ETV Bharat / bharat

ଅଚାନକ ଫୁଟିଲା ଗୁଳି: ଆଖି ବୁଜିଲେ ଯବାନ, ଅନ୍ୟ ଜଣେ ଗୁରୁତର

author img

By

Published : Sep 25, 2021, 4:26 PM IST

ଅଚାନକ ଫୁଟିଲା ଗୁଳି । ଏଥିରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଏବେବି ଜାରି ରହିଛି । ଅଧିକ ପଢନ୍ତୁ...

ଅଚାନକ ଫୁଟିଲା ଗୁଳି; ଆଖି ବୁଜିଲେ ଯବାନ, ଅନ୍ୟ ଜଣେ ଗୁରୁତର

ରାୟପୁର : ଅଚାନକ ଫୁଟିଲା ଗୁଳି । ଏଥିରେ ଜଣେ ସିଆରପିଏଫ ଯବାନଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଏବେବି ଜାରି ରହିଛି । ମୃତକ ହେଉଛନ୍ତି ସିଆରପିଏଫ କନଷ୍ଟେବଳ ତ୍ରିଲୋକ । ଆହତ ଥିବା ହେଡ କନେଷ୍ଟବଳ ରାଜେନ୍ଦ୍ର ବୋଲି ଜଣାପଡିଛି । ଏନେଇ ବସ୍ତର ଆଇଜି ପି ସୁନ୍ଦରରାଜ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଉଭୟ ଏକ ବସ ଯୋଗେ ସାଥି ଯବାନଙ୍କ ସହ ଓସୋରରୁ ବିଜାପୁରକୁ ବସରେ ଛୁଟିରେ ଯାଉଥିଲେ । ଏହି ସମୟରେ ହଠାତ ଯବାନଙ୍କ ବନ୍ଧୁକରୁ ଗୁଳି ଫୁଟିଥିଲା । ଯେଉଁଥିରେ ଘଟଣାସ୍ଥଳରେ ହିଁ ତ୍ରିଲୋକଙ୍କର ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ଅନ୍ୟଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା । ତେବେ ଏହି ଗୁଳିମାଡରେ ଗୁରୁତରଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.