିଲା ସତ, କିନ୍ତୁ କାହାରିକୁ ବିମାନରୁ ବାହାରିବାକୁ ଅନୁମତି ଦିଆଯାଇନଥିଲା। ଫଳରେ ଗତ 9 ଘଣ୍ଟା ଧରି ବିମାନରେ ବସିଥିବା ଚୀନ୍ ଗ୍ରୁପ୍ ସଦସ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସୂଚନାଥାଉକି, ଜୟପୁର ବିମାନବନ୍ଦରର ସୁରକ୍ଷାକୁ ଦୃଷ୍ଟିରେ ରଖି ଚୀନ ଗ୍ରୁପ୍ ସଦସ୍ୟଙ୍କୁ ଜୟପୁର ବିମାନବନ୍ଦରରେ ବିମାନରୁ ଓହ୍ଲାଇବାକୁ ଅନୁମତି ଦିଆଯାଇ ନାହିଁ ।

ଏଭଳି ପରିସ୍ଥିତିରେ ଚାଇନାର କ୍ରୁ ସଦସ୍ୟମାନଙ୍କୁ ବିମାନ ଭିତରେ ବସିବାକୁ ପଡ଼ିଥିଲା । ଏବଂ ସେମାନେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ଦିଲ୍ଲୀରୁ କ୍ଲିୟରାନ୍ସ ପାଇବା ପରେ ହିଁ ବିମାନକୁ ଜୟପୁର ବିମାନବନ୍ଦରରୁ ଦିଲ୍ଲୀକୁ ପଠାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.