ETV Bharat / bharat

ଟ୍ରାକରୁ ଖସିଲା ଚାରମିନାର ଏକ୍ସପ୍ରେସର 3 ବଗି; 5 ଯାତ୍ରୀ ଆହତ

Charminar Express Derailed: ନାମପଲ୍ଲୀ ଷ୍ଟେସନ ନିକଟରେ ଟ୍ରାକରୁ ଖସିଲା ଚାରମିନାର ଏକ୍ସପ୍ରେସର 3 ବଗି । 5ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା। ଅଧିକ ପଢନ୍ତୁ

arminar Express Derailed
ଚାରମିନାର ଏକ୍ସପ୍ରେସ
author img

By ETV Bharat Odisha Team

Published : Jan 10, 2024, 11:39 AM IST

ହାଇଦ୍ରାବାଦ: ସକାଳୁ ସକାଳୁ ପୁଣି ଟ୍ରେନ ଦୁର୍ଘଟଣା । ହାଇଦ୍ରାବାଦର ନାମପଲ୍ଲୀ ଷ୍ଟେସନରେ ଟ୍ରାକରୁ ଖସିଲା ଟ୍ରେନ । ଏଠାରେ ଚାରମିନାର ଏକ୍ସପ୍ରେସର 3ଟି ବଗି ଚାଇନଚ୍ୟୁତ ହୋଇଥିବା ସୂଚନା ରହିଛି । ଏହି ଦୁର୍ଘଟଣାରେ 5 ଜଣ ଯାତ୍ରୀ ଆହତ ହୋଇଥିବା ଦକ୍ଷିଣ କେନ୍ଦ୍ରୀୟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ନାମପଲ୍ଲୀ ଟ୍ରେନର ଶେଷ ଷ୍ଟେସନ ହୋଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ତେବେ ଏଥିରେ କୌଣସି ବିଶେଷ କ୍ଷୟକ୍ଷତି ହୋଇନଥିବା ଦକ୍ଷିଣ କେନ୍ଦ୍ରୀୟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

ଏନେଇ ଦକ୍ଷିଣ କେନ୍ଦ୍ରୀୟ ରେଳପଥର CPRO ରାକେଶଙ୍କ କହିବା ଅନୁସାରେ, "ଏହି ଘଟଣା ସକାଳ 9ଟା 15ର ଅଟେ । ଏହି ରେଳ ଷ୍ଟେସନ ହେଉଛି ଏକ ଟର୍ମିନାଲ ଷ୍ଟେସନ । ଅର୍ଥାତ ଏହା ଟ୍ରେନର ଶେଷ ଷ୍ଟପେଜ । ନାମପଲ୍ଲୀ ଅଭିମୁଖେ ଚାରମିନାର ଏକ୍ସପ୍ରେସ ଯାତ୍ରା କରିବା ସମୟରେ ସେଠାରେ ନ ଅଟକି ଆଗକୁ ମାଡି ଯାଇଥିଲା । ଫଳରେ ଟ୍ରେନର 3ଟି କୋଚ୍ ଲାଇନଚ୍ୟୁତ ହୋଇଯାଇଥିଲା । ତେବେ ଏଥିରେ କାହାର କୌଣସି ବଡ ଧରଣ କ୍ଷୟକ୍ଷତି ହୋଇନଥିଲେ ହେଁ ଟ୍ରେନର ଦ୍ବାର ନିକଟରେ ରହିଥିବା 5 ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ରେଲଓ୍ବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ଚିକିତ୍ସା ଜାରି ରହିଥିବା ବେଳେ ବିଶେଷ ଆଘାତ ଲାଗିନଥିବା ଜଣାପଡିଛି ।"

ଏହା ମଧ୍ୟ ପଢନ୍ତୁ: Train derail in Delhi: ପ୍ରଗତି ମୈଦାନ ନିକଟରେ ଲାଇନଚ୍ୟୁତ ଲୋକାଲ ଟ୍ରେନ, ସମସ୍ତ ଯାତ୍ରୀ ସୁରକ୍ଷିତ

ତେବେ ଚାରମିନାର ଏକ୍ସପ୍ରେସ ଲାଇନଚ୍ୟୁତ ହେବା ପରର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ଏସ୍ କୋଚ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ତେବେ ଖବର ପାଇବା ପରେ ରେଲଓ୍ବେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଟ୍ରାକ କାମ ମଧ୍ୟ ଆରମ୍ଭ କରିଛନ୍ତି । ତେବେ ଲାଇନଚ୍ୟୁତ ହେବା ପରେ ଚାରମିନାର ଏକ୍ସପ୍ରେସରେ ବିଶେଷ କିଛି କ୍ଷତି ହୋଇନଥିବା ଦେଖାଯାଇଛି । ନାମପଲ୍ଲୀ ଶେଷ ଷ୍ଟେସନ ହୋଇଥିବାରୁ କମ୍ ଯାତ୍ରୀ ଟ୍ରେନରେ ଥିଲେ ।

ପ୍ରକାଶ ଥାଉକି, ରେଳ ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ରେଳ ବିଭାଗ ପକ୍ଷରୁ ନିରନ୍ତର ପ୍ରୟାସ କରାଯାଉଛି । ଯାତ୍ରୀଙ୍କ ସୁରକ୍ଷା ପାଇଁ ଭାରତର 117 ରେଳ ଷ୍ଟେସନରେ ପ୍ୟାନିକ ସ୍ବିଚ ଲଗାଯିବ ନେଇ କେନ୍ଦ୍ରୀୟ ରେଳବାଇର ଜେନେରାଲ ମ୍ୟାନେଜର ରାମ କରଣ ଯାଦବ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.