ETV Bharat / bharat

ଜେଡିୟୁ ଛାଡିବାକୁ ଉପେନ୍ଦ୍ର କୁଶୱାଙ୍କୁ କହିଲେ ନୀତିଶ !

ପଦାରେ ପଡିଲା ଜେଡିୟୁ ସଂସଦୀୟ ବୋର୍ଡ ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ନୀତିଶ କୁମାରଙ୍କ ବିବାବ । ଉପେନ୍ଦ୍ର କୁଶଓ୍ବାହଙ୍କ ଯଦି ଦଳ ଛାଡିବାକୁ ଚାହାନ୍ତି ତେବେ ଛାଡନ୍ତୁ ବୋଲି କହିଲେ ନୀତିଶ । ଅଧିକ ପଢନ୍ତୁ

author img

By

Published : Jan 27, 2023, 10:47 AM IST

Chief Minister Nitish Kumar
Chief Minister Nitish Kumar

ପାଟନା: ବିହାରରେ ରାଜ୍ୟ ରାଜନୀତି ଏବେ ସରଗରମ ରହିଛି । ଜେଡିୟୁ ସଂସଦୀୟ ବୋର୍ଡ ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ନୀତିଶ କୁମାରଙ୍କ ବିବାଦ ଦଳୀୟ ବିବାଦକୁ ପଦାରେ ପକାଇଛି । ପୂର୍ବରୁ ଉପେନ୍ଦ୍ର କୁଶୱାହ ଜେଡିୟୁ ନେତୃତ୍ବ ତଥା ବିହାର ସରକାରରେ ଥିବା କମିକୁ ଗଣାଇଥିଲେ । ବର୍ତ୍ତମାନ ଏହାକୁ ନେଇ ନୀତିଶଙ୍କ ପ୍ରତିକ୍ରୟା ଆସିବା ପରେ ପୁନଃ ଟ୍ବିଟ କରି କଟାକ୍ଷ କରିଛନ୍ତି ଉପେନ୍ଦ୍ର କୁଶୱାହ ।

ବର୍ତ୍ତମାନ ବିହାର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ସମାଧାନ ଯାତ୍ରା ଜାରି ରହିଛି । ଗୁରୁବାର ଏହି ଯାତ୍ରା ଗୟାର ପହଞ୍ଚିଥିବା ବେଳେ ନୀତିଶଙ୍କୁ ଉପନ୍ଦ୍ରେଙ୍କୁ ନେଇ ପ୍ରଶ୍ନ କରାଯାଇଥିଲା । ଏହାର ଜବାବରେ ସେ କହିଥିଲେ, "ନେତାଏ ଦଳରୁ ଯିବା ଆସିବା ଜାରି ରଖନ୍ତି ମୁଁ କାହାକୁ ଦଳ ଛାଡିବାକୁ ଅଟକାଇ ନାହିଁ । ଯାହାର ଦଳରେ ରହିବାର ଅଛି ସେ ରହୁ ଯଦି ସେ ଦଳ ଛାଡିବାକୁ ଚାହୁଁଛନ୍ତି ତେବେ ବହୁତ ଭଲ ।"

ନୀତିଶଙ୍କ ଏପରି ମନ୍ତବ୍ୟପରେ ଉପେନ୍ଦ୍ର କୁଶଓ୍ବାହଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି । ସେ କହିଛନ୍ତି, "ଭାଇ ବହୁତ ଭଲ କହିଲ । ଯଦି ସାନ ଭାଇମାନେ ବଡ ଭାଇଙ୍କ ଏପରି ପରାମର୍ଶରେ ଘର ଛାଡି ଚାଲିଯାଆନ୍ତି, ତେବେ ବଡ ଭାଇମାନେ ସାନ ଭାଇଙ୍କୁ ବାହାର କରି ସମସ୍ତ ସମ୍ପତ୍ତି ଦଖଲ କରିବେ । ପାଟିରେ ମୋର ବି ଯୋଗ ଦାନ ଅଛି ମୁଁ କେମିତି ଛାଡି ଯାଇପାରିବି ବୋଲି କହିଛନ୍ତି କୁଶଓ୍ବାହ ।"

ଗତ ସପ୍ତାହରେ ଜାନୁଆରୀ ୧୯ ତାରିଖରେ ଦିଲ୍ଲା ଏମ୍ସରେ ରୁଟିନ ଚେକଅପ ପାଇଁ ଭର୍ତ୍ତି ହୋଇଥିଲେ କୁଶଓ୍ବାହା । ସେଠାରେ ବିହାର ବିଜେପିର ତିନିଜଣ ନେତା ତାଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ। ପୂର୍ବତନ ବିଧାୟକ ପ୍ରେମ ରଂଜନ ପଟେଲ, ସଞ୍ଜୟ ସିଂ ଟାଇଗର ଏବଂ ଯୋଗେନ୍ଦ୍ର ପାସୱାନ ସାକ୍ଷାତ କରିବାକୁ ଆସିଥିଲେ। ଏହାପରେ ସେ ବିଜେପିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଏନେଇ କୁଶଓ୍ବାହଙ୍କୁ ପଚାରିବାରୁ ସେ କହିଥିଲେ ଯେ, ବିଜେପିର କୌଣସି ନେତାଙ୍କ ସହ ଦେଖା ହୁଏତ ତାର ଅର୍ଥ ନୁହେଁ ମୁଁ ବିଜେପି ସହ ଯୋଗାଯୋଗରେ ଅଛି ।

ସେ ଆହୁରି ମଧ୍ୟ କହିଥିଲେ ଯେ, "ଆମ ଦଳ ଦୁଇରୁ ତିନି ଥର ବିଜେପି ସହ ଯୋଗାଯୋଗ କରିଥିଲା । ଦଳ ରଣନୀତି ଅନୁଯାୟୀ ଯାହା ଆବଶ୍ୟକ କରେ ତାହା କରେ । ମୋ ବିଷୟରେ ଏମିତି ଚର୍ଚ୍ଚା କରିବ ଠିକ ନୁହେଁ । ମୁଁ ଜେଡିୟୁରେ ରହିବିକି ନାହିଁ ତାହା ମୋ ବ୍ୟତୀତ ଆଉ କିଏ ନିଷ୍ପତ୍ତି ନେଇ ପାରିବ ?"

"ନୀତିଶ କୁମାର ଦୁର୍ବଳ ହୋଇଯାଇଛନ୍ତି । ଏହି କାରଣରୁ ଜେଡିୟୁ ଦୁର୍ବଳ ହେବାରେ ଲାଗିଛି । ଆରଜେଡିର କିଛି ଲୋକ ନୀତୀଶ କୁମାରଙ୍କୁ ଦୁର୍ବଳ କରିବାକୁ ଷଡଯନ୍ତ୍ର କରୁଛନ୍ତି । ରାଜନୈତିକ ଦୃଷ୍ଟିରୁ ଯେତେବେଳେ ନୀତୀଶ କୁମାର ଦୁର୍ବଳ ହୋଇଯାଆନ୍ତି, ଆମେ ତାଙ୍କୁ ସମର୍ଥନ କରିବା ପାଇଁ କାର୍ଯ୍ୟ କରିଥିଲୁ । ଆଜି କିଛି ଲୋକ ଉପେନ୍ଦ୍ର କୁଶୱାହାଙ୍କୁ ଦୁର୍ବ୍ୟବହାର କରୁଛନ୍ତି, କିନ୍ତୁ ମୋ ଉପରେ ଏହାର କିଛି ପ୍ରଭାବ ପଡିନାହିଁ ।" ଏହା କହିଥିଲେ ଉପେନ୍ଦ୍ର କୁଶୱାହ ।

ଏ ବିଷୟରେ ନୀତିଶଙ୍କୁ ପଚାରିବାରୁ ସେ କହିଥିଲେ, "ଆମକୁ କିଛି ପଚାର ନାହିଁ । ସେମାନଙ୍କୁ ଛାଡିଦିଅନ୍ତୁ । ତାଙ୍କ ମନରେ ଯାହା ଆସୁଛି, ସେ କହୁଛନ୍ତି । ଆମ ଦଳର କେହି ନେତା ତାଙ୍କ ଉପରେ କିଛି ବି ମତ ରଖିବେ ନାହିଁ । ସେ ଦୁଇ ତିନିଥର ଦଳ ଛାଡି ଯାଇଛନ୍ତି । ତାଙ୍କ ଇଚ୍ଛା କଣ ଆମକୁ ଜଣା ନାହିଁ ।"

ସେପଟେ ଦଳର ନେତା ଉମେଶ କୁଶୱା କହିଛନ୍ତି ଯେ ଉପେନ୍ଦ୍ର ତାଙ୍କ ଆଚରଣ ପାଇଁ ଲଜ୍ଜିତ ହେବା ଉଚିତ ଏବଂ ଇସ୍ତଫା ଦେବା ଉଚିତ । ଉମେଶ କହିଛନ୍ତି, "ଉପେନ୍ଦ୍ର କୁଶୱାହ ତାଙ୍କ ଆଚରଣ ପାଇଁ ଲଜ୍ଜିତ ହେବା ଉଚିତ୍ । ନୀତିଶ କୁମାର ତାଙ୍କୁ ବହୁତ କିଛି ଦେଇଛନ୍ତି କିନ୍ତୁ ସେ ଜେଡିୟୁକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ସେ ଦଳରୁ ଇସ୍ତଫା ଦେବା ଉଚିତ୍।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.