ETV Bharat / bharat

ଶୀତ ଅଲମ୍ପିକ୍ସର ରାଜନୀତିକରଣ କରିଛି ଚୀନ, ଉଦଘାଟନୀ ଓ ଉଦଯାପନୀ ଉତ୍ସବ ବର୍ଜନ କଲା ଭାରତ

author img

By

Published : Feb 3, 2022, 8:08 PM IST

ଚୀନ କମାଣ୍ଡର ଶୀତକାଳୀନ ଅଲମ୍ପିକ ମଶାଲ ରିଲେ ଧରି ପ୍ରଦର୍ଶନ କରିବା ଘଟଣାରେ ଆଭିମୁଖ୍ୟ ସ୍ପଷ୍ଟ କଲା ଭାରତ । ବୈଦେଶିକ ମୁଖପାତ୍ର କହିଲେ କ୍ରୀଡାକୁ ରାଜନୀତିକରଣ କରିଛି ଚୀନ । ଉଦ୍ଘାଟନୀ ଓ ଉଦଯାପନୀ ସମାରୋହରେ ସାମିଲ ହେବନାହିଁ ଭାରତ । ଅଧିକ ପଢନ୍ତୁ

ଶୀତ ଅଲମ୍ପିକ୍ସର ରାଜନୀତିକରଣ କରିଛି ଚୀନ: ବୈଦେଶିକ ମୁଖପାତ୍ର

ନୂଆଦିଲ୍ଲୀ: ଚୀନ-ଭାରତ ଗଲଓ୍ବାନ ଘାଟି ସଂଘର୍ଷରେ ଆହତରେ ହୋଇଥିବା ଜଣେ ଚୀନ ସୈନିକ ହାତରେ ଅଲମ୍ପିକ୍ସ ମଶାଲ ରିଲେ ଧରି ପ୍ରଦର୍ଶନ କରିବା ଘଟଣାରେ ଶକ୍ତ ଆଭିମୁଖ୍ୟ ପୋଷଣ କରିଛି ବୈଦେଶିକ ମନ୍ତ୍ରଣାଳୟ । ଆଜି (ଗୁରୁବାର) ବୈଦେଶିକ ମୁଖପାତ୍ର ଅରନ୍ଦିମ ବାଗଚି କହିଛନ୍ତି, ଏପରି କାର୍ଯ୍ୟ କରି ଚୀନ କ୍ରୀଡା କ୍ଷେତ୍ରରେ ମଧ୍ୟ ରାଜନୀତିକରଣ ଆରମ୍ଭ କରିଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ଏବଂ ଭାରତ ଏହାକୁ ନିନ୍ଦା କରୁଛି ।

ସେହିପରି ବେଜିଂରେ ଆୟୋଜିତ ହେବାକୁ ଥିବା ଶୀତକାଳନୀ ଅଲମ୍ପିକ୍ସ ଇଭେଣ୍ଟର ଉଦଘାଟନୀ ଓ ଉଦଯାପନୀ ସମାରୋହକୁ ଭାରତ ପକ୍ଷରୁ ବର୍ଜନ କରାଯିବ । ଭାରତୀୟ ଦୂତାବାସ ପକ୍ଷରୁ ଏହି ସମାରୋହରେ ଅଂଶଗ୍ରହଣ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମୁଖପାତ୍ର ଅରନ୍ଦିମ ବାଗଚି ।

2022 ଶୀତକାଳୀନ ଅଲିମ୍ପିକ୍ସ ଫେବୃଆରୀ 4 ରୁ 20 ପର୍ଯ୍ୟନ୍ତ ଚୀନ ରାଜଧାନୀ ବେଜିଂରେ ଅନୁଷ୍ଠିତ ହେବ। ଆମେରିକା, ବ୍ରିଟେନ ଏବଂ କାନାଡା ଦେଶମାନେ ମଧ୍ୟ କୂଟନୈତିକ କାରଣରୁ ଏହି ଆନ୍ତର୍ଜାତୀୟ କ୍ରୀଡା ମହୋତ୍ସବକୁ ବର୍ଜନ କରିଛନ୍ତି । ତେବେ ଭାରତ ମଧ୍ୟ ଚୀନ ସେନା କାର୍ଯ୍ୟକ୍ରମକୁ ବିରୋଧ କରିବା ସହ ପ୍ରତିକ୍ରିୟା ସ୍ବରୂପ ଏହି ଇଭେଣ୍ଟର ଉଦଘାଟନୀ ଏବଂ ଉଦଯାପନୀ ସମାରୋହରେ ଅଂଶଗ୍ରହଣ କରିବ ନାହିଁ ।

ଗତକାଲି ଚୀନ-ଭାରତୀୟ ସେନାର ଗଲଓ୍ବାନ ଘାଟି ସଂଘର୍ଷରେ ଆହତ ହୋଇଥିବା ଜଣେ ଚୀନ ସୈନିକ ହାତରେ ଅଲମ୍ପିକ୍ସ ମଶାଲ ରିଲେ ଧରି ପ୍ରଦର୍ଶନ କରିଥିଲେ । ତେବେ ଏପରି କରି ଚୀନ ଭାରତକୁ ନିଚ୍ଚା ଦର୍ଶାଇବାକୁ ଯୋଜନା କରୁଥିବା ବେଳେ ଦୁଇ ଦେଶର ସମ୍ପର୍କରେ ସୁଧାର ଚାହୁଁ ନଥିବା ମଧ୍ୟ କହିଛି ଭାରତ । ଘଟଣା ସମ୍ପର୍କରେ ଜଣାପଡିବା ପରେ ଭାରତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଆଜି ବୈଦେଶିକ ମନ୍ତ୍ରଣାଳୟର ଆଭିମୁଖ୍ୟ ସାମ୍ନାକୁ ଆସିଛି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.