ETV Bharat / bharat

‘ଚନ୍ଦ୍ରଯାନ ଲ୍ୟାଣ୍ଡିଂ ହୋଇଗଲା, ହେଲେ ରାହୁଲଯାନ ନା ଲଞ୍ଚିଂ ହୋଇପାରିଲା ନା ଲ୍ୟାଣ୍ଡିଂ’

author img

By ETV Bharat Odisha Team

Published : Sep 4, 2023, 4:49 PM IST

ରାହୁଲଙ୍କ ରାଜନୀତି କ୍ୟାରିୟରକୁ ଚନ୍ଦ୍ରଯାନର ଲ୍ୟାଣ୍ଡିଂ ସହ ତୂଳନା କରି ସମାଲୋଚନା କଲେ ରାଜନାଥ । ଉଦୟାନିଧିଙ୍କ ସନାତନ ବିରୋଧୀ ମନ୍ତବ୍ୟରେ କଂଗ୍ରେସର ନୀରବତା ନେଇ କଲେ ଟାର୍ଗେଟ । ଅଧିକ ପଢନ୍ତୁ

‘ଚନ୍ଦ୍ରଯାନ ଲ୍ୟାଣ୍ଡିଂ ହୋଇଗଲା, ହେଲେ ରାହୁଲଯାନ ଲଞ୍ଚିଂ ହୋଇପାରିଲା ନାଁ ଲ୍ୟାଣ୍ଡିଂ’

ଜୟପୁର: ଚନ୍ଦ୍ରଯାନ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ ହୋଇଗଲା , ହେଲେ ଗତ 20 ବର୍ଷ ମଧ୍ୟରେ ରାହୁଲଯାନ ନା ଲଞ୍ଚିଂ ହୋଇପାରିଲା ନା ଲ୍ୟାଣ୍ଡିଂ । କଂଗ୍ରେସର ଆଗଧାଡ଼ିର ନେତା ରାହୁଲ ଗାନ୍ଧୀଙ୍କୁ କିଛି ଏପରି ଭାବେ ପରୋକ୍ଷ କଟାକ୍ଷ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜସ୍ଥାନର ଜୈସଲମେର ଏକ ଦଳୀୟ ସଭାକୁ ସମ୍ବୋଧିତ କରି କଂଗ୍ରେସ ଉପରେ ଏପରି ଭାବେ ବର୍ଷିବା ସହ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପରିପକ୍ବତା ନେଇ ଏପରି ପରୋକ୍ଷ କଟାକ୍ଷ କରିଛନ୍ତି ରାଜନାଥ ।

ରାଜସ୍ଥାନ ଜୈସଲମେରରେ ଆୟୋଜିତ ଦଳୀୟ ସଭାକୁ ସମ୍ବୋଧିତ କରି ରାଜନାଥ, ଖାଲି ଏହି ପ୍ରସଙ୍ଗ ନୁହେଁ ବରଂ ଇଣ୍ଡିଆ ମେଣ୍ଟରେ ପ୍ରମୁଖ ସହଯୋଗୀ ତଥା ତାମିଲନାଡୁରେ ଶାସନରେ ଥିବା ଡିଏମକେର ମନ୍ତ୍ରୀ ଉଦୟାନିଧି ଷ୍ଟାଲିନଙ୍କ ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ପ୍ରସଙ୍ଗରେ ମଧ୍ୟ ବର୍ଷିଛନ୍ତି । ଏହି ପ୍ରସଙ୍ଗରେ କଂଗ୍ରେସର ନୀରବତାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ଏପର୍ଯ୍ୟନ୍ତ କାହିଁକି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡେଗ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ନୀରବ ରହିଛନ୍ତି ବୋଲି ରାଜନାଥ ପ୍ରଶ୍ନ କରିଛନ୍ତି ।

ମେଣ୍ଟରେ ସହଯୋଗୀ ଥିବା ଡିଏମ୍‌କେ ସନାତନ ଧର୍ମକୁ ଅପମାନିତ କଲା । କଂଗ୍ରେସ ଏହି ପ୍ରସଙ୍ଗରେ ଏପର୍ଯ୍ୟନ୍ତ ଚୁପ୍‌ ବସିଛି । ‘ଇଣ୍ଡିଆ’ ମେଣ୍ଟ ଡିଏମ୍‌କେର ଏହି ମନ୍ତବ୍ୟ ପାଇଁ କ୍ଷମା ମାଗିବାର ଆବଶ୍ୟକତା ରହିଛି । ଯଦି ସେମାନେ କ୍ଷମା ପ୍ରାର୍ଥନା ନକରନ୍ତି , ତେବେ ଦେଶବାସୀ ସେମାନଙ୍କୁ କେବେ କ୍ଷମା କରିବେ ନାହିଁ । ଏପରି ମନ୍ତବ୍ୟ ଦେଇଥିବା ଡିଏମକେ ନେତାଙ୍କୁ ମଧ୍ୟ ଜବାବ ମଗାଯିବାର ଆବଶ୍ୟକତା ରହିଛି ବୋଲି ମଧ୍ୟ ରାଜନାଥ କହିଛନ୍ତି । ସନାତନ ଧର୍ମ ବସୁଧୈବ କୁଟୁମ୍ବକମ ବଚାରରେ ବିଶ୍ବାସ କରେ । ସନାତନ ଧର୍ମ କେବଳ ପୂଜାପଦ୍ଧତିର ଏକ ଅଂଶ ନୁହେଁ ବରଂ ଏହାର ଆଦି ଅନ୍ତ ନାହିଁ ବୋଲି ରାଜନାଥ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Udhayanidhi Controversial Statement: 'ବିଜେପି ମୋ ମନ୍ତବ୍ୟକୁ ବିକୃତ କରି ମିଥ୍ୟା ଖବର ପ୍ରଚାର କରୁଛି'

ଶନିବାର ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ ତାମିଲନାଡ଼ୁ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟାନିଧି ଷ୍ଟାଲିନ ଦେଇଥିବା ସନାତନ ବିରୋଧୀ ମନ୍ତବ୍ୟ ପାଇଁ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତାମାନେ ସମାଲୋଚନା କରିସାରିଛନ୍ତି । ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁଂ ବରିଷ୍ଠ ନେତା ଏହାକୁ ନେଇ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ଉପରେ ଶାଣିତ ଆକ୍ରମଣ କରିଛନ୍ତି । ହେଲେ ତମାମ ସମାଲୋଚନା ସତ୍ତ୍ବେ ମଧ୍ୟ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ନୀରବତା ଧାରଣା କରିଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.